News18 Odia Digital
ଭୁବନେଶ୍ୱର: ଭୁବନେଶ୍ୱର ସଫ୍ଟୱେର ଇଞ୍ଜିନିୟର ଶ୍ଵେତା ଆତ୍ମହତ୍ୟା ଘଟଣା ଏକ ନୂଆ ମୋଡ଼ ନେଇଛି ।ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଉଠେଇ ଆଣିଛି ପୋଲିସ ।
ଶ୍ୱେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ସମ୍ବଲପୁର ଘରୁ ଉଠାଇ ଆଣିଛି ।
IPC ଦଫା 306 ଆତ୍ମହତ୍ୟା ପାଇଁ ପ୍ରବାର୍ତ୍ତାଇବା ଆଧାରରେ ସୌମ୍ୟଜିତଙ୍କୁ ବାନ୍ଧିଛି ପୋଲିସ । ପୂର୍ବରୁ ମଧ୍ଯ ସୌମ୍ୟଜିତଙ୍କୁ ଜେରା କରିଥିଲା ପୋଲିସ ।
ରାଜଧାନୀରେ ମହିଳା ଇଞ୍ଜିନିୟରଙ୍କ ଆତ୍ମହତ୍ୟା; ଡାଏରୀ ଓ ମୋବାଇଲ ଜବତଆତ୍ମହତ୍ଯା ପରେ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ଶ୍ୱେତାଙ୍କ ବୟଫ୍ରେଣ୍ଡଙ୍କ ବିରୋଧରେ ଶାରୀରିକ, ମାନସିକ ନିର୍ଯାତନା ଓ ଆର୍ଥିକ ଶୋଷଣ ଭଳି ଅଭିଯୋଗ ହୋଇଥିଲା। ଏନେଇ ଶ୍ୱେତାଙ୍କ ପରିବାର ଲୋକେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଏନେଇ ପ୍ରେମିକ ମୁହଁ ଖୋଲିନଥିବା ବେଳେ ସାମ୍ନାକୁ ଆସିଥିଲା କିଛି ଫୋନ୍ କଲ୍ ରେକଡିଂ। ଯେଉଁଥିରେ ଶ୍ୱେତା ଓ ପ୍ରେମିକ ସୌମ୍ୟଜିତ ମହାପାତ୍ରଙ୍କ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ହେଉଥିବା ଶୁଣିବାକୁ ମିଳିଥିଲା ।
ସୌମ୍ୟଜିତଙ୍କ ଗୁମର ଖୋଲିଲା ଶ୍ୱେତାଙ୍କ ମେସେଜ; ଭାଇରାଲ ହେଲା ହ୍ଵାଟ୍ସଆପ ଚାଟ୍ସୂଚନାଯୋଗ୍ଯ ଗତ ବର୍ଷ ଅଗଷ୍ଟ ୨୧ ତାରିଖରେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରୁଥିବା ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ଯା କରିଥିଲେ । ଘଟଣା ସ୍ଥଳରୁ ଶ୍ୱେତାଙ୍କ ଡାଏରୀ ଓ ମୋବାଇଲ ଜବତ କରିଥିଲା ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।