ଦର୍ଶକଙ୍କୁ ମତୁଆଲା କଲେ କଣ୍ଠଶିଳ୍ପୀ ନୀତି ମୋହନ ଓ ଋତୁରାଜ ମହାନ୍ତି

ସିଲ୍କ ସିଟି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କଲେ କଣ୍ଠଶିଳ୍ପୀ ନୀତି ମୋହନ ଓ ଋତୁରାଜ ମହାନ୍ତି । ତେଲୁଗୁ କଳାକାରଙ୍କୁ ନିଜ ଗୀତରେ ମନ୍ତ୍ରମୁଗ୍ଧ କଲେ ତେଲୁଗୁ କଣ୍ଠଶିଳ୍ପୀ ଗୀତା ମାଧୁରୀ ଓ ମାନୋ ।

ଦର୍ଶକଙ୍କୁ ମତୁଆଲା କଲେ କଣ୍ଠଶିଳ୍ପୀ ନୀତି ମୋହନ ଓ ଋତୁରାଜ ମହାନ୍ତି

ଦର୍ଶକଙ୍କୁ ମତୁଆଲା କଲେ କଣ୍ଠଶିଳ୍ପୀ ନୀତି ମୋହନ ଓ ଋତୁରାଜ ମହାନ୍ତି

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ସିଲ୍କ ସିଟି ମହୋତ୍ସବକୁ ନେଇ ଉଠୁଛି ପଡ଼ୁଛି ବ୍ରହ୍ମପୁର ( Brahmapur ) । ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ନିଜର ଗୀତରେ ଦର୍ଶକ ମାନଙ୍କୁ ମତୁଆଲା କରିଥିଲେ ବଲିଉଡ଼ କଣ୍ଠଶିଳ୍ପୀ ନୀତି ମୋହନ ( Niti mohan ) । କେବଳ ନୀତି ମୋହନ ନୁହେଁ ବରଂ ତେଲୁଗୁ କଣ୍ଠଶିଳ୍ପୀ ଗୀତା ମାଧୁରୀ ( Gita madhuri ) ଓ ମୋନା ( Mona ) ଏବଂ ଓଡ଼ିଆ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି, ( Ruturaj mohanty ) ସ୍ନିତି ମିଶ୍ରଙ୍କ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତରେ ଝୁମି ଉଠିଥିଲେ ସହରବାସୀ । ଏହି ଅବସରରେ ମଞ୍ଚ ଉପରେ ବରିଷ୍ଠ ହକି ଖେଳାଳି ସିମାଦ୍ରି ବେହେରା ଓ ଅକ୍ଷୟ ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା । ମନୋରଞ୍ଜନ ସାଙ୍ଗକୁ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ପ୍ରକାରର ସାମଗ୍ରୀ କିଣିବା ସହିତ ମହୋତ୍ସବର ମଜା ଉଠାଇଥିଲେ ବ୍ରହ୍ମପୁର ବାସିନ୍ଦା ।

ୟୁସିପି ଖେଳପଡ଼ିଆରେ ଚାଲିଥିବା ସିଲ୍କ ସିଟି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ବଲିଉଡ଼ କଣ୍ଠଶିଳ୍ପୀ ନୀତି ମୋହନ । ଶୀତୁଆ ରାତିରେ ନୀତି ମୋହନ ମଞ୍ଚ ଉପରକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଗାଇଥିଲେ । ନୀତି ମୋହନ ବନ୍ଦେ ଉତ୍କଳ ଜନନୀ, ରଙ୍ଗବତୀ, ଜିୟାରେ ଜିୟା ଜିୟା, ବେଙ୍ଗ ବେଙ୍ଗ ଭଳି ବହୁ ହିଟ୍‌ ଗୀତ ଗାଇ ଦର୍ଶକମାନଙ୍କୁ ଝୁମାଇଥିଲେ । ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରକୁ ଆସି ଗୀତ ଗାଇବା ପରେ ଦର୍ଶକ ମାନେ ଏତେ ସାରା ଭଲପାଇବା ଦେଇଥିବା ଯୋଗୁଁ ଗଞ୍ଜାମ ବାସିନ୍ଦାଙ୍କୁ ଧନ୍ୟବାଦ ଦେଇଛନ୍ତି ନୀତିମୋହନ ।
ସେହିପରି ନୀତିମୋହନଙ୍କ ଭଳି ଦର୍ଶକ ମାନଙ୍କୁ ନିଜ ଦମଦାର ଗୀତରେ ନଚାଇଥିଲେ ଓଡ଼ିଆ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି । ସ୍ଲମ ଡ଼ଗ ମିଲେନିୟର ସିନେମାର ଜୟ ହୋ ଗୀତ ସହ ସାଦା ହକ୍‌ ଏଥେ ରକ୍‌, ମାଆ ତୁଝେ ସାଲାମ ଭଳି ବହୁ ବଲିଉଡ଼ର ସୁପରହିଟ ଗୀତ ଗାଇଥିଲେ ।

‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାପାଙ୍କ ଗୋଟିଏ ପରେ ଗୋଟିଏ ସ୍ୱପ୍ନକୁ ପୂରଣ କରିଚାଲିଛନ୍ତି । ଯେଉଁଥିପାଇଁ ବିଭିନ୍ନ ଦେଶର ଖେଳାଳି ଆଜି ଓଡ଼ିଶାରେ ନିଜ ଖେଳ ଦେଖାଇବା ସହିତ ଓଡ଼ିଶାକୁ ପ୍ରଶଂସା କରୁଛନ୍ତି । ଓଡ଼ିଶାରେ ଦ୍ୱିତୀୟ ଥର ହକି ଆୟୋଜନ କରାଯାଉଥିବା ବେଳେ ବ୍ରହ୍ମପୁର ସହରରେ ଏଭଳି ସିଲ୍କ ସିଟି ଫେଷ୍ଟ ଆୟୋଜନ କରାଯାଉଛି । ଏଥିରେ କଳାକାର ଭାବେ ଯୋଗ ଦେଇ ନିଜର ଗୀତ ପରିବେଷଣ କରିବା ସହିତ ଲୋକଙ୍କୁ ମନୋରଞ୍ଜନ ଯୋଗାଇ ଦେଇଥିବା ଯୋଗୁଁ ବେଶ ଖୁସୀ ଥିବା କହିଛନ୍ତି,‘‘ଓଡ଼ିଆ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ।

ଶନିବାର ଭୋଗୀ ଉତ୍ସବ ରହିଥିବା ବେଳେ ସିଲ୍କ ସିଟି ମହୋତ୍ସବରେ ଜମିଥିଲା ତେଲୁଗୁ ସମ୍ପ୍ରଦାୟ ଲୋକଙ୍କ ଭିଡ଼ । ଏହା ଏହି ତେଲୁଗୁ ସମ୍ପ୍ରଦାୟ ଲୋକଙ୍କୁ ମନୋରଞ୍ଜନର ଯୋଗାଇଦେବା ପାଇଁ ମଞ୍ଚ ଉପରକୁ ଆସିଥିଲେ ତେଲୁଗୁ କଣ୍ଠଶିଳ୍ପୀ ଗୀତା ମାଧୁରୀ ଓ ମାନୋ । ଗୀତା ମାଧୁରୀ ସାମି ସାମି ଓ ଇକା ସାକା ଭଳି ବହୁ ତେଲୁଗୁ ସୁପରହିଟ ଗୀତ ଗାଇ ଦର୍ଶକମାନଙ୍କୁ ମସଗୁଲ କରିଥିଲେ । ବ୍ରହ୍ମପୁର ସହରର ଦର୍ଶକମାନେ ବହୁତ ଭଲ ଓ ସମସ୍ତ ଗୀତକୁ ବେଶ ଶୃଙ୍ଖାଳର ସହ ଶୁଣିବା ସହିତ ଏହାର ମଜା ମଧ୍ୟ ନେଇଛନ୍ତି । ଏହି ସିଲ୍କ ସିଟି ମହୋତ୍ସବରେ ସାମିଲ ହୋଇ ଗୀତ ଗାଇଥିବା ଯୋଗୁଁ ବେଶ୍ ଗର୍ବିତ ବୋଲି କହିଛନ୍ତି ତେଲୁଗୁ କଣ୍ଠଶିଳ୍ପୀ ଗୀତା ମାଧୁରୀ ।

ସେହିପରି ଗୀତାଙ୍କ ସହ ମଞ୍ଚ ଉପରେ ରହିଥିଲେ ତେଲୁଗୁ କଣ୍ଠଶିଳ୍ପୀ ମାନୋ । ମାନୋ ମଧ୍ୟ ମୁକାବୁଲା ସହ ଅନେକ ତେଲୁଗୁର ସୁପରହିଟ୍‌ ଗୀତ ଗାଇ ଦର୍ଶକମାନଙ୍କୁ ନଚାଇଥିଲେ । ତେଲୁଗୁ ଏବଂ ଓଡ଼ିଆମାନଙ୍କର ସହର ବ୍ରହ୍ମପୁରରେ ଆସି ନିଜର ସଙ୍ଗୀତ ପରିବେଷଣ କରିବାର ସୁଯୋଗ ଦେଇଥିବା ଯୋଗୁଁ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ତେଲୁଗୁ କଣ୍ଠଶିଳ୍ପୀ ମାନୋ ।

ସିଲ୍କ ସିଟି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାଷ ବେହେରା, ବିଏମସି ମେୟର ସଂଘମିତ୍ରା ଦଳେଇ ଓ ଡ଼େପୁଟି ମେୟର ଇ.ବିବେକ ରେଡ଼ି । ‘‘ଏହି ମହୋତ୍ସବ କଳାକାରମାନଙ୍କୁ ନିଜର ନୃତ୍ୟ ପରିବେଷଣ କରିବା ନିମନ୍ତେ ଏକ ମଞ୍ଚ ଯୋଗାଇ ଦେଇଛି । ଏଠାକୁ କଳାକାରମାନେ ଆସି ନିଜର ନୃତ୍ୟଗୀତ ପରିବେଷଣ କରିବା ସହିତ ଜାତୀୟ ଆନ୍ତର୍ଜାତୀୟ କଳାକାରମାନଙ୍କ ସହ ଯୋଡ଼ି ହେଉଛନ୍ତି । ଯାହାଫଳରେ ଉଭୟଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବା ଦ୍ୱାରା ସେମାନେ ନିଜର ଜ୍ଞାନକୁ ବୃଦ୍ଧି କରିପାରୁଛନ୍ତି । ଏହାଛଡ଼ା ପଲ୍ଲିଶ୍ରୀ ମେଳା ସାଙ୍ଗକୁ ପୁସ୍ତକ ମେଳା ଓ ଖାଦ୍ୟ ମେଳା ଲୋକଙ୍କ ପାଇଁ ରହିଥିବା ଯୋଗୁଁ ଏହାକୁ ବେଶ ମନୋଭରି ଉପଭୋଗ କରିପାରୁଛନ୍ତି ସହରବାସୀ ବୋଲି କହିଛନ୍ତି,‘‘ ଛତ୍ରପୁର ବିଧାୟକ ସୁବାଷ ବେହେରା ।

ସେପଟେ ଏହି ଓଡ଼ିଆ କଣ୍ଠଶିଳ୍ପୀ ଓ ବଲିଉଡ଼ କଣ୍ଠଶିଳ୍ପୀଙ୍କ (Bollywood singer) ବ୍ୟତିତ ଓଡ଼ିଶୀ ନୃତ୍ୟ, ପୁରୀ ରଘୁରାଜପୁର ଗ୍ରାମର ଗୋଟିପୁଅ ନୃତ୍ୟ, ଗଜପତିର କଳାକାରଙ୍କ ଦ୍ୱାରା କୁଚିପୁଡ଼ି , ନରେନ୍ଦ୍ରପୁରର ରଣପା ନୃତ୍ୟ ଦର୍ଶକମାନଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିବା କହିଛନ୍ତି ଦର୍ଶକ । ସିଲ୍କ ସିଟି ମହୋତ୍ସବର ଆଜି ତୃତୀୟ ସନ୍ଧ୍ୟାରେ ବଲିଉଡ଼ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣ ( Udit narayan ) ଓ ଆଦିତ୍ୟ ନାରାୟଣ ( Aditya narayan ) ଯୋଗ ଦେବା ସହ ସମ୍ବଲପୁର କଣ୍ଠଶିଳ୍ପୀ ମଣ୍ଟୁ ଛୁରୀୟା ( Mantu chhuria ) ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

https://odia.news18.com/news/odisha/odisha-will-be-a-political-hotspot-in-february-tv-4srm-150123-srm-amb-148329.html
Published by:Soubhagya Mishra
First published: