ନିର୍ବାଚନରେ କଳାଧନ ରୋକିବାକୁ କଠୋର ପଦକ୍ଷେପ ଲାଗି ପ୍ରସ୍ତାବ ଦେଇପାରେ ଏସ୍‌.ଆଇ.ଟି.

ଗତ ସାଧାରଣ ନିର୍ବାଚନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ବିପୁଳ ପରିମାଣର ଟଙ୍କା, ନିଶା ଦ୍ରବ୍ୟ ଓ ସୁନା ଅଳଙ୍କାର ଇତ୍ୟାଦି ଜବତ କରାଯାଇଥିଲା । କିଛି ସ୍ଥାନରେ ପୋଲିସ ଓ ଆଉ କିଛି ସ୍ଥାନରେ ବିଭିନ୍ନ ସରକାରୀ ଏଜେନ୍ସି ଏହାକୁ ଜବତ କରିଥିଲେ ।

ନିର୍ବାଚନରେ କଳାଧନ ରୋକିବାକୁ କଠୋର ପଦକ୍ଷେପ ଲାଗି ପ୍ରସ୍ତାବ ଦେଇପାରେ ଏସ୍‌.ଆଇ.ଟି.
ଜବତ ହୋଇଥିବା କଳା ଧନ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: March 8, 2020, 10:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏଣିକି ନିର୍ବାଚନ ସମୟରେ ଜବତ ହେଉଥିବା ଅର୍ଥ ବ୍ୟାଜ୍ୟାପ୍ତି ହେବା ସହ ଏହି କାରବାର କରୁଥିବା ଲୋକଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଏହି ନିୟମ ଥିଲେ ମଧ୍ୟ ଜବତ ହେବାର କିଛି ଦିନ ମଧ୍ୟରେ ବିଭିନ୍ନ ଆଳ ଦେଖାଇ ଲୋକେ ଜବତ ହୋଇଥିବା ଟଙ୍କାକୁ ପୁଣି ନେଇ ଯିବାରେ ସମର୍ଥ ହେଉଛନ୍ତି । କିନ୍ତୁ ଏବେ ସେହି ଗଳାବାଟକୁ ବନ୍ଦ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ ।

କଟକରେ ଅନୁଷ୍ଠିତ କଳାଧନ ସମ୍ପର୍କିତ ଏସଆଇଟି ବୈଠକ ଅବସରରେ ଏହାର ସୂଚ଼ନା ମିଳିଛି । ଏହାକୁ ରୋକିବା ପାଇଁ କଣ କଣ ପଦକ୍ଷେପମାନ ଗ୍ରହଣ କରାଯାଇ ପାରେ ସେନେଇ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ ବିକ୍ରମ ବାତ୍ରା ଓ ଓ ଅନ୍ୟ କେତେକ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସବିଶେଷ ଆଲୋଚନା ମଧ୍ୟ ହୋଇଛି । ସୁପ୍ରିମ କୋର୍ଟରେ ଦାଖଲ ହେବାକୁ ଥିବା ନିଜର ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟରେ ଏହାକୁ ଉଲ୍ଲେଖ କରିବା ସହ ଏହାର ନିରାକରଣ ପାଇଁ କିଛି ପ୍ରସ୍ତାବ ମଧ୍ୟ ଦେଇପାରନ୍ତି ଏସଆଇଟି ।

ଗତ ସାଧାରଣ ନିର୍ବାଚନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ବିପୁଳ ପରିମାଣର ଟଙ୍କା, ନିଶା ଦ୍ରବ୍ୟ ଓ ସୁନା ଅଳଙ୍କାର ଇତ୍ୟାଦି ଜବତ କରାଯାଇଥିଲା । କିଛି ସ୍ଥାନରେ ପୋଲିସ ଓ ଆଉ କିଛି ସ୍ଥାନରେ ବିଭିନ୍ନ ସରକାରୀ ଏଜେନ୍ସି ଏହାକୁ ଜବତ କରିଥିଲେ । ସେସବୁ ତଥ୍ୟକୁ ଏସଆଇଟି ଉପାଧ୍ୟକ୍ଷଙ୍କ ନିକଟରେ ଦାଖଲ କରିଛନ୍ତି ବିଭିନ୍ନ ବିଭାଗ ।

ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ


“ଗତ ସାଧାରଣ ନିର୍ବାଚନ ସମୟରେ କଳାଧନ କାରବାର ହୋଇଥିବା କଥା ଜାଣିବାକୁ ମଳିଲିଥିଲା । ଦେଶର କେଉଁ କେଉଁ ସ୍ଥାନ କେତେ ପରିମାଣର ନଗଦ ଅର୍ଥ ୨୦୧୯ ନିର୍ବାଚନରେ ଜବତ ହୋଇଛି ତା’ର ତଥ୍ୟ ନିର୍ବାଚନ କମିଶନ ଦାଖଲ କରିଛନ୍ତି । ଏବେ ସେହି ମାମଲା ଗୁଡିକର ସ୍ଥିତି କଣ ରହିଛି, କେତେଟି ଆପରାଧିକ ମାମଲା ରୁଜୁ ହୋଇଥିଲା ଓ ଆଗକୁ ନିର୍ବାଚନରେ ଅର୍ଥ କାରବାରକୁ କିପରି ରେକାଯାଇ ପାରିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା ” କହିଛନ୍ତି କଳାଧନ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ।

ଗତ କିଛି ଦିନ ମଧ୍ୟରେ ଆୟକର ବିଭାଗ ଦେଶର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ରେଡ଼  ମଧ୍ୟ କରିଛି । ତେବେ କେଉଁ କେଉଁ ଠାରେ ଏହି ରେଡ଼ ହୋଇଥିଲା ଓ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେ ନେଇ ତଥ୍ୟ ପ୍ରଦାନ କରିବାକୁ ଆୟକର ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ପଶାୟତ ।

ଏହା ସହ ସ୍ଥିତାବସ୍ଥା ନିର୍ଦ୍ଦେଶ ଛଅ ମାସ ପରେ ସ୍ବତଃ ଅକାମି ହୋଇଯିବା ନେଇ ସୁପ୍ରିମ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ବିଭାଗଗୁଡିକ କଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାର ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ ।

ଏହି ବୈଠକରେ ଭାରତୀୟ ନିର୍ବାଚନ କମିଶନ, ସିବିଆଇ, ଇଡ଼ି, କେନ୍ଦ୍ର ଗୃହ ଓ ଅର୍ଥ ମନ୍ତ୍ରାଳୟ ସହ ନାରକୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ, ରାଜ୍ୟ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ଭଳି ଅନେକ ବିଭାଗର ୨୦ରୁ ଉର୍ଦ୍ଧ ଅଧିକାରୀ ଯୋଗ ଦେଇଥିଲେ । କଳାଧନ ଉପରେ ଅଙ୍କୁଶ ଲାଗାଇବା ସହ ଏହି ଅର୍ଥ ସରକାରୀ ତହବିଲକୁ ଫେରାଇ ଆଣିବା ପାଇଁ ୨୦୧୪ ମସିହାରେ କେନ୍ଦ୍ର ସରକାର ଏସଆଇଟି ଗଠନ କରିଥିଲେ ।
First published: March 8, 2020, 10:32 PM IST
corona virus btn
corona virus btn
Loading