ପରୀ ଦୁଷ୍କର୍ମ ଓ ହତ୍ୟା: ୩ ଜଣଙ୍କୁ ଉଠାଇଲା SIT; କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ NCPCR କହିଲା

ଯଦୁପୁରରୁ ଯେଉଁ ମାନଙ୍କୁ SIT ଉଠାଇ ନେଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ସରୋଜ ସେଠୀ, ଯିଏ ପୂର୍ବରୁ ଅଭିଯୋଗ କରିଥିଲେ ଯେ ଏହି ଘଟଣାରେ ଦୋଷ ମାନିନେବା ପାଇଁ ତାଙ୍କୁ SIT ମୁଖ୍ୟ ଅରୁଣ ବୋଥ୍ରା ପାଞ୍ଚ ଲକ୍ଷ ଟଙ୍କା ଦେବାର ଲୋଭ ଦେଖାଇଥିଲେ ।

ପରୀ ଦୁଷ୍କର୍ମ ଓ ହତ୍ୟା: ୩ ଜଣଙ୍କୁ ଉଠାଇଲା SIT; କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ NCPCR କହିଲା
ପାଞ୍ଚ ବର୍ଷର ଝିଅ ପରୀକୁ ଜୁନ୍ ମାସରେ ନୃଶଂସ ଭାବେ ହତ୍ୟା କରାଯାଇଥିଲା ।
  • News18 Odia
  • Last Updated: December 19, 2020, 5:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି କ୍ରାଇମ ବ୍ରାଞ୍ଚର ଏସ୍‌.ଆଇ.ଟି. (SIT) ସନ୍ଦେହରେ ଗୋଟିଏ ପରିବାରର ତିନି ଜଣଙ୍କୁ ଉଠାଇନେଇଛି ଓ ଏକ ଅଜ୍ଞାତ ସ୍ଥାନରେ ରଖି ସେମାନଙ୍କୁ ଜେରା କରୁଥିବାର ସୂଚନା ମିଳିଛି । ଏହି ପୂରା ମାମଲାର ତଦନ୍ତ ଓଡ଼ିଶା ସରକାରଙ୍କ କ୍ରାଇମ୍‌ ବ୍ରାଞ୍ଚ କରୁଥିବା ବେଳେ ତଦନ୍ତରେ ତ୍ରୁଟି ହୋଇଥିବା ଦର୍ଶାଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ (NCPCR) ଏକ କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ଭାର ଦେବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ଯଦୁପୁରରୁ ଯେଉଁ ମାନଙ୍କୁ SIT ଉଠାଇ ନେଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀ । ପୂର୍ବରୁ ସରୋଜଙ୍କୁ ନୟାଗଡ଼ ସର୍କିଟ ହାଉସକୁ ଡାକି SIT ଟିମର ମୁଖ୍ୟ ଅରୁଣ ବୋଥ୍ରା ଜେରା କରିଥିବା ସରୋଜ ଅଭିଯୋଗ କରିଥିଲେ । ତାଙ୍କୁ ଏ ଘଟଣାରେ ଦୋଷୀ ବୋଲି ମାନିନେବା ପାଇଁ ଅରୁଣ ବୋଥ୍ରା ପାଞ୍ଚ ଲକ୍ଷ ଟଙ୍କା ଲୋଭ ଦେଇଥିବା ନେଇ ସରୋଜ ଅଭିଯୋଗ କରିଥିଲେ ।

ଏହା ବି ପଢ଼ନ୍ତୁ | ଝିଅକୁ ଅନଲାଇନ୍ କ୍ଲାସ୍ ପାଇଁ ବାପା ନିଜ ଫୋନ୍ ଦେଇଥିଲେ; ସେଥିରୁ ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଧରାପଡ଼ିଗଲା

ପୂର୍ବରୁ ସରୋଜଙ୍କ ରକ୍ତ ଓ ଲାଳର ନୁମନା, ମୋବାଇଲ ଫୋନ ଓ ପ୍ୟାଣ୍ଟ ସାର୍ଟ ଆଦିକୁ ତଦନ୍ତ ପାଇଁ SIT ଟିମ ନେଇଥିବା ସରୋଜ ଅଭିଯୋଗ କରିଥିଲେ। ସରୋଜ ମଳିସାହି କଲେଜରେ ଯୁକ୍ତ-୩ର ଜଣେ ଛାତ୍ର । ତାଙ୍କ ମାଆ ଯଦୁପୁର ଗାଁରେ ଆଶା କର୍ମୀ ରହିଛନ୍ତି ।

ଏସ୍.ଆଇ.ଟି. ମୁଖ୍ୟ ଅରୁଣ ବୋଥ୍ରା


ନାବାଳିକା ପରୀର ହତ୍ୟା ଓ ଦୁଷ୍କର୍ମ ମାମଲାର ଏ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ ତ୍ରୁଟି ହୋଇଥିବା ଦର୍ଶାଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ (NCPCR) ଏକ କେନ୍ଦ୍ରୀୟ ସଂସ୍ଥାକୁ ତଦନ୍ତ ଭାର ଦେବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି । ଏହି ସୁପାରିସ କରାଯାଇଥିବା ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଅବଗତ କରିଛି NCPCR । ଟ୍ବିଟ୍‌ କରି ଏ ନେଇ ସୂଚନା ଦେଇଛନ୍ତି ପାତ୍ର ।

ଏହା ବି ପଢ଼ନ୍ତୁ | ଯେବେ ଗବ୍ବର ସିଂ ବେଶରେ ବିସ୍କୁଟ ବିକ୍ରି କରିବାକୁ ରାଜି ହୋଇଥିଲେ ଅଭିନେତା ଅମଜାଦ୍ ଖାନ୍

“ଓଡ଼ିଶା ସରକାରଙ୍କ ଦ୍ଵାରା ପରୀ ହତ୍ୟା ମାମଲାକୁ ନେଇ ହୋଇଥିବା ଭୁଲ ତଦନ୍ତ ବିରୁଦ୍ଧରେ ୩୦ ନଭେମ୍ବର ୨୦୨୦ରେ କରାଯାଇଥିବା ମୋର ଅଭିଯୋଗ ସମ୍ବନ୍ଧରେ NCPCR ରୁ ଏକ ଚିଠି ପାଇଲି। ଅନୁସନ୍ଧାନରେ ତ୍ରୁଟି ଥିବାର NCPCR ଜାଣିବାକୁ ପାଇଛି ଏବଂ ସଠିକ୍ ଅନୁସନ୍ଧାନ ପାଇଁ ଏକ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାକୁ ପରାମର୍ଶ ଦେଇଛି,“ ନିଜ ଟ୍ୱିଟରେ ଲେଖିଛନ୍ତି ପାତ୍ର ।

ଗତ ଜୁନ୍ ୨୩ ତାରିଖରେ ନୟାଗଡ଼ ସଦର ଥାନା ଯଦୁପୁର ଅଞ୍ଚଳରେ ଘଟିଥିଲା ଏହି ଲୋମହର୍ଷକ ହତ୍ୟା । ଗାଁର ଅଶୋକ ସାହୁଙ୍କ ପାଞ୍ଚ ବର୍ଷର ଝିଅ ଅମ୍ରିତା ସାହୁ ଓରଫ ପରୀର ଗଳିତ ମୃତ ଦେହ ମିଳିଥିଲା ଅନ୍ୟ ଜଣେ ଗ୍ରାମବାସୀଙ୍କ ପରିତ୍ୟକ୍ତ ପୋଖରୀ ହୁଡ଼ାରୁ । ମୃତ ଦେହ ମିଳିବାର ୧୦ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୧୪ରେ ହଠାତ୍ ନିଖୋଜ ହୋଇଯାଇଥିଲା ପରୀ । ଝିଅକୁ କେହି ଅପହରଣ କରିଛି ବୋଲି ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ ।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର


ଏହା ବି ପଢ଼ନ୍ତୁ | ପୋଷା କୁକୁରକୁ ମାରି ଟାଣିନେଲା ଚିତା ବାଘ; ଭିଡିଓ ଭାଇରାଲ୍ ହେଲା; ଦେଖନ୍ତୁ VIDEO

ଓଡ଼ିଶାର କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦାବିରେ ଭୁବନେଶ୍ବରରୁ ଯଦୁପୁରକୁ ପଦଯାତ୍ରା କରିବ ବିଜେପି । ପାଞ୍ଚ ଦିନ ଧରି ଚାଲିବ ଏହି ପଦଯାତ୍ରା । ଲିଙ୍ଗରାଜ ମନ୍ଦିରରୁ ବାହାରିବାକୁ ଥିବା ଏହି ପଦଯାତ୍ରା ଡିସେମ୍ବର ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ବିଜେପିର କେନ୍ଦ୍ରୀୟ ନେତାମାନେ ଯୋଗ ଦେବେ ବୋଲି ଦଳ କହିଛି । ୨୦ ତାରିଖରେ ଲିଙ୍ଗରାଜ ମନ୍ଦିରରୁ ଯାଆଁଳା, ୨୧ରେ ଯାଆଁଳାରୁ ସାରୁଅ, ୨୨ରେ ସାରୁଅରୁ ପିଚୁକୁଳି, ୨୩ରେ ପିଚୁକୁଳିରୁ ଇଟାମାଟି ଓ ୨୪ରେ ଇଟାମାଟିରୁ ଯଦୁପୁର ପଦଯାତ୍ରା କରି ସେଠାରେ ଏକ ବଡ଼ ସଭା କରିବ ଦଳ ।

ଶନିବାର ଦିନ ପରୀ ହତ୍ୟା ଘଟଣାକୁ ନେଇ ଅନୁଗୁଳ ଓ ବାଲେଶ୍ୱର ସମେତ କେତେକ ସ୍ଥାନରେ ବିଜେପି ପଦଯାତ୍ରା ଆୟୋଜନ କରିଥିଲା । ବରିଷ୍ଠ ବିଜେପି ନେତା ରୁଦ୍ରନାରାୟଣ ପାଣିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଅନୁଗୁଳ ହାଇ ସ୍କୁଲ ସାମନା ଗାନ୍ଧି ପାର୍କଠାରୁ ପଦଯାତ୍ରା କରି ସହର ପରିକ୍ରମା କରିଥିଲେ । ଏହି ଘଟଣାର ସିବିଆଇ ତଦନ୍ତ କରିବା ସହ ଏଥିରେ ସମ୍ପୃକ୍ତ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ସେ ।



ବାଲେଶ୍ବରରେ ପଦଯାତ୍ରା କରି ବିଜେପି ରାଜ୍ୟରେ ୫,୦୦୦ରୁ ଅଧିକ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାକୁ ଦାବି କରିଛି । ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରିବାକୁ ଦାବି କରି ଦଳ ବାଲେଶ୍ବରର ରେମୁଣା ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ଆୟୋଜନ କରିଥିଲା । ପୂର୍ବତନ ବିଧାୟକ ଗୋବିନ୍ଦ ଦାସଙ୍କ ନେତୃତ୍ୱରେ ଦଳୀୟ କର୍ମୀ ରେମୁଣା ଗୋଲେଇରୁ ହାତିଆଗଣ୍ଡ ଛକ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ ।
Published by: Anand Shankar Thankur Das
First published: December 19, 2020, 5:57 PM IST
corona virus btn
corona virus btn
Loading