ଆଜିଠୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟାନ; ଜାଣନ୍ତୁ କେଉଁ ସାମଗ୍ରୀ ବ୍ୟବହାର କରିପାରିବେନି

ଦେଶବ୍ୟାପୀ ଆଜିଠାରୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ ଲାଗୁ ହେବ । ଏହାର ଅର୍ଥ ପ୍ଲାଷ୍ଟିକରୁୁ ପ୍ରସ୍ତୁତ ଜିନିଷ ମିଳିବା କଷ୍ଟ ହେବ । ଏଥିରେ ନିତ୍ୟ ବ୍ୟବହାର୍ଯ୍ୟରେ ହେଉଥିବା ଜିନିଷ ମଧ୍ୟ ସାମିଲ ରହିଛି ।

ଆଜିଠୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟାନ (ପ୍ରତୀକାତ୍ମକ ଛବି)

ଆଜିଠୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ବ୍ୟାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦେଶବ୍ୟାପୀ ଆଜିଠାରୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ନିଷିଦ୍ଧ ଆଇନ ଲାଗୁ ହେବ । ଏହାର ଅର୍ଥ ପ୍ଲାଷ୍ଟିକରୁୁ ପ୍ରସ୍ତୁତ ଜିନିଷ ମିଳିବା କଷ୍ଟ ହେବ । ଏଥିରେ ନିତ୍ୟ ବ୍ୟବହାର୍ଯ୍ୟରେ ହେଉଥିବା ଜିନିଷ ମଧ୍ୟ ସାମିଲ ରହିଛି । କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଏଥି ପାଇଁ ଏକ ତାଲିକା ଜାରି କରିଛନ୍ତି । ବ୍ୟବହାରକାରୀ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏକକ ବ୍ୟବହାର ପ୍ଲାଷ୍ଟିକ୍ ଅର୍ଥାତ ପ୍ଲାଷ୍ଟିକରୁ ଉତ୍ପାଦିତ ଜିନିଷ କେବଳ ଗୋଟିଏ ଥର ବ୍ୟବହାର ହୋଇଥାଏ । ଏହା ପରେ ଆମେ ଏହାକୁ ବାହାରକୁ ଫିଙ୍ଗି ଦେଇଥାଉ । ଏହା ଦ୍ୱାରା ପରିବେଶ ଉପରେ ବଡ଼ ପ୍ରଭାବ ପଡ଼ିଥାଏ । କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ତାଲିକାରେ ପ୍ଲାଷ୍ଟିକ ଚାମତ, ବେଲୁନ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟିକ୍‌, ଆଇସ୍କ୍ରିମ ଷ୍ଟିକ୍‌, ପ୍ଲାଷ୍ଟିକ ଛୁରୀ, ମିଠା ପ୍ୟାକରେ ବ୍ୟବହୃତ ପଲିଥିନ, ଥର୍ମକୁଲ, ସିଗାରେଟ ପ୍ୟାକେଟ, ପିଭିସି ପାଇପ, ପ୍ଲାଷ୍ଟିକ ଗ୍ଲାସ ଓ କପ, ଡେକୋରେସନ ପାଇଁ ବ୍ୟବହୃତ ରଂଗୀନ ପଲିଥିନ, ଷ୍ଟ୍ର, ଟ୍ରେ, ପ୍ଲେଟ ରହିଛି ।

ପରିବେଶବିତ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଥିବା ବେଳେ ଏହାର କଡ଼ାକଡି କାର୍ଯ୍ୟକାରୀ ଉପରେ ଗୁରୁତ୍ଵ ଦେବାକୁ ମତ ରଖିଛନ୍ତି। ସେପଟେ ଭୁବନେଶ୍ବରେର ପୁର୍ବରୁ ଧରପଗଡ଼ ସହ ଏନଫେର୍ସେମେଣ୍ଟ କରାଯିବ ସହ ଫାଇନ  ମଧ୍ୟ ଆଦାୟ କରା ଯାଉଥିଲା। ଏବେ କେନ୍ଦ୍ରର ଏହି ନିଷ୍ପତ୍ତି ନେବା ପରେ ଆମେ ଭୁବନେଶ୍ବରରରେ ପ୍ରଥମେ ସେଚତନ କରିବା କରି ପରବର୍ତ୍ତୀ ମସୟରେ  ନିୟମ କଡ଼ାକଡ଼ି କରିବୁ ବୋଲି କହିଛନ୍ତି ଭୁବନେଶ୍ବର ମେୟର।
Published by:Soumya Das
First published: