IOCLର ପାଇପ ଲାଇନ କାଟି ଡିଜେଲ ଚୋରି ଘଟଣାରେ ୬ ଜଣିଆ ଆନ୍ତଃରାଜ୍ୟ ଚୋର ଗିରଫ

ଆଇଓସିଏଲ ପାଇପ ଲାଇନରୁ ତେଲ ଡକାୟତି ଘଟଣାର ସମ୍ବଲପୁର ପୋଲିସ ଜଣେ ପେଟ୍ରୋଲ ପମ୍ପ ମାଲିକକୁ ମିଶାଇ ମୋଟ ୬ ଜଣକୁ ଗିରଫ କରିଛି।

IOCLର ପାଇପ ଲାଇନ କାଟି ଡିଜେଲ ଚୋରି ଘଟଣାରେ ୬ ଜଣିଆ ଆନ୍ତଃରାଜ୍ୟ ଚୋର ଗିରଫ

IOCLର ପାଇପ ଲାଇନ କାଟି ଡିଜେଲ ଚୋରି ଘଟଣାରେ ୬ ଜଣିଆ ଆନ୍ତଃରାଜ୍ୟ ଚୋର ଗିରଫ

  • Share this:
News18 Odia Digital

ସମ୍ବଲପୁର: ରାଜ୍ୟର ବିଭିନ୍ନ ଜିଲ୍ଲା ଦେଇ ଯାଇଥିବା ଆଇଓସିଏଲର ପାଇପ ଲାଇନ କାଟି ସେଥିରୁ ଡିଜେଲ ଚୋରି କରୁଥିବା ୬ ଜଣିଆ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଛି ସମ୍ବଲପୁର ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ୩ଟି ତେଲ ଟ୍ୟାଙ୍କର, ପାଇପ ଲାଇନରୁ ତେଲ କାଢ଼ିବା ପାଇଁ ବ୍ୟବହାର ହେଉଥିବା ଭାଲ୍‌ଭ, ଜେନେରେଟର, ଡ୍ରିଲ ମେସିନ ଆଦି ଜବତ କରାଯାଇଛି।

ଆଇଓସିଏଲ ପାଇପ ଲାଇନରୁ ତେଲ ଡକାୟତି ଘଟଣାର ସମ୍ବଲପୁର ପୋଲିସ ଜଣେ ପେଟ୍ରୋଲ ପମ୍ପ ମାଲିକକୁ ମିଶାଇ ମୋଟ ୬ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ବଅଁରପାଳର ଦୁଷ୍ମନ୍ତ ନାଏକ, ଗୋାଳାବନ୍ଧର ସିପୁନ ବେହେରା, ପର୍ତ୍ତାର ଗ୍ରାମର ମଳୟ କର୍ଣ୍ଣ, ସମ୍ବଲପୁର ଜିଲ୍ଲା ଅଇଁଠାପାଲିର ବିନୟ ନାଗ, କ୍ଷେତରାଜପୁର ଥାନା ତାଲଭଟାପଡାର ଦୀପକ କୁମାର ଗୋୟଲ ଓ ବରେଇପାଲୀ ପାଞ୍ଚ ଗୋଛିଆର ସୁବାଷ ଅଗ୍ରୱାଲ।

ଏହି ଗ୍ୟାଙ୍ଗର ସଦସ୍ୟମାନେ ପାରାଦୀପ, ରାଞ୍ଚି ପାଇପ ଲାଇନରେ ଅତି ଚରୁରତା ସହ ପାଇପ ଲାଇନରୁ ତେଲ ଚୋରି କରୁଥିଲେ। ଏ ତେଲକୁ ବିଭିନ୍ନ ସ୍ଥାନରେ କମ୍‌ ଦରରେ ବିକୁଥଲେ। ଏପରି କି ପେଟ୍ରୋଲ ପମ୍ପରେ ମଧ୍ୟ ବିକୁଥିଲେ। ଏହି ଆନ୍ତଃରାଜ୍ୟ ତେଲ ଚୋରି ଡକାୟତିମାନେ ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡା ,ଅନୁଗୁଳ, ବରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଇପଲାଇନରୁ ତେଲ ଚୋରି କରୁଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ସ୍ଥାନରେ ୨୩ଟି ମାମଲା ରହିଛି। ଏମାନେ ପାଇପ ଲାଇନରୁ ତେଲ ଚୋରି କରି କମ ଦାମରେ ପେଟ୍ରୋଲ ପମ୍ପମାନଙ୍କୁ ବିକୁଥିଲେ।

ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର କହିଛନ୍ତି। ପ୍ରକାଶ ଥାଉକି ଗତ ଜାନୁୟାର ୨୦ ତାରିଖରେ କତରବଗା ଥାନା କୁସୁମଡିହି ଗ୍ରମା ନିକଟରେ ପ୍ରେସର ଫେଲ ହେଉଥିବା ଆଇଓସିଏଲ କତ୍ତୃପକ୍ଷ ଜାଣଇବାକୁ ପାଇଥିଲେ। ଏ ନେଇ ସେ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିବା ପରେ ମଖ୍ୟ ପାଇପ ଲାଇପରେ ବେଲ ହୋଲ କରି ଡିଜେଲ ଚୋରି କରାଯାଇଥିବା ପ୍ରଥମିକ ତଦନ୍ତ ଜଣା ପଡ଼ିଥିଲା। ଏ ନେଇ କତ୍ତୃପକ୍ଷ ପୋଲିସ ନିକଟରେ ଏକ ଏତଲା ଦେଇଥିଲେ। ପୋଲିସ ଏ ସମ୍ପର୍କରେ ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ଦେଢ଼ ଘଣ୍ଟା ମଧ୍ୟରେ ପାଇପଲାଇନ କାଟି ଡିଜେଲ ଚୋରି କରିବା ପରେ ପୁଣି ଥରେ ୱେଲ୍ଡିଂ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥାନ୍ତି ବୋଲି ଜଣା ପଡ଼ିଥିଲା।
Published by:Lipina Das
First published: