ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ଆରମ୍ଭ ହୋଇଯାଇଛି ଷଷ୍ଠ,ସପ୍ତମ ଅଫଲାଇନ ପାଠପଢ଼ା; ପିଜି ପ୍ରଥମ ବର୍ଷ କ୍ଳାସ ମଧ୍ୟ ଆରମ୍ଭ

ରାଜ୍ୟରେ ଆରମ୍ଭ ହୋଇଯାଇଛି ଷଷ୍ଠ,ସପ୍ତମ ଅଫଲାଇନ ପାଠପଢ଼ା; ପିଜି ପ୍ରଥମ ବର୍ଷ କ୍ଳାସ ମଧ୍ୟ ଆରମ୍ଭ

ଦୀର୍ଘ ଦେଢ଼ ବର୍ଷ ପରେ ବିଦ୍ୟାଳୟ ଆସିଛନ୍ତି ଛାତ୍ରଛାତ୍ରୀ । କୋଭିଡ କଟକଣାକୁ ମାନି ପୂର୍ବ ଗାଇଡ଼ଲାଇନ ଅନୁସାରେ ଆରମ୍ଭ ହୋଇଛି ଶ୍ରେଣୀଗୃହ ଶିକ୍ଷାଦାନ।

ରାଜ୍ୟରେ ଆରମ୍ଭ ହୋଇଯାଇଛି ଷଷ୍ଠ,ସପ୍ତମ ଅଫଲାଇନ ପାଠପଢ଼ା; ପିଜି ପ୍ରଥମ ବର୍ଷ କ୍ଳାସ ମଧ୍ୟ ଆରମ୍ଭ
ରାଜ୍ୟରେ ଆରମ୍ଭ ହୋଇଯାଇଛି ଷଷ୍ଠ,ସପ୍ତମ ଅଫଲାଇନ ପାଠପଢ଼ା
  • News18 Odia
  • Last Updated: November 16, 2021, 3:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଯାଇଛି ଷଷ୍ଠ,ସପ୍ତମ ଅଫଲାଇନ ପାଠପଢ଼ା। ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢ଼ାକୁ ରାଜ୍ୟ ସରକାର ତଥା ଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ସୋମବାରଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି।

ଦୀର୍ଘ ଦେଢ଼ ବର୍ଷ ପରେ ବିଦ୍ୟାଳୟ ଆସିଛନ୍ତି ଛାତ୍ରଛାତ୍ରୀ । କୋଭିଡ କଟକଣାକୁ ମାନି ପୂର୍ବ ଗାଇଡ଼ଲାଇନ ଅନୁସାରେ ଆରମ୍ଭ ହୋଇଛି ଶ୍ରେଣୀଗୃହ ଶିକ୍ଷାଦାନ। ସକାଳ ୯.୩୦ରୁ ଦିନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ପାଇଁ ଗଣଶିକ୍ଷା ବିଭାଗ ସମୟ ଧାର୍ଯ୍ୟ କରିଥିବାବେଳେ ପ୍ରଥମ ଦିନରେ ସକାଳ ୯ଟା ସୁଦ୍ଧା କ୍ୟାମ୍ପସ ରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ।

ଅଭିଭାବକଙ୍କ ଅନୁମତି ପତ୍ର ବା କନସେଣ୍ଟ ଫର୍ମ ଦାଖଲ ପରେ ସ୍କୁଲରେ ପ୍ରବେଶ ଅନୁମତି ମିଳିଥିଲା। ପ୍ରଥମ ଦିନରେ ପିଲାଙ୍କୁ ଫୁଲ, ଚକଲେଟ ଓ ପେନ ଦେଇ ସ୍ୱାଗତ କରିଥିଲେ ସ୍କୁଲ କର୍ତ୍ତୃପକ୍ଷ।

ଦୀର୍ଘ ଦେଢ଼ ବର୍ଷ ପରେ ବିଦ୍ୟାଳୟ ଆସିଛନ୍ତି ଛାତ୍ରଛାତ୍ରୀ


ତେବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଲାଗି ଉଭୟ ଅନଲାଇନ୍ ଓ ଅଫଲାଇନ୍ କ୍ଲାସ୍ ଜାରି ରହିବ । ଅନ୍ୟପଟେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ହାତକୁ ସାନିଟାଇଜ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଯେଉଁ ସ୍ଥାନରେ କରୋନା ସଂକ୍ରମଣ ଅଧିକ ରହିଥିବ ସେଠାରେ ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ । ସ୍କୁଲ ଆସି ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ।

ୟୁନିଟ୨ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଟ୍ଟନାୟକ କହିଛନ୍ତି, " ‘‘ପିଲାଙ୍କର ସ୍କୁଲ ପରିବେଶ ସହିତ ସାମଞ୍ଜସ୍ୟ ବହୁତ ଦିନରୁ ନାହିଁ। ପ୍ରଥମେ ଦିନକୁ ଫେରେଇ ଆଣିବାକୁ ପଡ଼ିବ। ଏଣୁ ପାଠପଢ଼ା ସାଙ୍ଗକୁ କେଉଁ କେଉଁ ଦିଗ ପ୍ରତି ଅଧିକ ଗୁଋତ୍ୱ ଦିଆଯିବ ସେ ନେଇ ଏବେ ଆମେ ପ୍ରସ୍ତୁତ ହେଉଛୁ। ପ୍ରଥମ ଦିନରୁ ୭୦% ପିଲା ଆସିଛନ୍ତ। ଆଗକୁ ସବୁ ପିଲା ଆସିବେ ସେ ବିଶ୍ବାସ ଅଛି ।"

ୟୁନିଟ୨ ବାଳିକା ଉଚ୍ଚବିଦ୍ୟାଳୟ ଛାତ୍ରୀ ମନଶ୍ୱିନୀ ଜେନା କହିଛନ୍ତି, "ମୁଁ ବହୁତ ଖୁସି ଆମେ ଏତେ ଦିନ ପରେ ସ୍କୁଲ ଆସୁଛୁ। ସାଙ୍ଗସାଥୀଙ୍କ ସହିତ ଦେଖା ହେବ। ଏକାଠି ପାଠ ପଢ଼ିବୁ, ବହୁତ ଖୁସି ଲାଗୁଛି। ଆଗରୁ ଅନଳାଇନ ପାଠପଢ଼ା ଏତେ ଭଲ ଲାଗୁ ନଥିଲା। ଏବେ କ୍ଳାସ ରୁମରେ ପାଠପଢ଼ା ନିଶ୍ଚିତ ଭଲ ଲାଗିବ ।

ସେହିପରି ଆରମ୍ଭ ହୋଇଛି ପିଜି ପ୍ରଥମ ବର୍ଷ ପାଠପଢ଼ା। ୟୁଜିର ଦ୍ଵିତୀୟ ଓ ତୃତୀୟ ବର୍ଷ ପାଠପଢ଼ା ଚାଲିଥିଲାବେଳେ, ୟୁଜି ପ୍ରଥମ ବର୍ଷ ପାଠପଢ଼ା ଗତ ୧ ତାରିଖରୁ ଆରମ୍ଭ ହୋଇଛି । ପିଜି ଦ୍ଵିତୀୟ ବର୍ଷ ପାଠପଢ଼ା ଚାଲିଥିବା ବେଳେ ସୋମବାରଠାରୁ ପ୍ରଥମ ବର୍ଷ ଖୋଲିଛି । ସରକାରଙ୍କ ସମସ୍ତ ଗାଇଡ଼ଲାଇନ ଓ କରୋନା ନିୟମାବଳୀ ଆଧାରରେ ପାଠପଢ଼ା ଆରମ୍ଭ ହୋଇଛି। ତେବେ କ୍ୟାମ୍ପସରେ କୋଭିଡ କଟକଣାକୁ ମାନି ଶ୍ରେଣୀଗୃହ ଶିକ୍ଷାଦାନ ଜାରି ରଖିବା ହେବ ବଡ଼ ଚାଲେଞ୍ଜ। କଲେଜ ସହ ହଷ୍ଟେଲ ମଧ୍ୟ ଖୋଲିଛି ପିଲାଙ୍କ ପାଇଁ। କୌଣସି ପ୍ରକାର ଲକ୍ଷଣ ଦେଖା ଦେଲେ ଆଇସଲେସନ ରୁମର ବ୍ୟବସ୍ଥା କରାଯାଇଛି। ଏହା ସହ ଅଫଲାଇନ୍ ସାଙ୍ଗକୁ ଅନଲାଇନ ପାଠପଢ଼ା ମଧ୍ୟ ଜାରି ରହିଛି। ଯିଏ ଚାହିଁବେ ସେମାନେ ହିଁ କେବଳ କ୍ଳାସ କରିବେ ଅନ୍ୟମାନେ ଅନଲାଇନ କ୍ଳାସ କରିପାରିବେ। ସେହିଭଳି କଣ୍ଟେନମେଣ୍ଟ ଜୋନରେ ନା କଲେଜ ଖୋଲିବ ନା କେହି କଲେଜକୁ ଆସିପାରିବେ। କଡ଼ା ନିୟମ ଆଧାରରେ ଚାଲିବ ପାଠପଢ଼ା।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ମାନସ ବେହେରା କହିଛନ୍ତି, "ଫାଇନାଲି ସବୁ ଶ୍ରେଣୀ ଖୋଲିଛି। ସମସ୍ତ ବିଭାଗର ଅଫଳାଇନ ପାଠପଢା ଆରମ୍ଭ ହୋଇଛି। ପିଜି ଦ୍ଵିତୀୟ ବର୍ଷ ପାଠପଢ଼ା ଚାଲିଥିବାବେଳେ ସୋମବାରଠୁ ପ୍ରଥମ ବର୍ଷ ପାଠପଢଡା ଆରମ୍ଭ ହୋଇଛି। ସ୍ପଟ ସିଲେକ୍ସନ ଆଡ଼ମିଶନ ବାକି ଅଛି। ବାକି ଛାତ୍ରୀମାନେ ଆସିଲେ ସେହି ବ୍ୟାଚ୍ ପାଠପଢ଼ା ଆରମ୍ଭ ହେବ ।

ପର୍ଯ୍ୟାୟ କ୍ରମେ ସ୍ବଭାବିକ ହେଉଛି ରାଜ୍ୟରେ ପାଠପଢ଼ା। ବର୍ତ୍ତମାନ ଉଚ୍ଚଶିକ୍ଷା ସହ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି। ଏହା ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ଅପେକ୍ଷା ରହିଛି ।
Published by: Lipina Das
First published: November 16, 2021, 3:15 PM IST