ଭର୍ଚୁଆଲରେ ହେବ ଧବଳେଶ୍ବରଙ୍କୁ ଦର୍ଶନ; ଝୁଲାପୋଲ ନିକଟରେ ଲାଗିବ ବଡ଼ ଏଲଇଡି ଟିଭି

ଚଳିତ ବର୍ଷ ପଞ୍ଚୁକରେ ଝୁଲାପୋଲ ନିକଟରେ ବଡ଼ ଏଲ୍‌ଇଡି ଟିଭିର ବ୍ୟବସ୍ଥା କରାଯିବ। ଧବଳେଶ୍ଵରଙ୍କ ଅସ୍ଥାୟୀ ପ୍ରତିମା କରାଯିବା ସହ ଏଲଇଡି ମାଧ୍ୟମରେ ମନ୍ଦିରର ସମସ୍ତ ପୂଜାର୍ଚ୍ଚନା ଦେଖିବେ ଶ୍ରଦ୍ଧାଳୁ।

ଚଳିତ ବର୍ଷ ପଞ୍ଚୁକରେ ଝୁଲାପୋଲ ନିକଟରେ ବଡ଼ ଏଲ୍‌ଇଡି ଟିଭିର ବ୍ୟବସ୍ଥା କରାଯିବ। ଧବଳେଶ୍ଵରଙ୍କ ଅସ୍ଥାୟୀ ପ୍ରତିମା କରାଯିବା ସହ ଏଲଇଡି ମାଧ୍ୟମରେ ମନ୍ଦିରର ସମସ୍ତ ପୂଜାର୍ଚ୍ଚନା ଦେଖିବେ ଶ୍ରଦ୍ଧାଳୁ।

ଚଳିତ ବର୍ଷ ପଞ୍ଚୁକରେ ଝୁଲାପୋଲ ନିକଟରେ ବଡ଼ ଏଲ୍‌ଇଡି ଟିଭିର ବ୍ୟବସ୍ଥା କରାଯିବ। ଧବଳେଶ୍ଵରଙ୍କ ଅସ୍ଥାୟୀ ପ୍ରତିମା କରାଯିବା ସହ ଏଲଇଡି ମାଧ୍ୟମରେ ମନ୍ଦିରର ସମସ୍ତ ପୂଜାର୍ଚ୍ଚନା ଦେଖିବେ ଶ୍ରଦ୍ଧାଳୁ।

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: ଏଥର ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଚଳିତ ବର୍ଷ ପଞ୍ଚୁକରେ ଝୁଲାପୋଲ ନିକଟରେ ବଡ଼ ଏଲ୍‌ଇଡି ଟିଭିର ବ୍ୟବସ୍ଥା କରାଯିବ। ଧବଳେଶ୍ଵରଙ୍କ ଅସ୍ଥାୟୀ ପ୍ରତିମା କରାଯିବା ସହ ଏଲଇଡି ମାଧ୍ୟମରେ ମନ୍ଦିରର ସମସ୍ତ ପୂଜାର୍ଚ୍ଚନା ଦେଖିବେ ଶ୍ରଦ୍ଧାଳୁ। ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଝୁଲା ପୋଲ ନିକଟରେ ମିଳିବ। ଧବଳେଶ୍ୱରରେ ବୈଠକ ପରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଏହି ସୂଚନା ଦେଇଛନ୍ତି।

କଟକ ଜିଲ୍ଲାପାଳ ଆଜି ଧବଳେଶ୍ଵର ପୀଠ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ କହିଛନ୍ତି, ‘ଚକ୍ଷୁରେ ଦର୍ଶନ ନକଲେ ମଧ୍ୟ ଭର୍ଚୁଆଲ ମୋଡରେ ଝୁଲାପୋଲ ପାଖରୁ ଦର୍ଶନ ବ୍ଯବସ୍ଥା କରାଯାଇଛି।  ଝୁଲାପୋଲ ଅସୁରକ୍ଷିତ ହୋଇଥିବାରୁ ପଞ୍ଚକ ଓ ବଡ଼ଓଷା ପ୍ରଶାସନ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ବୈଠକରେ ଜିଲ୍ଲାପାଳଙ୍କ ସହ ଆଠଗଡ଼ର ସମସ୍ତ ବିଭାଗୀୟ ଅଧିକାରୀ ବି ଉପସ୍ଥିତ ଥିଲେ।

ମୋରବି ବ୍ରିଜ ଟ୍ରାଜେଡ଼ି ପରେ ସାମନାକୁ ଆସିଛି ଝୁଲା ପୋଲର ଜରାଜିର୍ଣ୍ଣ ସ୍ଥିତି । ପୋଲର ମେଟାଲ ରୋପକୁ ଧରି ରଖିଥିବା ସ୍ପାନ୍ ଗୁଡ଼ିକରେ କଳଙ୍କି ଲାଗି ନଷ୍ଟ ହୋଇଯାଇଛି । କେବଳ ଗୋଟିଏ ସ୍ପାନ ନୁହେଁ, ମେଟାଲ ରୋପକୁ ସପୋର୍ଟ କରୁଥିବା ଏବଂ ପୋଲର ଉଭୟ ପଟେ ରହିଥିବା ୪ଟି ଜାକ ସ୍ପାନ୍ ସମାନ ସ୍ଥିତିରେ ରହିଛି । ଏହି ସ୍ପାନ ଗୁଡ଼ିକ ସ୍ଥିତି ହିଁ ଝୁଲା ପୋଲକୁ ଅସୁରକ୍ଷିତ ଘୋଷଣା କରିବାର ମୂଳ କାରଣରେ ପରିଣତ ହୋଇଛି । ଏହା ଦେଖିବା ପରେ ଝୁଲା ପୋଲର ଅନୁଧ୍ୟାନ ପାଇଁ ଆସିଥିବା ବୈଷୟିକ ଟିମ୍ ପୋଲକୁ ଅସୁରକ୍ଷିତ ଘୋଷଣା କରିଥିଲା । କାରଣ ଯଦି ଏହି ପୋଲ ଦେଇ ବହୁ ସଂଖ୍ୟକ ଲୋକ ଏକ ସମୟରେ ଯାତାୟତ କରନ୍ତି ତା ହେଲେ କୌଣସି ଏକ ଅଘଟଣ ଘଟିପାରେ ବୋଲି ମଧ୍ୟ ବୈଷୟିକ ଟିମ୍ ଆଶଙ୍କା ବ୍ୟକ୍ତ କରିଛି ।

https://odia.news18.com/news/odisha/this-year-the-famous-bada-osha-yatra-of-dhabaleswar-will-be-held-without-devotees-tv-4srm-011122-srm-nmc-133541.html

ତେବେ ପୋଲ ଅସୁରକ୍ଷିତ ଘୋଷଣା ହେବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ କରି ପାରି ଶେଷରେ ଧବଳେଶ୍ୱରରେ ୧୪୪ ଧାରା ଲାଗୁ କରିଥିଲା ପ୍ରଶାସନ। କିନ୍ତୁ ପଞ୍ଚୁକ ପାଞ୍ଚ ଦିନ, ବଡ଼ ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ଲକ୍ଷାଧିକ ସଂଖ୍ୟାରେ ଭିଡ଼ ହେବାକୁ ଥିବାରୁ ଏତେ ସଂଖ୍ୟକ ଲୋକଙ୍କୁ ନେଇ ଧବଳେଶ୍ୱରଙ୍କ ଯାତ୍ରା କରାଇବା ସମ୍ଭବ ହେବ ନାହିଁ ବୋଲି କହିଛନ୍ତି କଟକ ଜିଲ୍ଳାପାଳ । "ଯେଉଁ ପର୍ଯ୍ୟନ୍ତ ଆମେ ସମ୍ପୂର୍ଣ୍ଣ କ୍ଲିୟରାନ୍ସ ନ ପାଇଛୁ ସେ ପର୍ଯ୍ୟନ୍ତ ଆମେ ଝୁଲା ପୋଲକୁ ବନ୍ଦ ରଖିବୁ। କାରଣ ଲୋକଙ୍କ ସୁରକ୍ଷାକୁ ଆମେ ସର୍ବାଗ୍ରେ ରଖିଛୁ । ସେହି ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ ଧବଳେଶ୍ୱର ପୀଠରେ ଯେମିତି ଜନସମାଗମ ହୁଏ ତାହା ବର୍ତ୍ତମାନ ସ୍ଥିତିରେ ସମ୍ଭବପର ହେବ ନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚଇନି ।
Published by:Soumya Das
First published: