News18 Odia Digital
ପୁରୀ: ଐତିହ୍ୟ ନଗରୀ ଶ୍ରୀକ୍ଷେତ୍ର ପାଇଁ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ଯୋଜନାର କାର୍ଯ୍ୟାନ୍ୱୟନ ଦିଗରେ ଏକ ବଡ଼ ପଦକ୍ଷେପ ନେଇ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏ.ଏ.ଆଇ.) ସିପସରୁବାଲି ରାଜସ୍ୱ ମୌଜାର ଜମି ଉପରେ ଚୂଡ଼ାନ୍ତ ମୋହର ମାରିଛି । ଶ୍ରୀମନ୍ଦିରଠାରୁ ପ୍ରାୟ ପାଞ୍ଚ କିଲୋମିଟର୍ ଦୂରରେ ଅବସ୍ଥିତ ଏହି ଜମିକୁ ଜିଲ୍ଲା ପ୍ରଶାସନ ସହଯୋଗରେ ବୁଲି ଦେଖିବା ପରେ ଏ.ଏ.ଆଇ.ରୁ ଆସିଥିବା ଏକ ପାଞ୍ଚ-ଜଣିଆ କେନ୍ଦ୍ରୀୟ ଦଳ ଚାରିଟି ପ୍ରସ୍ତାବିତ ଅଞ୍ଚଳ ମଧ୍ୟରୁ ଏହାକୁ ହିଁ ସର୍ବୋତ୍ତମ ବୋଲି ଦର୍ଶାଇଛି ।
ସିପସରୁବାଲିରେ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧,୫୦୦ ଏକର ରାଜସ୍ୱ ଜମି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି । ପୁରୀକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଆସୁଥିବାରୁ ଶ୍ରୀକ୍ଷେତ୍ର ନିକଟରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦରର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ମାସ ତଳେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଅବଗତ କରାଇଥିଲେ । ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାର ପ୍ରୟାସ ଓ ଏଠାରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ମାଣର ଯୋଜନା ପରସ୍ପର ଅନୁପୂରକ ଭାବେ ବିବେଚିତ ହେଉଛି । ଜମି ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଏହା ବି ପଢ଼ନ୍ତୁ | ଏବେ ଆପଣ ବିନା କୌଣସି ଡକ୍ୟୁମେଣ୍ଟରେ ବି ଆଧାର କାର୍ଡ଼ ବନାଇ ପାରିବେ; ଜାଣନ୍ତୁ କେମିତି‘‘ଆମେ ଚାରିଟି ଜମି ଚିହ୍ନଟ କରିଥିଲୁ । ଜମିଗୁଡିକର ସ୍ଥିତାବସ୍ଥା ଅନୁଧ୍ୟାନ କରିବା ପରେ କେନ୍ଦ୍ରୀୟ ଟିମ୍ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ମାନଦଣ୍ଡ ବହନ କରୁଥିବା ଜମି ଭାବେ ସବୁ ଦୃଷ୍ଟିକୋଣରୁ ସିପସରୁବାଲି ରାଜସ୍ୱ ମୌଜାକୁ ଚୟନ କରିଥିଲେ ଓ ସେଠାରେ ୧,୫୦୦ ଏକର ଜମି ଚିହ୍ନଟ କରିଥିଲେ,’’ ଗୁରୁବାର ଦିନ ସିପସରୁବାଲିକୁ ଚୟନ କରାଯିବା ପରେ କହିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ମୋଦି-ମମତା କଳି ବଢୁଛି: ବେଙ୍ଗଲରେ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ନିଜ ଫଟୋ ଛାପିଲେ ମମତା
ଏହି ସ୍ଥାନରେ ସ୍ଥାପିତ ହେବ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଯାହାକୁ ରଖିବେ ଅନନ୍ତ: ଟ୍ରକ୍ ପଛ ଚକ ତଳେ ବାଇକ୍ ପଶିଗଲା, ଅଳ୍ପକେ ବଞ୍ଚିଲେ ୨ ଯୁବକକେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗ୍ରୀନ୍ ସିଗନାଲ ପାଇ ଦୁଇଦିନିଆ ଗସ୍ତରେ ଆସିଥିବା ଏହି କେନ୍ଦ୍ରୀୟ ଦଳ ପ୍ରସ୍ତାବିତ ବିମାନ ବନ୍ଦର ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲା । କେନ୍ଦ୍ରୀୟ ଟିମରେ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ବୈଷୟିକ ବିଶେଷଜ୍ଞ ଶାନ୍ତନୁ ଫାଲନିକର, ବି. ବିନୋଦ କୁମାର ପିଲାଇ ଓ ସୁଶୀଲ ବର୍ମାଙ୍କ ସହ ଓଡ଼ିଶାର ଦୁଇ ଜଣ ଅଧିକାରୀ ଥିଲେ ।
ଏହା ବି ପଢ଼ନ୍ତୁ | ବାନ୍ଧବୀ ସହ ମଦ ପିଇବା ବେଳେ କଳି ହେଲା, ଆତ୍ମହତ୍ୟା କଲେ ବଙ୍ଗାଳୀ ସିରିଏଲ୍ ନିର୍ଦ୍ଦେଶିକା ପୂଜା ଗାୟେନ୍‘‘ସିପସରୁବାଲି ଅଞ୍ଚଳର ଭୌଗୋଳିକ ଅବସ୍ଥା, ବିମାନ ଉଡାଣ ଓ ଅବତରଣ ନିମନ୍ତେ ଆବଶ୍ୟକୀୟ ସ୍ଥାନ, ଯୋଗାଯୋଗ ବ୍ୟବସ୍ଥା, ଅର୍ଥନୈତିକ ପ୍ରଭାବ, ବାୟୁ ପ୍ରବାହ ଦିଗ ଆଦି ସମ୍ପର୍କରେ ଆମେ ସ୍ଥିତାବସ୍ଥା ଅନୁଧ୍ୟାନ କରି ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ କରିଛୁ । ଜମିର ସବିଶେଷ ତଥ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ସହ ଏକ ବୈଠକ କରି ବିମାନ ବନ୍ଦରର ଚୂଡ଼ାନ୍ତ ରୁପରେଖ ପ୍ରସ୍ତୁତ ହେବ,’’ କହିଛନ୍ତି ଏ.ଏ.ଆଇ.ର ବୈଷୟିକ ବିଶେଷଜ୍ଞ ତଥା କମିଟି ମୁଖ୍ୟ ଶାନ୍ତନୁ ଫାଲନିକର ।

ଶ୍ରୀମନ୍ଦିରଠାରୁ ପ୍ରାୟ ପାଞ୍ଚ କିଲୋମିଟର୍ ଦୂରରେ ଅବସ୍ଥିତ ସିପସରୁବାଲିରେ ଏ.ଏ.ଆଇ.ର କେନ୍ଦ୍ରୀୟ ଦଳ
ଏହା ବି ପଢ଼ନ୍ତୁ | ମାମଲା କ’ଣ? ରାହୁଳ ଗାନ୍ଧୀ ଟ୍ୱିଟର୍ରେ ୫୫ ଜଣ ସହଯୋଗୀ, ସାମ୍ବାଦିକ ଓ ନାମୀ ବ୍ୟକ୍ତିଙ୍କୁ ଅନ୍ଫଲୋ କଲେସର୍କିଟ ହାଉସରେ ଏହି ଟିମ୍ ସହ ଜିଲ୍ଲ ପ୍ରଶାସନ ପକ୍ଷରୁ ହୋଇଥିବା ଆଲୋଚନାରେ ପୁରୀରେ ବିମାନ ବନ୍ଦର ନେଇ ଏକ ପ୍ରାକ୍-ସମ୍ଭାବନା ରିପୋର୍ଟ ଦିଆଯାଇଥିଲା । ପ୍ରସ୍ତାବିତ ସିପସରୁବାଲି ଅଞ୍ଚଳକୁ ନେଇ କେନ୍ଦ୍ରୀୟ ଦଳ ଖୁସି ବ୍ୟକ୍ତ କରିଥିଲା ବୋଲି କହିଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ । ବିମାନ ବନ୍ଦର ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ ହୋଇସାରିଛି ବୋଲି ବି ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ନିଜ ଯୌନ ଜୀବନ କେମିତି ସକ୍ରିୟ ରଖିବେ? VIDEOରେ ଦେଖାଇଲେ ଅଭିନେତା ବିଦ୍ୟୁତ୍ ଜାମୱାଲ୍‘‘ସିପସରୁବାଲିରେ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପିତ ହେଲେ ପୁରୀର ପର୍ଯ୍ୟଟନ ଶିଳ୍ପ ସହ ଆଖପାଖ ଅଞ୍ଚଳର ଆର୍ଥିକ ସ୍ଥିତିର ଉନ୍ନତିରେ ଏହା ବେଶ୍ ସହାୟକ ହେବ । ଶ୍ରୀକ୍ଷେତ୍ରକୁ ଚାରି ଧାମ ମଧ୍ୟରେ ଶ୍ରେଷ୍ଠ ବିବେଚିତ କରାଯାଏ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ଏଠାରେ ଏକ ଆନ୍ତର୍ଜାତୀୟ ବମାନ ବନ୍ଦର ସ୍ଥାପନ କରାଇବା ଏକ ନୂଆ ଯୁଗର ସଙ୍କେତ ଦେଉଛି,’’ କହିଛନ୍ତି ଫରେନ୍ ଟୁର୍ ଅପରେଟର୍ ୫୨-ବର୍ଷୀୟ ଯୁଗବ୍ରତ କର ।
ବିମାନ ବନ୍ଦରଟି ମହାପ୍ରଭୁଙ୍କ ନାଁରେ କରାଯିବାକୁ ଥିବାରୁ ଶ୍ରୀଜଗନ୍ନାଥ ସଂସ୍କୃତିର ମଧ୍ୟ ପ୍ରଚାର ହୋଇପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ଓ ସମାଜସେବୀ ୫୪-ବର୍ଷୀୟ ପ୍ରସନ୍ନ ମହାପାତ୍ର। ଆନ୍ତର୍ଜାତିକ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲେ ବିଶ୍ୱ ଦରବାରରେ ଶ୍ରୀକ୍ଷେତ୍ରର ପରିଚୟ ଦ୍ୱିଗୁଣିତ ହେବ ବୋଲି ଆଶା ରଖିଛନ୍ତି ପୁରୀ ସହରବାସୀ ଓ ଓଡ଼ିଶାର କୋଟି କୋଟି ଜଗନ୍ନାଥ ପ୍ରେମୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।