ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶନିବାର ଦିନ ଆସିପାରେ ବନ୍ୟା; ୬ଟି ଜିଲ୍ଲାକୁ ବିପଦ ଅଛି; NDRF ମୁତୟନ କଲେ ସରକାର

ଶନିବାର ଦିନ ଆସିପାରେ ବନ୍ୟା; ୬ଟି ଜିଲ୍ଲାକୁ ବିପଦ ଅଛି; NDRF ମୁତୟନ କଲେ ସରକାର

Mahanadi water level rising fast, 6 Odisha districts may have flood: ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ହୀରାକୁଦର ୨୮ଟି ଗେଟ୍‌ ଖୋଲାଯାଇଛି । ମହାନଦୀ ଫୁଲୁଥିବାରୁ ଦେଖାଦେଇଛି ବନ୍ୟା ଆଶଙ୍କା । ମହନଦୀ ଅବବାହିକାର ଜିଲ୍ଲାଗୁଡ଼ିକ ଓ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ପ୍ରଶାସନ ନଜର ରଖିଛି ।

ଶନିବାର ଦିନ ଆସିପାରେ ବନ୍ୟା; ୬ଟି ଜିଲ୍ଲାକୁ ବିପଦ ଅଛି; NDRF ମୁତୟନ କଲେ ସରକାର
ମହାନଦୀରେ ଜଳ ସ୍ତର ବଢୁଛି; (ଡାହାଣ) ପ୍ରଦୀପ ଜେନା
  • News18 Odia
  • Last Updated: September 16, 2021, 7:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟର ଚାରିଟି ଜିଲ୍ଲାରେ ଶନିବାର ଦିନ ଆସିପାରେ ବନ୍ୟା  । ଏ ନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ ଜେନା । ବୈତରଣୀ ନଦୀରେ ଜଳ ସ୍ତର ବଢ଼ିଛି, କିନ୍ତୁ ବିଶେଷ କ୍ଷତି ହେବନି ବୋଲି ଏସ୍‌.ଆର୍‌.ସି. ସୂଚନା ଦେଇଛନ୍ତି ।

ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ହୀରାକୁଦର ୨୮ଟି ଗେଟ୍‌ ଖୋଲାଯାଇଛି । ମହାନଦୀ ଫୁଲୁଥିବାରୁ ଦେଖାଦେଇଛି ବନ୍ୟା ଆଶଙ୍କା । ମହନଦୀ ଅବବାହିକାର ଜିଲ୍ଲାଗୁଡ଼ିକୁ ଦିଆଯାଇଛି ସତର୍କ ସୂଚନା । ଶାଖା ନଦୀରେ ଜଳ ସ୍ତର ବଢ଼ିବା ସମ୍ବାବନା ଥିବାରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ପ୍ରଶାସନ ନଜର ରଖିଛି । ଏନ୍‌.ଡି.ଆର୍‌.ଏଫ୍‌., ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଛି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ଉଦ୍ଧାରକାରୀ ଦଳ ।

ଏହା ବି ପଢ଼ନ୍ତୁ | ପତି, ପତ୍ନୀ, ଲକଡାଉନ୍ ୱର୍କ୍ ଫ୍ରମ୍ ହୋମ୍: ଜଣେ ପତ୍ନୀଙ୍କ ଅନୁରୋଧ ଶୁଣି ଲୋକେ ହସି ହସି ଗଡୁଛନ୍ତି

‘‘କେନ୍ଦୁଝରରେ ଯେଉଁ ବର୍ଷା ହୋଇଛି ତା’ରି ଫଳରେ ବୈତରଣୀ ନଦୀର ଜଳ ସ୍ତର ବଢ଼ିଛି । ପଅରଦିନ ସୁନ୍ଦରଗଡ଼ ଅଞ୍ଚଳରେ ହୋଇଥିବା ବର୍ଷା କାରଣରୁ ବ୍ରାହ୍ମଣୀ ନଦୀରେ ଅଧିକ ଜଳ ଆସିଛି ଓ ରେଙ୍ଗାଳୀ ରିଜର୍ଭୟରର ଫ୍ଲଡ୍‌ ଲେଭଲ୍‌ ୧୨୩.୫ ଛୁଇଁଯାଇଛି । ସେଥି ପାଇଁ ସେଠି ଗୋଟିଏ ଗେଟ୍‌ ଖୋଲିବାକୁ ପଡ଼ିଛି । ବୈତରଣୀ ନଦୀରେ ବଢ଼ିଥିବା ଜଳ ସ୍ତର ଯୋଗୁଁ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଏହି ନଦୀ ବିପଦ ସ୍ତର ପାର୍‌ କରିବ । ଏହା ସାମାନ୍ୟ ବନ୍ୟା ଆଣିପାରେ, ମାତ୍ର ସଙ୍କଟମୟ ପରିସ୍ଥିତି ସୃଷ୍ଟି କରିବ ନାହିଁ,’’ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ପ୍ରଦୀପ ଜେନା ।

କଟକରେ ଅନେକ ପରିବାର ଆଗୁଆ ବନ୍ଧ ଉପରକୁ ଚାଲି ଆସିଛନ୍ତି ।


ଏହା ବି ପଢ଼ନ୍ତୁ | ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ରେପ୍ ହୋଇଥିବା ମହିଳାଙ୍କ ମୃତ୍ୟୁ; ଲୁହା ରଡ଼ରେ ଆକ୍ରମଣ

ସେ ଆହୁରି କହିଛନ୍ତି, ‘‘ମହାନଦୀରେ ବୁଧବାର ଦିନ ମୁଣ୍ଡଳୀ ବ୍ୟାରେଜରେ ୬.୪୫ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା । ଛତିଶଗଡ଼ରୁ ବୁଧବାର ଦିନ ୪.୨୦ ଲକ୍ଷ କ୍ୟୁସେକ୍‌ ଜଳ ହୀରାକୁଦ ମଧ୍ୟକୁ ପ୍ରବେଶ କରୁଥିଲା । ଆଜି ତା’ର ପରିମାଣ ବଢ଼ିଯାଇଛି କାରଣ ଓଡ଼ିଶାରୁ ଲଘୁଚାପ ଛତିଶଗଡ଼ ଯାଇ ସେଠାରେ ପ୍ରବଳ ମାତ୍ରାରେ ବର୍ଷା କରିଛି ।’’ ସରକାରଙ୍କ ପୂର୍ବାନୁମାନ ଅନୁସାରେ ଶନିବାର ରାତିରେ ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | UPରେ କୁସ୍ତି ଖେଳ ଚାଲିଥିବା ବେଳେ ଖେଳାଳିଙ୍କ ବେକ ଭାଙ୍ଗିଗଲା ମୃତ୍ୟୁ ହେଲା; VIDEO ଭାଇରାଲ୍

ଗୁରୁବାର ଦିନ ୧୨ଟା ସୁଦ୍ଧା ହୀରାକୁଦକୁ ସେକେଣ୍ଡ ପିଛା ୫ ଲକ୍ଷ ୨୦,୪୫୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ଏବେ ହୀରାକୁଦର ୨୮ଟି ଗେଟ୍‌ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଶନିବାର ସକାଳ ବେଳକୁ ମୁଣ୍ଡଳୀ ପାଖରେ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ଏହା ଦ୍ବାରା କେନ୍ଦ୍ରପଡ଼ା ଓ ପୁରୀରେ ବନ୍ୟା ଜଳ ପ୍ରବାହିତ ହେବ । ସେଥି ପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି ବୋଲି ଏସ୍‌.ଆର୍‌.ସି. ସୂଚନା ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ତାଲିବାନ୍ ସରକାରରେ No. ମୁଲ୍ଲା ବରାଦରଙ୍କୁ ହତ୍ୟା କରାଗଲା କି? ଆସିଲା ଅଡି଼ଓ ମେସେଜ୍

ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଓଡ୍ରାଫ୍‌, NDRF ଓ ଅଗ୍ନିଶମ ଟିମକୁ ଆଲର୍ଟ ରଖାଯାଇଛି । ବନ୍ୟା କ୍ଷୟକ୍ଷତିର ମୁକାବିଲା ପାଇଁ ଓଡ୍ରାଫର ମୋଟ ୩୦ଟି ଟିମ୍‌ ସଜାଗ ଅଛନ୍ତି । NDRFର ୧୨ଟି ଦଳ ଓ ଅଗ୍ନିଶମ ବିଭାଗର ୧୦ଟି ଦଳ ମୁତୟନ ହୋଇଥିବା ଏସ୍‌.ଆର୍‌.ସି. କହିଛନ୍ତି । ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ଆବଶ୍ୟକ ପଡିଲେ ଉଦ୍ଧାର କାର୍ଯ୍ୟରେ ଏନ୍‌.ଡି.ଆର୍‌.ଏଫ୍‌. ଓ ଅଗ୍ନିଶମ ବାହିନୀ ନିୟୋଜିତ ହେବେ । ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ।
Published by: Anand S.T. Das
First published: September 16, 2021, 7:01 PM IST