ଭଉଣୀ ରଶ୍ମୀତାକୁ ଗିରଫ କଲା କମିଶନରେଟ ପୋଲିସ; ନଣନ୍ଦପୁଟୁଳିରେ ନେଉଥିଲା ହୀରା ମୁଦି

ରଶ୍ମୀତା ୩୨ ଘଣ୍ଟା ପଚରାଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ମହିଳା ଥାନା ପୋଲିସ । ରମେଶ କାହାକୁ ବିବାହ କରିବ, କେଉଁଠି ଜମି କିଣିବ ସେନେଇ ମଧ୍ୟ ବୁଝାବୁଝି କରୁଥିଲା ରଶ୍ମୀତା ।

ଭଉଣୀ ରଶ୍ମୀତାକୁ ଗିରଫ କଲା କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)

ଭଉଣୀ ରଶ୍ମୀତାକୁ ଗିରଫ କଲା କମିଶନରେଟ ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରୁ ଗିରଫ ହୋଇଥିବା ଠକ ଡାକ୍ତର ରମେଶ ସ୍ୱାଇଁକୁ ନେଇ ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଠକେଇ ଅଭିଯୋଗରେ ପ୍ରଥମେ ରମେଶ ଗିରଫ ହୋଇଥିବା ବେଳେ  ଏବେ ତାର ଭଉଣୀ ରଶ୍ମୀତା ବେଉରାକୁ ଗିରଫ କରିଛି କମିଶନରେଟ ପୋଲିସ ।

ମାଷ୍ଟରମାଇଣ୍ଡ ଥିଲା ଭଉଣୀ ରଶ୍ମୀତା ତେଣୁ ତାକୁ ୩୨ ଘଣ୍ଟା ପଚରାଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରିଛି ମହିଳା ଥାନା ପୋଲିସ । ଅଧିକ ତଦନ୍ତ ପାଇଁ ରଶ୍ମୀତାକୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ତଦନ୍ତକାରୀ ଟିମ୍ ପକ୍ଷରୁ କୁହାଯାଇଛି ।

ରଶ୍ମୀତା ଅଭିଭାବକ ହୋଇ ରମେଶର ପ୍ରତି ବାହାଘର କରୁଥିଲା। ପରେ ନଣନ୍ଦ ସାଜି ନେଉଥିଲା ନଣନ୍ଦ ପୁଟୁଳି । ନଣନ୍ଦ ପୁଟୁଳିରେ ସୁନା, ହୀରା ଭଳି ନେଉଥିଲା ଦାମୀ ଉପହାର। ଯାହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରମାଣ ପାଇବା ପରେ ବୁଧବାର ଏହି ୪୨୦ ଭଉଣୀକୁ ଗିରଫ କରିଛି ପୋଲିସ ।

“ଆମେ ରମେଶ ବିବାହ କରିଥିବା  ଏକାଧିକ ପତ୍ନୀଙ୍କ ସହ ରଶ୍ମୀତାକୁ ଭିଡ଼ିଓ କଲରେ କଥା କରାଇଥିଲୁ । ସମସ୍ତେ ରଶ୍ମୀତାକୁ ଜାଣିଥିବା କଥା କହିଥିଲେ । ନଣନ୍ଦପୁଟୁଳୀ ଆକାରରେ ରଶ୍ମୀତା ସେମାନଙ୍କ ପାଖରୁ ଦାମୀ ଉପହାର ନେଇଛି । ରମେଶର ସବୁ ଠକେଇର ସିଣ୍ଡିକେଟ ସେ ହିଁ ବୁଝୁଥିଲା । ଏପରିକି ରମେଶ କାହାକୁ ବିବାହ କରିବ, କେଉଁଠି ଜମି କିଣିବ ସେନେଇ ମଧ୍ୟ ବୁଝାବୁଝି କରୁଥିଲା ରଶ୍ମୀତା । ତେଣୁ ଅଧିକ ତଦନ୍ତ ପାଇଁ ତାକୁ ଆମେ ରିମାଣ୍ଡରେ ଆଣି ପଚରାଉଚରା କରିବୁ,” କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ ।

ସେପଟେ ରସିକିଆ ଠକ ଡାକ୍ତରଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଦ୍ଧି ସରିବା ପରେ ତାକୁ କୋର୍ଟ ଚାଲାଣ କରିଛି ପୋଲିସ । ରିମାଣ୍ଡ ବେଳେ ମୁହଁ ଖୋଲୁ ନଥିବାରୁ ପୁଣି ଥରେ ୭ଦିନ ପାଇଁ ରିମାଣ୍ଡ ଆବେଦନ କରିଛି ମହିଳା ଥାନା ପୋଲିସ । ସେପଟେ ଖୁଣ୍ଟୁନୀରେ ରମେଶରେ ରହିଛି ଏକ ୩୦ ଏକର ବିଶିଷ୍ଟ ଫାର୍ମ ହାଉସ । କାଲି ମହିଳା ଥାନା ପୋଲିସ ସେଠାକୁ ଯାଇ ଚଢ଼ାଉ କରିଥିଲା । ଫାର୍ମା ହାଉସ ବୁଝୁଥିବା ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ । ଫାର୍ମା ହାଉସଟି ରମେଶଙ୍କ ଦ୍ୱିତୀୟ ପତ୍ନୀଙ୍କ ନାମରେ ରହିଥିବା ତଦନ୍ତ ବେଳେ ଜଣା ପଡ଼ିଛି ।

“ତଦନ୍ତ ବେଳେ ରମେଶର ଖୁଣ୍ଟୁଣୀରେ ଥିବା ଏକ ୩୦ ଏକରର ବିଶିଷ୍ଟ ଫାର୍ମ ହାଉସକୁ ଆମେ ତଦନ୍ତ ପରିସରଭୁକ୍ତ କରିଛୁ । ଆନ୍ଧ୍ରପ୍ରଦେଶର ଜଣେ ବ୍ୟବସାୟୀଙ୍କୁ ଠକିଥିବା ସାଢ଼େ ୪ଲକ୍ଷ ଟଙ୍କାର ଚାରା ସେଡ଼ି ଫାର୍ମହାଉସରେ ଲଗାଇଥିବା ଜଣା ପଡ଼ିଛି । ସମ୍ପୃକ୍ତ ଫାର୍ମା ହାଉସ ବୁଝୁଥିବା ଲୋକଙ୍କୁ ମଧ୍ୟ ଆମେ ପଚରାଉଚରା କରିଛୁ । ସେହିଭଳି ସେ ଫାର୍ମ ହାଉସ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ନାମରେ ରହିଛି । ତେଣୁ ପୋଲିସକୁ ତଦନ୍ତରେ ସହଯୋଗ କରିବାକୁ ତାଙ୍କୁ ଡକାଯାଇଛି,” କହିଛନ୍ତି ଭୁବନେଶ୍ୱର ଡିସିପି ଶ୍ରୀ ଦାଶ ।
Published by:Soumya Das
First published: