ସୌମ୍ୟଜିତଙ୍କ ଗୁମର ଖୋଲିଲା ଶ୍ୱେତାଙ୍କ ମେସେଜ; ଭାଇରାଲ ହେଲା ହ୍ଵାଟ୍ସଆପ ଚାଟ୍

ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ସାମ୍ନାକୁ ଆସିଛି ଶ୍ୱେତାଙ୍କ ଆଉ ଏକ ହ୍ଵାଟ୍ସଆପ ଚାଟ୍। ଯେଉଁଥିରେ ଶ୍ୱେତା ଆଉ ଜଣେ ଯୁବତୀଙ୍କୁ ସୌମ୍ୟଜିତଙ୍କ ବିଷୟରେ କହିଥିଲେ। ଏପରିକି କିଭଳି ନୂଆ ନୂଆ ଝିଅଙ୍କୁ ଭଲ ପାଇ ଧୋକା ଦିଏ ସେନେଇ ଯୁବତୀଙ୍କୁ ସତର୍କ କରିଥିଲେ ଶ୍ୱେତା।

ଭାଇରଲ ହେଲା ହ୍ଵାଟ୍ସଆପ ଚ୍ୟାଟ

ଭାଇରଲ ହେଲା ହ୍ଵାଟ୍ସଆପ ଚ୍ୟାଟ

  • Share this:
News 18 Odia Digital

ଭୁବନେଶ୍ୱର:  ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟା ଘଟଣାର ଦିନ ଗଡୁଛି ଆଉ ରହସ୍ୟ ବଢୁଛି। ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ସାମ୍ନାକୁ ଆସିଛି ଶ୍ୱେତାଙ୍କ ଆଉ ଏକ ହ୍ଵାଟ୍ସଆପ ଚାଟ୍। ଯେଉଁଥିରେ ଶ୍ୱେତା ଆଉ ଜଣେ ଯୁବତୀଙ୍କୁ ସୌମ୍ୟଜିତଙ୍କ ବିଷୟରେ କହିଛନ୍ତି। ଏପରିକି କିଭଳି ନୂଆ ନୂଆ ନୂଆ ଝିଅଙ୍କୁ ଭଲ ପାଇ ଧୋକା ଦିଏ ସେନେଇ ଯୁବତୀଙ୍କୁ ସତର୍କ କରାଇଥିଲେ ଶ୍ୱେତା

ଶ୍ୱେତାଙ୍କର ଏହି ଚାଟରେ ଜଣେ ଯୁବତୀଙ୍କୁ ସୌମ୍ୟଜିତକୁ ନେଇ ସତର୍କ କରାଇଥିଲେ। ଶ୍ୱେତା ଲେଖିଥିଲେ, "ସୌମ୍ୟଜିତଙ୍କ ଫାସରେ ଫସି ଜାଅନି। ପ୍ରଥମେ ସୌମ୍ୟଜିତ ମିଠା କଥା କହି ଜାଲରେ ଫସେଇବ, ତାପରେ ତୁମ ଗୁଣକୁ ନେଇ ପ୍ରଶଂସା କରିବ, ତାପରେ ସମ୍ପର୍କ ନିବିଡ କରିବାକୁ ଜାଲ ବୁଣିବ। ଏହାପରେ ତୁମକୁ ଓ ତୁମର ପଇସା ଓ ତୁମର ସମ୍ପୂର୍ଣ୍ଣ ଶରୀରକୁ ଉପଭୋଗ କରିବ। ସବୁ ସରିବା ପରେ ତୁମକୁ ଅଦରକାରୀ କରି ଛାଡ଼ି ଦେବ । ପୂର୍ବରୁ ଅନେକ ଝିଅଙ୍କୁ ଏମିତି କରିଛି ସୌମ୍ୟ।’’
Published by:Soumyashree Mishra
First published: