VIDEO: ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ମୃତ୍ୟୁର ‘ଭାଇରାଲ୍ ମିଛ’ ଉପରେ ବର୍ଷିଲେ

Odia singer Aseema Panda speaks about her fake death news | ‘‘କାଲି ରାତିରେ ଗୋଟେ ଛୋଟ ଆକ୍ସିଡେଣ୍ଟ୍ ହେଇଛି । ମୋ’ ଭାଇର ଖାଲି ହାତଟା ଭାଙ୍ଗିଛି । ଆକ୍ସିଡେଣ୍ଟଟା ଆଜ୍ଞା କେବେ କାହାକୁ କହିକି ହୁଏନି, କାହାକୁ ଜଣେଇକି ଆସେନି । ଦୁର୍ଘଟଣା ହେଇଯାଏ, ଘଟିଯାଏ,’’ ଭିଡିଓ ବିବୃତିରେ କହିଛନ୍ତି ଅସୀମା ପଣ୍ଡା ।

VIDEO: ‘‘ମୁଁ ସୁସ୍ଥ ଅଛି,’’ କହିଲେ ଗାୟିକା ଅସୀମା ପଣ୍ଡା; ମୃତ୍ୟୁର ‘ଭାଇରାଲ୍ ମିଛ’ ଉପରେ ବର୍ଷିଲେ
ଗାୟିକା ଅସୀମା ପଣ୍ଡା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସୋସିଆଲ୍‌ ମିଡ଼ିଆର ଗୋଟିଏ ଅଂଶରେ ଲୋକପ୍ରିୟ ଓଡିଆ ଗାୟିକା ଅସୀମା ପଣ୍ଡାଙ୍କର ଏକ ସଡ଼କ ଦୁର୍ଘଟଣାର ମୃତ୍ୟୁ ହୋଇଛି ବୋଲି ଖବର (ଗୁଜବ) ପ୍ରକାଶିତ ହେବା ପରେ ଗାୟିକା ଏହାକୁ ‘‘ଫେକ୍‌ ନ୍ୟୁଜ୍‌’’ (ମିଛ ଖବର) ବୋଲି ଦର୍ଶାଇ ସେ ସୁସ୍ଥ ଅଛନ୍ତି ବୋଲି ଜଣେଇଛନ୍ତି ।

ଅସୀମା କହିଛନ୍ତି ଯେ ତାଙ୍କ ଭାଇ ଏକ ସାଧାରଣ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଓ ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଛି । ଶୁକ୍ରବାର ରାତିରେ ଘଟିଥିବା ସେହି ଦୁର୍ଘଟଣା ବେଳେ ଅସୀମା ନିଜ ଭାଇଙ୍କ ସହିତ ନ ଥିଲେ ବୋଲି କହିଛନ୍ତି । ସୋସିଆଲ ମିଡି଼ଆରେ ବିଭିନ୍ନ ହ୍ୟାଣ୍ଡେଲ୍‌ ଦ୍ୱାରା ତାଙ୍କର (ଅସୀମାଙ୍କର) ମୃତ୍ୟୁ ହୋଇଛି ବୋଲି ଖବର ପ୍ରଚାରିତ ହେବା ଜାଣି ସେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ବିରାଟ ପଚାରିଲେ ସ୍ମୃତିଙ୍କୁ, ‘Love Marriage କରିବ ନା ଆରେଞ୍ଜଡ୍ ମ୍ୟାରେଜ୍?’ ଗଜବ ଉତ୍ତର ଆସିଲା

‘‘ଓଡ଼ିଶାର ଅଗଣିତ ଶ୍ରୋତାମାନଙ୍କୁ ମୁଁ ଜଣେଇବାକୁ ଚାହୁଁଛି ଯେ ଗତ କାଲି ରାତିଠାରୁ ଯେଉଁ ନ୍ୟୁଜ୍‌ ଭାଇରାଲ୍‌ ହେଉଛି ଯେ ମୋ’ର ଆକ୍ସିଡେଣ୍ଟ୍‌ ହେଇଛି, ମେଜର୍‌ ଇସ୍ୟୁଜ୍‌ ହେଇଛି, କି ମୁଁ ମରିଯାଇଛି… ମାତ୍ର ଏମିତି କିଛି ବି ହେଇନି । ମୋ’ର କୌଣସି ପ୍ରକାର ପ୍ରବ୍ଲେମ୍‌ ନାହିଁ । ମୁଁ ପୂରା ସୁସ୍ଥ ଅଛି । ମୁଁ ଘରେ ବସିଛି,’’ ଶନିବାର ଦିନ ଏକ ଭିଡିଓ ଜାରି କରି କହିଛନ୍ତି ଅସୀମା ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ସେ ଆହୁରି କହିଛନ୍ତି, ‘‘ଆକ୍ସିଡେଣ୍ଟ୍‌ ଆକ୍ଚୁଆଲି ମୋ’ ଭାଇର ହେଇଛି । ମୁଁ କାରରେ ନ ଥିଲି । କାଲି ରାତିରେ ଗୋଟେ ଛୋଟ ଆକ୍ସିଡେଣ୍ଟ୍‌ ହେଇଛି । ମୋ’ ଭାଇର ଖାଲି ହାତଟା ଭାଙ୍ଗିଛି । ଆକ୍ସିଡେଣ୍ଟଟା ଆଜ୍ଞା କେବେ କାହାକୁ କହିକି ହୁଏନି, କାହାକୁ ଜଣେଇକି ଆସେନି । ଦୁର୍ଘଟଣା ହେଇଯାଏ, ଘଟିଯାଏ । ଗତ କାଲି ରାତିରେ ଅଫିସରୁ ଆସିଲା ବେଳେ ମୋ’ ଭାଇର କାର୍‌ ସହିତ ଗୋଟିଏ ଟ୍ରକର ମାଡ଼ ହେଇଛି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଯୋଗ ଶିଖାଇ ମାସକୁ୭୩ ଲକ୍ଷରୁ ବେଶୀ ରୋଜଗାର କରୁଛନ୍ତି ଏହି ଯୁବତୀ; ବିଶେଷ ପୋଜ୍ ପାଇଁ ଖ୍ୟାତ

ଲୋକଙ୍କୁ ତାଙ୍କ ମୃତ୍ୟୁର ମିଥ୍ୟା ଖବରରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି ଅସୀମା । ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣାରେ ଅସୀମା ପଣ୍ଡା ଗୁରୁତର ଆହତ ହୋଇଥିଲେ ଓ ତା’ ପରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଗୁଜବ ସୋସିଲ୍‌ ମିଡ଼ିଆର ଏକ ଅଂଶରେ ପ୍ରସାରିତ ହୋଇଥିଲା ।

ଏଇଠି ଦେଖନ୍ତୁ ଅସୀମାଙ୍କ ବିବୃତିର ଭିଡିଓ:



‘‘ସେଇଟା (ତାଙ୍କ ଭାଇଙ୍କ ଦୁର୍ଘଟଣା) ସେମିତି କିଛି ବଡ଼ କଥା ନୁହେଁ । ଓଡ଼ିଶାରେ ବହୁତ କିଛି ହେଉଛି । କେତେ ଆକ୍ସିଡେଣ୍ଟ୍‌ ହେଉଛି । ହେଲେ ଏମିତି ତ କୌଣସି ଅପପ୍ରଚାର ମୁଁ ଆଉ କେଉଁଠି ଦେଖୁନି । ତ କ’ଣ ହେଲା ଯଦି ମୋ’ ଭାଇର ଆକ୍ସିଡେଣ୍ଟ୍‌ ହେଲା? ଆପଣ କାହିଁକି ଅସୀମା ପଣ୍ଡା ମରିଗଲେ, ଅସୀମା ପଣ୍ଡାଙ୍କର ଏଇଟା ହେଇଗଲା ବେପରୁଆ ଗାଡ଼ି ଚାଳନାରେ… ଏଗୁଡ଼ା ସବୁ କ’ଣ?’’ ବିରକ୍ତି ପ୍ରକାଶ କରି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | କରୋନାର Delta ଭ୍ୟାରିଆଣ୍ଟ୍ ଉପରେ ଗୁଣା କମ୍ ପ୍ରଭାବଶାଳୀ ବର୍ତ୍ତମାନର ସବୁ ଟିକା: ରିସର୍ଚ୍ଚ

ଅସୀମା ଆହୁରି କହିଛନ୍ତି, ‘‘କୌଣସି ପ୍ରତିଷ୍ଠିତ ମିଡ଼ିଆ ହାଉସରୁ ଆପଣ ଏମିତିଆ ନ୍ୟୁଜ୍‌ ଦେଖିବେନି । ବଡ଼ ବଡ଼ ସଂସ୍ଥାରେ ଆପଣ ଏମିତି ଦେଖିବେନି, ଯେଉଁମାନେ ପ୍ରକୃତରେ ମିଡ଼ିଆ ହାଉସ୍‌ । ଏଇ ଯେଉଁ ଛୋଟ ମୋଟ ଫେସବୁକ୍‌ ପେଜ୍‌, ଫୋକ୍‌ ଫେସବୁକ୍‌ ପେଜ୍‌, ଫେକ୍‌ ୱେବସାଇଟ୍‌, ଫେକ୍‌ ୟୁଟ୍ୟୁବ ଚ୍ୟାନେଲର ଭିଡିଓ… ଆଜ୍ଞା ଏଗୁଡ଼ା ମୋତେ ଅତିଷ୍ଠ କରିସାରିଲାଣି । ’’



ନିଜ ପରିବାରର ଖରାପ ସମୟରେ ସମସ୍ତଙ୍କଠାରୁ ସହଯୋଗ କାମନା କରି ଅସୀମା କହିଛନ୍ତି ଯେ ଲୋକେ ଫେକ୍‌ ନ୍ୟୁଜ୍‌ ଉପରେ ଭରସା କରିବା ଉଚିତ ନୁହେଁ । ‘‘ଯେଉଁମାନେ ଫେକ୍‌ ନ୍ୟୁଜ୍‌ ଛାଡୁଛନ୍ତି ଆପଣମାନେ ହିଁ (ସାଧାରଣ ଲୋକେ ଓ ତାଙ୍କ ଶ୍ରୋତାମାନେ) ସେମାନଙ୍କୁ ବ୍ଲକ୍‌ କରନ୍ତୁ । ଯେଉଁମାନେ ମୋ’ ନାଁରେ ଫେକ୍‌ ନ୍ୟୁଜ୍‌ ବାହାର କରୁଛନ୍ତି ସେମାନେ ସତର୍କ ହୋଇଯାଆନ୍ତୁ । ମୁଁ ନିହାତି କିଛି ବଡଡ଼ ଆକ୍ସନ ନେବି ସେମାନଙ୍କ ବିରୁଦ୍ଧରେ ଯଦି ସେମାନେ ଏ ସବୁ କରିବା ବନ୍ଦ ନ କରୁଛନ୍ତି,’’ ସେହ ଭିଡିଓ ବିବୃତିରେ କହିଛନ୍ତି ଅସୀମା ।
Published by: Anand ST Das
First published: July 10, 2021, 9:47 PM IST