ଆଇଆଇଏମ ଓ ଫ୍ଲିପକାର୍ଟ ମଧ୍ୟରେ ଏମଓୟୁ ସ୍ବାକ୍ଷର: ସମ୍ବଲପୁରୀ ବସ୍ତ୍ରର କରାଯିବ ଗ୍ଲୋବାଲ ମାର୍କେଟିଂ

ବୁଣାକାର ଓ ବାନ୍ଧଶିଳ୍ପୀମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ପାଇଁ ସ୍ବାକ୍ଷର ହୋଇଛି ଏହି ଏମଓୟୁ। ଏହା ଦ୍ୱାରା ବୁଣାକାରମାନେ ଅନେକ ମାତ୍ରାରେ ଲାଭବାନ ହୋଇ ପାରିବେ। ଆଇ.ଆଇ.ଏମ. ଏହି ବୁଣାକାରମାନଙ୍କୁ ମର୍ଡନ ଟେକ୍ନୋଲୋଜିର ଶିକ୍ଷା ପ୍ରଦାନ କରିବ।

ଆଇଆଇଏମ  ଓ ଫ୍ଲିପକାର୍ଟ ମଧ୍ୟରେ ଏମଓୟୁ ସ୍ବାକ୍ଷର

ଆଇଆଇଏମ ଓ ଫ୍ଲିପକାର୍ଟ ମଧ୍ୟରେ ଏମଓୟୁ ସ୍ବାକ୍ଷର

  • Share this:
News18 Odia Digital

ସମ୍ବଲପୁର: ବୁଣାକାର ଓ ବାନ୍ଧଶିଳ୍ପୀମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ପାଇଁ ଆଇ.ଆଇ.ଏମ ଓ ଫ୍ଲିପକାର୍ଟ ମଧ୍ୟରେ ସ୍ବାକ୍ଷର ହୋଇଛି। ଏହି ଏମଓୟୁ ଦ୍ୱାରା ବୁଣାକାରମାନେ ଲାଭବାନ ହୋଇପାରିବେ। ସେପଟେ ସମ୍ବଲପୁର ଆଇ.ଆଇ.ଏମ ଏପରି ପଦକ୍ଷେପ ନେଇଥିବାରୁ ବୁଣାକାରମାନେ ବେସ ଖୁସି ପ୍ରକାଶ କରିଛନ୍ତି। ଆଇ.ଆଇ.ଏମ. ଓ ଫ୍ଲିପକାର୍ଟ ମଧ୍ୟରେ ସ୍ବାକ୍ଷର ହୋଇଛି ଏମଓୟୁ।

ବୁଣାକାର ଓ ବାନ୍ଧଶିଳ୍ପୀମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ପାଇଁ ସ୍ବାକ୍ଷର ହୋଇଛି ଏହି ଏମଓୟୁ। ଏହା ଦ୍ୱାରା ବୁଣାକାରମାନେ ଅନେକ ମାତ୍ରାରେ ଲାଭବାନ ହୋଇ ପାରିବେ। ଆଇ.ଆଇ.ଏମ. ଏହି ବୁଣାକାରମାନଙ୍କୁ ମର୍ଡନ ଟେକ୍ନୋଲୋଜିର ଶିକ୍ଷା ପ୍ରଦାନ କରିବ।

ଏହା ସହ ଏ ଅଞ୍ଚଳର ବାନ୍ଧ ଶିଳ୍ପକୁ ଅନ୍ତର୍ଜାତୀୟ ବଜାରରେ ମାର୍କେଟିଂ କରାଯିବ। ସମ୍ବଲପୁରୀ କପଡ଼ାକୁ ଆଉ ନୂଆ ନୂଆ ଡିଜାଇନ କିପରି କରି ପାରିବେ ସେନେଇ ବୁଣାକାରମାନଙ୍କୁ ଶିକ୍ଷା ଦିଆଯିବ। ଏହା ସହ ବୁଣାକାର ବୁଣୁଥିବା କପଡ଼ାଗୁଡ଼ିକୁ କିପରି ଆନ୍ତର୍ଜାତିକ ବଜ଼ାରରେ ବିକ୍ରି କରି ପାରିବେ ସେନେଇ ଫ୍ଲିପକାର୍ଟ ସହ ଏମଓୟୁ ସ୍ବାକ୍ଷର କରା ଯାଇଛି।

ଏବେ ପୂରା ଦୁନିଆ ଡିଜିଟାଲ ଆହକୁ ଗତି କରୁଛି। ତେଣୁ ଏହି ଅଞ୍ଚଳର ବୁଣାକରମାନଙ୍କ ଦ୍ବାରା ତିଆରି ହେଉଥିବା ସମାଗ୍ରୀ ଦେଶ ତଥା ବିଦେଶରେ ପହଞ୍ଚାଇବା ପାଇଁ ଆମେ ଏଭଳି ଏକ ପଦକ୍ଷେପ ନେଲୁ ବୋଲି ଆଇ.ଆଇ.ଏମ.ର ନିର୍ଦ୍ଦେଶକ ମହାଦେଓ ଜୟସୱାଲ କହିଛନ୍ତି।

ସେ ଆହୁରି କହିଛନ୍ତି, ‘‘ଫିଲ୍ପକାର୍ଟ ସହ ଆଇ.ଆଇ.ଏମ.ର ଏମଓୟୁ ସ୍ବାକ୍ଷର ଭଳି ଏକ ପଦକ୍ଷେପ ନେଇ ଥିବାରୁ ବୁଣାକାରମାନେ ବେସ ଖୁସି ପ୍ରକଟ କରିଛନ୍ତି। ଏହା ଦ୍ବାରା ବୁଣାକାରମାନଙ୍କ ଉତ୍ପାଦ ବିଶ୍ବ ଦରବାରରେ ପହଞ୍ଚି ପାରିବ ଓ ସେମାନେ ତାଙ୍କ ଉତ୍ପାଦିତ ସାମଗ୍ରୀର ଭଲ ମୂଲ୍ୟ ମଧ୍ୟ ପାଇ ପରିବେ।’’

ଓଡ଼ିଶାର ସମସ୍ତ ବୁଣାକରଙ୍କ ପାଇଁ ଏହା ଏକ ଖୁସିର ଖବର। ଏହି ଏମଓୟୁ ସ୍ବାକ୍ଷର ଦ୍ବାରା ବୁଣାକରମାନେ ଲାଭବାନ ହେବେ। ଏହା ସହିତ ବୁଣାକାରମାନେ ଆଇ.ଆଇ.ଏମ.ର ନୂଆ ଡିଜାଇନ ଶିଖିବାକୁ ପାଇବୁ ଓ ବିଶ୍ବ ବଜାର ପାଇଁ ସେହି ଗୁଣବତ୍ତାର ପ୍ରଡକ୍ଟ ମଧ୍ୟ ଦେଇ ପାରିବୁ ବୋଲି ଜାତୀୟ ପୁରସ୍କାର ବିଜେତା ବୁଣକାର ରାମକୃଷ୍ଣ ମେହେର କହିଛନ୍ତି।

ଏହି ଏମଓୟୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳର ଯୁଗ୍ମ ସଚିବ ଉଷା ପାଢ଼ୀ, ଫ୍ଲିପକାର୍ଟର ଅଧିକାରୀ ରଜନିଶ କୁମାର, ଓ ବହୁ ବୁଣାକାର ଯୋଗ ଦେଇଥିଲେ ।
Published by:Lipina Das
First published: