କୋଣାର୍କରେ ଆରମ୍ଭ ହୋଇଛି ବିଶ୍ୱ ବାଲୁକା କଳା ଉତ୍ସବ, ସାମିଲ ହୋଇଛନ୍ତି ଛଅ ଜଣ ବିଦେଶୀ ବାଲୁକାଶିଳ୍ପୀ

ପ୍ରଥମ ଦିନରେ ହେରିଟେଜ୍ ଥିମ୍‌କୁ ନେଇ ବାଲୁକା କଳା ପ୍ରଦର୍ଶିତ ହୋଇଛି । ଓଡ଼ିଶାର କଳାକାରମାନେ ବାଲୁକା କଳାରେ ଶ୍ରୀମନ୍ଦିର, ପ୍ରଭୁ ଜଗନ୍ନାଥ, ଧଉଳି ଓ ଖଣ୍ଡଗିରି ଆଦିରେ ଥିବା ପ୍ରମୁଖ କଳାକୃତିମାନଙ୍କୁ ସ୍ଥାନ ଦେଇଛନ୍ତି ।

କୋଣାର୍କରେ ଆରମ୍ଭ ହୋଇଛି ବିଶ୍ୱ ବାଲୁକା କଳା ଉତ୍ସବ, ସାମିଲ ହୋଇଛନ୍ତି ଛଅ ଜଣ ବିଦେଶୀ ବାଲୁକାଶିଳ୍ପୀ
ପ୍ରଥମ ଦିନରେ ହେରିଟେଜ୍ ଥିମ୍‌କୁ ନେଇ ବାଲୁକା କଳା ପ୍ରଦର୍ଶିତ ହୋଇଛି । ଓଡ଼ିଶାର କଳାକାରମାନେ ବାଲୁକା କଳାରେ ଶ୍ରୀମନ୍ଦିର, ପ୍ରଭୁ ଜଗନ୍ନାଥ, ଧଉଳି ଓ ଖଣ୍ଡଗିରି ଆଦିରେ ଥିବା ପ୍ରମୁଖ କଳାକୃତିମାନଙ୍କୁ ସ୍ଥାନ ଦେଇଛନ୍ତି ।
  • News18 Odia
  • Last Updated: December 2, 2019, 6:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin

କୋଣାର୍କ: ଅର୍କ କ୍ଷେତ୍ର କୋଣାର୍କରେ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ ବିଶ୍ୱ ବାଲୁକା କଳା ଉତ୍ସବ। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଶ୍ୱ ବାଲୁକା କଳା ମହୋତ୍ସବକୁ ଉଦଘାଟନ କରିଛନ୍ତି। ଦେଶ ବିଦେଶରୁ ଶତାଧିକ ବାଲୁକା ଶିଳ୍ପୀ ଅଂଶ ଗ୍ରହଣ କରିଛନ୍ତି ଏଇ ମହୋତ୍ସବରେ।


ପ୍ରଥମ ଦିନରେ ହେରିଟେଜ୍‌ ଥିମ୍‌କୁ ନେଇ ବାଲୁକା କଳା ପ୍ରଦର୍ଶିତ ହୋଇଛି । ଓଡ଼ିଶାର କଳାକାରମାନେ ବାଲୁକା କଳାରେ ଓଡ଼ିଶାର ବିଭିନ୍ନ କଳାକୃତିକୁ ସ୍ଥାନ ଦେଇଛନ୍ତି। ଶ୍ରୀମନ୍ଦିର, ପ୍ରଭୁ ଜଗନ୍ନାଥ, ଧଉଳି ଓ ଖଣ୍ଡଗିରି ଆଦିରେ ଥିବା ପ୍ରମୁଖ କଳାକୃତିମାନଙ୍କୁ ସ୍ଥାନ ଦେଇଛନ୍ତି, ଯାହାକୁ ଦେଖି ପର୍ଯ୍ୟଟକମାନେ ମନ୍ତ୍ରମୁଗ୍ଧ ହୋଇଛନ୍ତି। ଶହେରୁ ଅଧିକ ଭାରତୀୟ ବାଲୁକା ଶିଳ୍ପୀ ଛଅ ଜଣ ବିଦେଶୀ ବାଲୁକାଶିଳ୍ପୀ ଏଥିରେ ସାମିଲ ହୋଇଛନ୍ତି ।


ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ କୋଣାର୍କ ମହୋତ୍ସବ ଉଦ୍‌ଘାଟନ କରିଛନ୍ତି। ଏଥିରେ ଦେଶର ବିଭିନ୍ନ ଲୋକ ନୃତ୍ୟଶାସ୍ତ୍ରୀୟ ନୃତ୍ୟ କଳାକାର ତାଙ୍କର ନୃତ୍ୟ ପ୍ରଦର୍ଶନ କରିଛନ୍ତି । ରଙ୍ଗୀନ ଅଲୋକ ମାଳାରେ ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ


ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୦ ତମ କୋଣାର୍କ ମହୋତ୍ସବ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶୀ, କୁଚିପୁଡ଼ି, କଥକଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଶଣ ହେବ ଓଡ଼ିଶାର କଳା, ସଂସ୍କୃତି ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ ଉତ୍ସବ ପାଞ୍ଚ ତାରିଖରେ ଉଦ୍ଯାପିତ ହେବ ।


ଚଳିତ ବର୍ଷ କୋଣାର୍କ ଉତ୍ସବର ଶୁଭାରମ୍ଭ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ କଥକ ନୃତ୍ୟରେ ଶେଷ ହେବ କୋଣାର୍କ ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହ ବୃଦ୍ଧି ପାଇଛି।ଦେଶ ବିଦେଶର ବିଶିଷ୍ଠ ବାଲୁକା ଶିଳ୍ପୀମାନେ ଏହି ଉତ୍ସବରେ ଭାଗ ନେଇଛନ୍ତି ଆମେରିକା, ରୁଷିଆ, ଡ଼େନମାର୍କ, ଆଫ୍ରିକା, କାନାଡ଼ା, ଆୟର୍‌ଲାଣ୍ଡ୍‌ର ବାଲୁକାଶିଳ୍ପୀ ମାନେ ବାଲୁକା କଳା ପ୍ରଦର୍ଶନ କରିବେ

First published: December 2, 2019, 6:36 PM IST
corona virus btn
corona virus btn
Loading