‘‘ଗାୟବ ହୋଇନାହିଁ ନାଗାର୍ଜୁନ ବେଶର ଚନ୍ଦ୍ର ଓ ସୂର୍ଯ୍ୟ; ନୀଳାଦ୍ରି ସଂଗ୍ରହାଳୟରେ ସୁରକ୍ଷିତ ଅଛି’’

ତାଲିକାରେ ନ ଥିବା ଦୁଇ ସେଟ୍ ସୋଲର ଚନ୍ଦ୍ରସୂର୍ଯ୍ୟ ପ୍ରସ୍ତୁତ କରିଥିଲେ ମୁଖ୍ୟ ବେଶ କାରିଗର । କିନ୍ତୁ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କ ଠାରେ କେବଳ ସୁନାର ଚନ୍ଦ୍ରସୂର୍ଯ୍ୟ ଲାଗି ହୋଇଥାଏ । ତେଣୁ ସୋଲ ସାମଗ୍ରୀ ବେଶରେ ବ୍ୟବହାର ହୋଇ ନ ଥିଲା ।

‘‘ଗାୟବ ହୋଇନାହିଁ ନାଗାର୍ଜୁନ ବେଶର ଚନ୍ଦ୍ର ଓ ସୂର୍ଯ୍ୟ; ନୀଳାଦ୍ରି ସଂଗ୍ରହାଳୟରେ ସୁରକ୍ଷିତ ଅଛି’’
ଶ୍ରୀମନ୍ଦିର; (ଡାହାଣ) ନାଗାର୍ଜୁନ ବେଶର ଚନ୍ଦ୍ର ଓ ସୂର୍ଯ୍ୟ;
  • News18 Odia
  • Last Updated: December 7, 2020, 11:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର ଓ ସୂର୍ଯ୍ୟ ଗାୟବ ହେବା ଘଟଣାକୁ ନେଇ ଉଠିଥିବା ବିବାଦର ଏବେ ଅନ୍ତ ହେବା ପରି ଲାଗୁଛି । ଏହି ବେଶର ସମସ୍ତ ସାମଗ୍ରୀ ନୀଳାଦ୍ରି ସଂଗ୍ରହାଳୟରେ ସୁରକ୍ଷିତ ଅଛି ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ ଗାଏବ ହେବା ଅଭିଯୋଗ ଆସିବା ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କୁ ତଦନ୍ତ ପାଇଁ ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ନିର୍ଦ୍ଦେଶ ଦେିଥିଲେ । ଆଠ ଦିନ ଧରି ଚାଲିଥିଲା ଏହି ତଦନ୍ତ । ତଦନ୍ତ ସରିବା ପରେ ସୋମବାର ଦିନ ଏକ ଭିଡିଓ ବାର୍ତ୍ତାରେ ପ୍ରତିକ୍ରିୟା ରଖିଛନ୍ତି ନିତି ପ୍ରଶାସକ ।

ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ

‘‘ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିବାକୁ ଚାହେଁ ଯେ ଯେଉଁ ଚନ୍ଦ୍ର ସୂର୍ଯ୍ୟକୁ ନେଇ ଚର୍ଚ୍ଚା କିମ୍ବା ଅଭିଯୋଗ ହେଉଛି ତାହା ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ବେଶ ସାମଗ୍ରୀର ଅଂଶ ବିଶେଷ ନୁହେଁ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ନାଗାର୍ଜୁନ ବେଶର ସମସ୍ତ ସାମଗ୍ରୀ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି,’’ କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।

ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ


ଏହା ବି ପଢ଼ନ୍ତୁ | IAS ଟପ୍ପର ଟିନା ଡାବି ପ୍ରେମ ବିବାହ କରିଥିଲେ କଶ୍ମୀରର ଆମିର୍‌ଙ୍କ ସହ; ଏବେ ଛାଡ଼ପତ୍ର ମାଗୁଛନ୍ତି

ସେ ଆହୁରି କହିଛନ୍ତି ଯେ ତାଲିକାରେ ନ ଥିବା ଦୁଇ ସେଟ୍ ସୋଲର ଚନ୍ଦ୍ରସୂର୍ଯ୍ୟ ପ୍ରସ୍ତୁତ କରିଥିଲେ ମୁଖ୍ୟ ବେଶ କାରିଗର ବସନ୍ତ ରଣା । କିନ୍ତୁ ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କ ଠାରେ କେବଳ ସୁନାର ଚନ୍ଦ୍ରସୂର୍ଯ୍ୟ ଲାଗି ହୋଇଥାଏ । ତେଣୁ ସୋଲର ଚନ୍ଦ୍ରସୂର୍ଯ୍ୟକୁ ବେଶରେ ବ୍ୟବହାର କରିବାକୁ ଖୁଣ୍ଟିଆ ମେକାପ ମନା କରିଦେଇଥିଲେ । ଦୁଇ ସେଟ୍ ଚନ୍ଦ୍ରସୂର୍ଯ୍ୟ ନାଟ ମଣ୍ଡପରେ ରଖାଯାଇଥିଲା ।



‘‘ସେହି ଦୁଇ ସେଟ୍‌ ମଧ୍ୟରୁ ଗୋଟିଏ ସେଟ୍ ଶ୍ରୀମନ୍ଦିର କମାଣ୍ଡର ଶ୍ରୀମନ୍ଦିରରେ ଥିବା ଲୋକନାଥଙ୍କ ନିକଟରେ ଲାଗି କରାଯାଇଥିଲା । ଅନ୍ୟ ସେଟଟି ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ନିଜ ନୀଳମାଧବଙ୍କ ନିକଟରେ ଲାଗି କରିଥିଲେ । ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥିବା ବେଶର ସମସ୍ତ ସାମଗ୍ରୀ ନିଳାଦ୍ରୀ ମ୍ୟୁଜିୟମରେ ସୁରକ୍ଷିତ ଅଛି,’’ କହିଛନ୍ତି ସାହୁ ।
Published by: Anand Shankar Thankur Das
First published: December 7, 2020, 11:15 PM IST
corona virus btn
corona virus btn
Loading