ମାଲକାନଗିରି: କାଲିମେଳା ବ୍ଲକ ତାମାନପଲ୍ଲୀ ଗାଁରେ ଅଜଣା ରୋଗର ଆତଙ୍କ ସୃଷ୍ଟି ହୋଇଛି। ଗତ ୧୫ ଦିନ ମଧ୍ୟରେ ୬ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ।
ଖବର ପାଇ ଗାଁରେ କାଲିମେଳା ମେଡ଼ିକାଲ୍ର ଏକ ଡ଼ାକ୍ତରୀ ଟିମ୍ ପହଞ୍ଚି ଓ କୋରାପୁଟରୁ ସ୍ଵତନ୍ତ୍ର ଏକ ତିନିଜଣିଆ ଦଳ ଆଜି ତାମାନପଲ୍ଲୀ ଗାଁରେ ପହଂଚିଛି । ହେଲେ ପୁଣି ଜାପାନୀ ଜ୍ବର ଲେଉଟିଥିବା ନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଆଦିବାସୀ ଲୋକେ । ବିଭିନ୍ନ ପିଲାଙ୍କର ବ୍ଲଡ୍ ସାମ୍ପଲ କଲେକ୍ଟ କରାଯାଇ କୋରାପୁଟ ନିଆଯିବ ବୋଲି କହିଛନ୍ତି ମେଡିକାଲ ଟିମ୍ ।
ତାପନପାଲ୍ଲି ଗାଁରେ ପିଲାମାନଙ୍କୁ କେଉଁ ରୋଗ ହୋଇଛି କେହି ଜାଣି ପାରୁନାହାନ୍ତି । ଗତ ୧୫ ଦିନ ମଧ୍ୟରେ ୬ ଶିଶୁଙ୍କ ମୃତ୍ୟୁ ହୋଇଛି। ଆହୁରି ୭ ଜଣ ଆକ୍ରାନ୍ତ ବି ହୋଇଥିଲେ ଏବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ହୋଇଯାଇଥିବାରୁ ସେମାନେ ସୁସ୍ଥ ହୋଇ ଫେରିଛନ୍ତି ଓ ଏବେ ଘରେ ଅଛନ୍ତି ।
ମାଲକାନଗିରିକୁ ପୁଣି କଣ ଜାପାନୀ ଜ୍ବର ଫେରିଲା କି, ଏମିତି ଭାବି ଲେକେ ଏ ଯାଏଁ ଆତଙ୍କିତ । ତାମନପଲ୍ଲୀ ଗ୍ରାମରେ ତିନି ଜଣିଆ ଡାକ୍ତର ଦଳ ପହଁଚିଛନ୍ତି। ମା ଓ ନବଜାତମାନଙ୍କର ରକ୍ତ ଓ କଫର ପ୍ରାଥମିକ ଅନୁସନ୍ଧାନ ପରେ ବ୍ରଙ୍କୋନିମୋନିଆରେ ପୀଡିତ ହୋଇ ଶିଶୁ ମାନଙ୍କର ମୁତ୍ୟୁ ହୋଇଥିବା କୋରାପୁଟର ଡାକ୍ତର କହିଛନ୍ତି । ତେବେ ଗାଁରେ ଛୋଟ ଛୋଟ ପିଲାମାନେ ଅପପୁଷ୍ଟିର ଶିକାର ହୋଇଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି ।
ଏ ନେଇ ସିଡିଏମ୍ଓଙ୍କୁ ପଚାରିବାରୁ ସଚେତନତାର ଅଭାବ ବୋଲି କହି ଅପପୁଷ୍ଟି ଘଟଣାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଛନ୍ତି। ଏଥି ପାଇଁ ଆଙ୍ଗନବାଡ଼ିରେ ଦୁଇ ବେଳା ରନ୍ଧା ଖାଦ୍ୟ ଓ ଘରେ ଘରେ ବୁଲି ଲୋକମାନଙ୍କୁ ସଚେତନ କରିଛନ୍ତି।
କୁନି ଶିଶୁଙ୍କୁ ଏହି ରୋଗ ମାଡି଼ବସୁଛି । ପ୍ରଥମେ ଜ୍ବର, କାଶ, ଥଣ୍ଡା ଓ ବାରମ୍ବାର ବାନ୍ତି ହେବା ପରେ ଶିଶୁମାନଙ୍କର ମୃତ୍ୟୁ ହେଉଛି । ଏ ଭଳି ସ୍ଥିତରେ ଆଦିବାସୀ ଲୋକେ ଡାକ୍ତରି ଔଷଧ ପରିବର୍ତ୍ତେ ଗୁଣିଆ ଓ ଦିଶାରିଙ୍କ ଉପରେ ଭରସା କରୁଛନ୍ତି । ଖବର ପାଇ ଗାଁରେ କାଲିମେଳା ମେଡ଼ିକାଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଡାକ୍ତରୀ ଟିମ୍ ଓ କୋରାପୁଟରୁ ତିନି ଜଣ ଡାକ୍ତର ଡଃ ସ୍ଵପ୍ନ ସରିତ ସାହୁ, ଡଃ ସତୀଶ କୁମାର ଦଳାଇ ଓ ଡଃ ଶିବ ସାଇ ସ୍ଵରୂପ ଆଜି ପହଞ୍ଚିଛନ୍ତି ସେହି ଗାଁରେ ।
ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଆକ୍ରାନ୍ତ ଥିବା ଶିଶୁଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଲାବ୍ରୋଟାରି ଟେଷ୍ଟ ପରେ କାରଣ ଜଣା ପଡିବ ବୋଲି କୋରାପୁଟରୁ ଆସିଥିବା ଡାକ୍ତର ଓ ସିଡିଏମ୍ଓ କହିଛନ୍ତି । ତିନି ବର୍ଷ ତଳେ ମାଲକାନଗିରିରେ ଜାପାନୀ ଏନସେଫାଲାଇଟିସ୍ ଆତଙ୍କ ଖେଳାଇଥିଲା । ପାଖା ପାଖି ଶହେ ଶିଶୁଙ୍କ ଅକାଳ ମୃତ୍ୟୁ ହୋଇଥିଲା ।
ଏବେ ପୁଣି ଥରେ ଶିଶୁଙ୍କ ମୃତ୍ୟୁ ଦ୍ବାରା ଭୟଭୀତ ହୋଇଛନ୍ତି ଲୋକେ । ସେମାନଙ୍କ ମନରେ ପୁଣି ସେହି ଡର ସୃଷ୍ଟି ହୋଇଛି ଯେ ଜାପାନୀ ଜ୍ଵର ବୋଧହୁଏ ପୁଣି ଫେରି ଆସିଛି । ପୁଣି ଶିଶୁ ମୃତ୍ୟୁ ସଂଖା ବୁଦ୍ଧି ପାଇବ ନା ଏତିକିରେ ସୀମିତ ରହିବ ତାହା ଦେଖିବାକୁ ବାକି ରହିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।