ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର! ଆଜିଠୁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର। କିଛି ମାସ ଧରି ବନ୍ଦ ରହିଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ଆଜି ସକାଳୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି।

ଶିମିଳିପାଳ ଜାତୀୟ ଅଭୟାରଣ୍ୟ (ପ୍ରତୀକାତ୍ମକ ଛବି)

ଶିମିଳିପାଳ ଜାତୀୟ ଅଭୟାରଣ୍ୟ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ମୟୁରଭଞ୍ଜ: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର। ଗତ କିଛି ମାସ ଧରି ବନ୍ଦ ରହିଥିବା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ଆଜି ସକାଳୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ପର୍ଯ୍ୟଟକମାନେ ସକାଳ ୬ ଟାରୁ ସକାଳ ୯ଟା ଭିତରେବାରିପଦା ପଟୁ ପିଠାବଟା ଗେଟ୍ ଓ ଯଶିପୁର କାଳିଆଣି ଗେଟ୍ ଦେଇ ପ୍ରବେଶ କରିପାରିବେ।

ସାଢେ ଚାରିମାସ ପରେ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ। ସମାଖୁଣ୍ଟା ପୀଠାବଟା ଗେଟରେ ୨୫ଟି ଗାଡି, ଯଶିପୁର କାଳିଆଣୀ ଗେଟରେ ୩୫ ଗାଡିକୁ ଅନୁମତି ମିଳିଛି।  ଶିମିଳିପାଳ ଭିତରେ ରାତ୍ରୀ ଯାପନ ପାଇଁ www.ecotourodisha.comରେ ଆଗୁଆ ଶିମିଳିପାଳର ଗୁଡ଼ୁଗୁଡ଼ିଆ, କୁମାରୀ, ବରେହିପାଣି, ଜାମୁଆଣି,  ରାମତିର୍ଥ ଯାତ୍ରୀ ନିବାସ ବୁକ କରିପାରିବାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି।

ଶିମିଳିପାଳ ଟାଇଗର ରିଜର୍ଭ (STR) ପାର୍କ ଭିତରେ ପ୍ଲାଷ୍ଟିକ ଓ ପଲିଥିନ ଉତ୍ପାଦ ଏବଂ ମଦ ପ୍ରବେଶକୁ କଡା ବାରଣ ହୋଇଛି। ଉଲ୍ଲେଖଯୋଗ୍ୟ, ବର୍ଷା ହେତୁ ଏହାର ଭିତର ରାସ୍ତା ନଷ୍ଟ ହୋଇଯାଇଥିବାରୁ ମୌସୁମୀ ଆରମ୍ଭ ହେବା ସହିତ ଶିମିଳିପାଳ ଅଭୟାରଣ୍ୟ ଜୁନ୍ ୧୫ ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା।

ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଟାଇଗର ରିଜର୍ଭ (STR)କୁ ନେଇ ଗଠିତ ସିମିଲିପାଲ ଜାତୀୟ ଉଦ୍ୟାନ ୨୭୫୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।
Published by:Soumya Das
First published: