ମାତ୍ର ୩ ଦିନ ମଧ୍ୟରେ ଇ-ସାଇକେଲ ତିଆରି କଲେ ଢେଙ୍କାନାଳର ୧୭ ବର୍ଷୀୟ ସିଦ୍ଧାର୍ଥ ପ୍ରସାଦ ଦାସ

ଗତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ସାରିବା ପରେ ସିଦ୍ଧାର୍ଥ ଘରେ ବସି ରହିଥିଲେ। ଏହି ସମୟରେ ସେ ୟୁଟ୍ୟୁବରୁ ଇ-ସାଇକେଲ କିଭଳି ତିଆରି କରାଯାଏ ଶିଖୁଥିଲେ। ଏହାକୁ ସେ ନିଜ ସାଇକେଲରେ ପ୍ରୟୋଗ କରିବା ପାଇଁ ଆରମ୍ଭ କରିଥିଲେ।

 ମାତ୍ର ୩ ଦିନ ମଧ୍ୟରେ  ଇ-ସାଇକେଲ ତିଆରି କଲେ ଢେଙ୍କାନାଳର ୧୭ ବର୍ଷୀୟ ସିଦ୍ଧାର୍ଥ ପ୍ରସାଦ ଦାସ

ମାତ୍ର ୩ ଦିନ ମଧ୍ୟରେ ଇ-ସାଇକେଲ ତିଆରି କଲେ ଢେଙ୍କାନାଳର ୧୭ ବର୍ଷୀୟ ସିଦ୍ଧାର୍ଥ ପ୍ରସାଦ ଦାସ

  • Share this:
News18 Odia Digital

ଢେଙ୍କାନାଳ: କରୋନା ମହାମାରୀ ପାଇଁ ଏହି ଦୁଇ ବର୍ଷ ହେଲା ଅନେକ ଲୋକ ରୋଜଗାର ହରାଇଛନ୍ତି। ଆଉ କିଛି ଲୋକଙ୍କର ଜୀବନର ଗତି ପଥ ମଧ୍ୟ ବଦଳି ଯାଇଛି। ଢେଙ୍କାନାଳ ସହରର ମାତ୍ର ୧୭ ବର୍ଷ ବୟସର ବାଳକ ସିଦ୍ଧାର୍ଥ ପ୍ରସାଦ ଦାସ କରୋନା ସମୟରେ ଘରେ ବସିଥିବା ସମୟରେ ଏକ ସାଧାରଣ ସାଇକେଲକୁ ବ୍ୟାଟେରୀ ଚାଳିତ ସାଇକେଲରେ ରୁପାନ୍ତରିତ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି।

ଗତ ବର୍ଷ ମାଟ୍ରିକ ପରୀକ୍ଷା ଦେଇ ସାରିବା ପରେ ସିଦ୍ଧାର୍ଥ ଘରେ ବସି ରହିଥିଲେ। ଏହି ସମୟରେ ସେ ୟୁଟ୍ୟୁବରୁ ଇ-ସାଇକେଲ କିଭଳି ତିଆରି କରାଯାଏ ଶିଖୁଥିଲେ। ଏହାକୁ ସେ ନିଜ ସାଇକେଲରେ ପ୍ରୟୋଗ କରିବା ପାଇଁ ଆରମ୍ଭ କରିଥିଲେ। ଏଥି ପାଇଁ ତାଙ୍କୁ ୧୫,୦୦୦ ଟଙ୍କା ଆବଶ୍ୟକ ରହିଥିବା ବେଳେ ତାଙ୍କର ଇଛା ଶକ୍ତି ଦେଖି ସିଦ୍ଧାର୍ଥଙ୍କ ବାପା ପ୍ରତାପ କୁମାର ଦାସ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ।

ଏହି ଇ-ସାଇକେଲଟିକୁ ପ୍ରସ୍ତୁତ କରିବା ପାଇଁ ସିଦ୍ଧାର୍ଥଙ୍କୁ ମାତ୍ର ୩ ଦିନ ସମୟ ଲାଗିଥିଲା। ଏଥିରେ ଏକ ୩୬ ବୋଲ୍ଟର ବ୍ୟାଟେରୀ, କଣ୍ଟ୍ରୋଲର, ଇଲେକ୍ଟ୍ରିକ ମଟର ଓ କନଭର୍ଟର ବ୍ୟବହାର କରାଯାଇଛି। ଏକା ଥରେ ତିନି ଘଣ୍ଟା ଫୁଲ ଚାର୍ଜ ହେଲେ ଏହା ୩୦ରୁ ୩୫ କିଲୋମିଟର ପର୍ଯ୍ୟନ୍ତ ଚାଲିବ।

ମାତ୍ର ୩ ଦିନ ମଧ୍ୟରେ ଇ-ସାଇକେଲ ତିଆରି କଲେ ଢେଙ୍କାନାଳର ୧୭ ବର୍ଷୀୟ ସିଦ୍ଧାର୍ଥ ପ୍ରସାଦ ଦାସ


ସାଇକେଲଟିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ସିଦ୍ଧାର୍ଥ ଏହାକୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ଆବେଦନ କରିଥିଲେ। ଯାହା ମନୋନୀତ ହୋଇଥିଲା। ଏଥି ପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ଏକ ପ୍ରମାଣପତ୍ର ସାର୍ଟିଫିକେଟ ମଧ୍ୟ ମିଳିଛି। ସିଦ୍ଧାର୍ଥଙ୍କ ଏଭଳି ନିଆରା ସଫଳ ଉଦ୍ୟମ ପାଇଁ ସବୁଆଡୁ ପ୍ରଶଂସାର ଛୁଅ ଛୁଟୁଛି।

"ମୋର ଏହି ଅସାଧାରଣ ପ୍ରୟାସ ପାଇଁ ମୁଁ ଏହି ସଫଳତା ପାଇଛନ୍ତି । ଏଥି ପାଇଁ ମୁଁ ବହୁତ ଖୁସି ଅନୁଭବ କରୁଥିବା ବେଳେ ଆଗକୁ ଆହୁରି କିଛି ନିଆରା କାମ କରିବି ବୋଲି ମୁଁ ଆଶାବାଦୀ ଅଛି,’’ କହିଛନ୍ତି ସିଦ୍ଧାର୍ଥ।

ପୁଅ ସିଦ୍ଧାର୍ଥର ଏଭଳି ସଫଳତା ପାଇଁ ତାଙ୍କ ପରିବାରର ପ୍ରତି ସଦସ୍ୟ ନିଜକୁ ଗର୍ବିତ ଅନୁଭୁବ କରୁଛନ୍ତି। ପୁଅର ଇ-ସାଇକେଲ ଚଲାଇ ତା'ର ସାଙ୍ଗ ସାଥୀମାନେ ମଧ୍ୟ ବହୁତ ଖୁସି ଅନୁଭବ କରୁଛନ୍ତି । ସିଦ୍ଧାର୍ଥ ଆଗକୁ ଏଭଳି ଯାହା ବି ନିଆରା କିଛି କାମ କରିବା ପାଇଁ ପ୍ରୟାସ କରିବ ସହଯୋଗର ହାତ ବଢ଼ାଇବି ବୋଲି କହିଛନ୍ତି ସିଦ୍ଧାର୍ଥଙ୍କ ବାପା ପ୍ରତାପ କୁମାର ଦାସ ।
Published by:Lipina Das
First published:
)}