ଚାଲିଗଲେ ଗାୟକ ଏସ୍.ପି. ବାଲାସୁବ୍ରମଣ୍ୟମ; ଦେଖନ୍ତୁ ତାଙ୍କର ଶେଷ VIDEO ଓ ଶେଷ ଗୀତ

ଦେହ ଖରାପ ହେବା ପରେ ବାଲାସୁବ୍ରମଣ୍ୟମ ହସପିଟାଲରେ ଆଡମିଟ୍ ହୋଇଥିଲେ । ଏକ ଭିଡିଓ ବାର୍ତ୍ତାରେ ସେ ଫ୍ୟାନମାନଙ୍କୁ କହିଥିଲେ ଯେ ସେ ଠିକ୍ ଅଛନ୍ତି । ସେ ନିଜ ଘରେ ବସି କରୋନା ଉପରେ ଏକ ସୁନ୍ଦର ଗୀତ ବି ଗାଇଥିଲେ ।

ଚାଲିଗଲେ ଗାୟକ ଏସ୍.ପି. ବାଲାସୁବ୍ରମଣ୍ୟମ; ଦେଖନ୍ତୁ ତାଙ୍କର ଶେଷ VIDEO ଓ ଶେଷ ଗୀତ
ଏସ.ପି. ବାଲାସୁବ୍ରମଣ୍ୟାନ୍
  • News18 Odia
  • Last Updated: September 25, 2020, 6:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଲୋକପ୍ରିୟ ପ୍ଲେକ୍ ଗାୟକ ଏସପି ବାଲାସୁବ୍ରମଣ୍ୟାନ୍ (SP Balasubramanian) ଦୀର୍ଘ ଦିନର ଅସୁସ୍ଥତା ପରେ ମୃତ୍ୟୁ ବରଣ କରିଛନ୍ତି । ସେ ଶୁକ୍ରବାର ଦିନ ଚେନ୍ନାଇର MGAM ହେଲଥକେୟାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ୧ ଅଗଷ୍ଟରୁ ବାଲାସୁବ୍ରମଣ୍ୟମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିକଟରେ ଡାକ୍ତରଖାନା ମ୍ୟାନେଜମେଣ୍ଟ୍‌ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ବୁଲେଟିନ୍ ପ୍ରକାଶ ପାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଗତ ୨୪ ଘଣ୍ଟା ଧରି ତାଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ହୋଇଛି ।

ଯଦିଓ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା, ଏହା ପରେ ବି ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା । ଏସପି ବାଲାସୁବ୍ରମଣ୍ୟନଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ମନୋରଞ୍ଜନ ଜଗତ ଶୋକରେ ଡୁବିଯାଇଛି । ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ସେ ଓଡ଼ିଆ, ହିନ୍ଦୀ, ତେଲୁଗୁ ଓ ତାମିଲ୍‌ ସମୋତ ବିଶ୍ୱର ଅନୋକ ଭାଷାରେ ଅନେକ ଗୀତ ଗାଇଥିଲେ ଓ ଏହା ଦ୍ୱାରା ରେକର୍ଡ଼ ସୃଷ୍ଟି କରିଥିଲେ ।

ଦେହ ଖରାପ ହେବା ପରେ ବାଳସୁବ୍ରମଣ୍ୟମ ହସପିଟାଲରେ ଆଡମିଟ୍‌ ହୋଇଥିଲେ । ଡାକ୍ତର ତାଙ୍କୁ ଅଳ୍ପ କରୋନା (mild Corona) ହୋଇଥିବା କହିଥିଲେ । ଏହି ସମୟରେ ତାଙ୍କ ପାଖକୁ ଅନେକ ଶୁଭଚିନ୍ତକ ଓ ଫ୍ୟାନଙ୍କ ଫୋନ୍‌ ଆସୁଥିଲା । ସେ ନିକଟରେ ଏକ ଭିଡିଓ ବାର୍ତ୍ତାରେ ଫ୍ୟାନମାନଙ୍କୁ କହିଥିଲେ ଯେ ସେ ଠିକ୍‌ ଅଛନ୍ତି ଓ ଜଲଦି ହସ୍ପିଟାଲରୁ ବାହାରି ଆସିବେ ।

ତାଙ୍କର ସେହି ଶେଷ ଭିଡିଓଟି ଏଇଠି ଦେଖନ୍ତୁ:



ତା’ ଛଡ଼ା କରୋନା ସମୟରେ ସୁବ୍ରମଣ୍ୟମ କରୋନା ଉପରେ ନିଜ ଘରେ ବସି ଏକ ଗୀତ ବି ଗାଇଥିଲେ । ସେହି ଗୀତର ଭିଡିଓ ଏବେ ସୋସିଆଲ୍‌ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେଉଛି ।

ଏଇଠି ଦେଖନ୍ତୁ ଓ ଶୁଣନ୍ତୁ ତାଙ୍କର ସେହି ଶେଷ ଗୀତଟି:



ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟାଙ୍କ ସମେତ ଅନେକ ବଲିଉଡ ଓ ଟୋଲିଉଡ ସେଲିବ୍ରିଟି ସୋସିଆଲ ମିଡ଼ିଆ ମାଧ୍ୟମରେ ଏସପି ବାଲାସୁବ୍ରମଣ୍ୟନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି କିମ୍ବଦନ୍ତୀ ଗାୟକଙ୍କ ଫଟୋ ସେୟାର କରି ସୌନ୍ଦର୍ଯ୍ୟା ଲେଖିଛନ୍ତି, ‘‘ଆପଣଙ୍କ ଆତ୍ମା ​​ଶାନ୍ତିରେ ବିଶ୍ରାମ ନେଉ ।’’ ଅଭିନେତ୍ରୀ ତ୍ରିଶା ଏସପି ବାଲାସୁବ୍ରମଣ୍ୟନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଭିନେତ୍ରୀ ରାମ୍ୟା କୃଷ୍ଣନ୍ ଲେଖିଛନ୍ତି, ‘‘ତୁମେ ଏତେ ସ୍ପେଶାଲ୍‌ ଯେ ତୁମକୁ କେବେ ବି ଭୁଲି ହେବ ନାହିଁ । ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ । ପରିବାର ପ୍ରତି ମୋର ଗଭୀର ସମବେଦନା।’’



ଅକ୍ଷୟ କୁମାର ମଧ୍ୟ ସ୍ୱର୍ଗତ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଭିନେତା ଲେଖିଛନ୍ତି, ‘‘ଏସପି ବାଲାସୁବ୍ରମଣ୍ୟନଙ୍କ ମୃତ୍ୟୁ ବିଷୟରେ ଶୁଣି ମୁଁ ବହୁତ ଦୁଃଖିତ । ମୁଁ ତାଙ୍କ ସହିତ କିଛି ମାସ ପୂର୍ବରୁ ଲକଡାଉନ୍ ମଧ୍ୟରେ ଏକ ଭର୍ଚୁଆଲ୍ କନ୍ସର୍ଟରେ କଥା ହୋଇଥିଲି । ସେ ସୁସ୍ଥ ଦେଖାଯାଉଥିଲେ । ଜୀବନ ବାସ୍ତବରେ ଅପ୍ରତ୍ୟାଶିତ । ମୋ’ର ପ୍ରାର୍ଥନା ତାଙ୍କ ପରିବାର ସହିତ ଅଛି ।’’



ଏ.ଆର୍. ରହମାନ ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ଏସ.ପି. ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜନି ଲିଭର ଲେଖିଛନ୍ତି, ‘‘ଏସ.ପି. ବାଲାସୁବ୍ରମଣ୍ୟମ୍ ଗାରୁଙ୍କ ଦେହାନ୍ତ ଖବର ଶୁଣି ମୁଁ ବହୁତ ଦୁଃଖିତ। କେବଳ ଚଳଚ୍ଚିତ୍ର ଭ୍ରାତୃଭାବ ପାଇଁ ନୁହେଁ, ଆମ ଦେଶ ପାଇଁ ମଧ୍ୟ ଏହା ଏକ ବଡ଼ କ୍ଷତି । ତାଙ୍କ ପରିବାର ପାଇଁ ମୋ’ର ପ୍ରାର୍ଥନା ଓ ସମବେଦନା । ତାଙ୍କର ଆତ୍ମା ​​ଶାନ୍ତିରେ ରହୁ ।’’



ଏହା ବି ପଢ଼ନ୍ତୁ ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବରEPF ରେ ମିଳୁଥିବା ସୁଧ ହାର ସ୍ଥିର ହେଲାଏହି ମାସରେ ଆସିବ ଟଙ୍କା

ଏହି ବି ପଢ଼ନ୍ତୁ ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁବଦଳୁଛି ନିୟମ

ଭାରତ ରତ୍ନ ଗାୟିକା ଲତା ମଙ୍ଗେଶକର ମଧ୍ୟ ଟୁଇଟ୍ କରି ଏସ.ପି. ବାଲାସୁବ୍ରମଣ୍ୟମଙ୍କ ମୃତ୍ୟୁ ଉପରେ ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି, ‘‘ଏସ.ପି. ବାଲାସୁବ୍ରମଣ୍ୟମ ଜୀ ଜଣେ ଦକ୍ଷ ଗାୟକ, ମଧୁର କଥାବାର୍ତ୍ତା କରୁଥିବା ବ୍ୟକ୍ତି ଓ ଅତ୍ୟନ୍ତ ଭଲ ବ୍ୟକ୍ତି ଥିଲେ । ଆମେ ଏକାଠି ଅନେକ ଗୀତ ଗାଇଥିଲୁ । ଅନେକ ଶୋ’ କରିଥିଲୁ । ବର୍ତ୍ତମାନ ସେ ସବୁ ହଜିଯାଇଛି । ତାଙ୍କର ଆତ୍ମା ​​ଶାନ୍ତିରେ ବିଶ୍ରାମ କରୁ । ତାଙ୍କ ପରିବାର ସହିତ ମୋର ସମବେଦନା ଅଛି ।’’



ଅଦିତି ରାଓ ହାଇଦରୀ ଏସ.ପି. ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ‘‘ଆପଣଙ୍କ ଆତ୍ମା ​​ଶାନ୍ତିରେ ବିଶ୍ରାମ ନେଉ । ଆପଣ ସବୁ ଦିନ ପାଇଁ ପ୍ରକୃତ ପ୍ରେମର ସ୍ୱର ରହିବେ । ଆପଣଙ୍କ ପରିବାର ଓ ପ୍ରଶଂସକମାନଙ୍କ ପାଇଁ ମୋ’ର ସମବେଦନା ଓ ପ୍ରାର୍ଥନା ।’’
Published by: Anand Shankar Thankur Das
First published: September 25, 2020, 6:59 PM IST
corona virus btn
corona virus btn
Loading