ବିଜୟା ଦଶମୀରେ ବଡବଜାର ବଙ୍ଗାଳି ପଡାରେ ସିନ୍ଦୂର ଖେଳ ଅନୁଷ୍ଠିତ

ବଙ୍ଗାଳିପଡା ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇଛି ସିନ୍ଦୂର ଖେଳ। ମାଆ ଦୁର୍ଗାଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ପରସ୍ପରକୁ ସିନ୍ଦୂର ଲଗାଇଥାଆନ୍ତି।

ପରସ୍ପରକୁ ସିନ୍ଦୁର ଲଗାଉଛନ୍ତି ମହିଳା (ପ୍ରତୀକାତ୍ମକ ଛବି)

ପରସ୍ପରକୁ ସିନ୍ଦୁର ଲଗାଉଛନ୍ତି ମହିଳା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସମ୍ବଲପୁର: ବିଜୟା ଦଶମୀ ଉପଲକ୍ଷେ ସମ୍ବଲପୁର ବଡ ବଜାର ବଙ୍ଗାଳିପଡା ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇଛି ସିନ୍ଦୂର ଖେଳ। ବଙ୍ଗୀୟ ପରମ୍ପରା ଅନୁସାରେ ପ୍ରଥମେ ସଧବା ମହିଳାମାନେ ମା' ଦୁର୍ଗାଙ୍କୁ ପାନ ସେକ ଦେଇ, ସିନ୍ଦୂର ଲଗାଇ, ମିଠା ଖୁଆଇ ବିଦାୟ ଦେଇଥାନ୍ତି। ମାଆ ଦୁର୍ଗାଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରିବା ପରେ ପରସ୍ପରକୁ ସିନ୍ଦୂର ଲଗାଇଥାଆନ୍ତି।

‘‘ପ୍ରତି ବର୍ଷ ବିଜୟା ଦଶମୀରେ ମା' ଦୁର୍ଗାଙ୍କୁ ମେଲାଣି ଦେବା ପାଇଁ ଆମେ ପ୍ରଥମେ ମାଆ ଦୁର୍ଗାଙ୍କର ପୂଜା କରି ବରଣ କରିଥାଉ। ଏହା ପରେ ପରସ୍ପରକୁ ସିନ୍ଦୂର ଲଗାଇଥାଉ,"କହିଛନ୍ତି ମାନି ଚାନ୍ଦ।

‘‘ବଙ୍ଗୀୟ ପରମ୍ପରା ଅନୁସାରେ ପ୍ରଥମେ ମାଆଙ୍କୁ ପାନ ସେକ ଦିଆଯାଇଥାଏ । ଏହା ପରେ ମାଆ ଦୁର୍ଗାଙ୍କୁ ସିନ୍ଦୂର ଲଗାଇବା ସହ ମିଠା ଖୁଆଇ ବରଣ କରିଥାଉ। ଏହା ପରେ ସିନ୍ଦର ଖେଳ ହୋଇଥାଏ," କହିଛନ୍ତି ମାଧୁରୀ ଦେବନାଥ।

ସ୍ବାମୀଙ୍କ ଦୀର୍ଘ ଜୀବନ କାମନା ସହ ପରିବାରର କୁଶଳ ମନାସି ସଧବା ମହିଳାମାନେ ଏହି ସିନ୍ଦୂର ଖେଳରେ ସାମିଲ ହୋଇଥାନ୍ତି ।
Published by:Soumya Das
First published: