News18 Odia Digital
ଭୁବନେଶ୍ୱର: ଆପଣଙ୍କ ପୁଅ ମୋବାଇଲ ପାଇଁ ମୋଠୁ ୧୨ହଜାର ଟଙ୍କା ନେଇଛନ୍ତି। ହେଲେ ମୋତେ ମିଛ ଡ୍ରାମା କରୁଛନ୍ତି..ଆତ୍ମହତ୍ୟା ପୂର୍ବରୁ ସୌମ୍ୟଜିତ ମାଙ୍କୁ ଏମିତି କିଛି ମେସେଜ କରିଛନ୍ତି ଶ୍ଵେତା ଉତ୍କଳ କୁମାରୀ।
ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟାକୁ ସପ୍ତାହେ ବିତିଲା । ଏବେବି ଅନ୍ଧାରରେ ଶ୍ୱେତାଙ୍କ ଆତ୍ମହତ୍ୟା। କାହିଁକି ଆତ୍ମହତ୍ୟା କଲେ ଶ୍ୱେତା, ଖିଅ ପାଉନି କମିସନରେଟ ପୋଲିସ । ଠିକ ଏତିକି ବେଳେ ଶ୍ୱେତାଙ୍କ ଏକ ହ୍ଵାଟ୍ସଆପ ଚାଟ ସାମ୍ନାକୁ ଆସିଛି।
ଶ୍ୱେତା ସୌମ୍ୟଜିତଙ୍କ ମାଙ୍କୁ ଲେଖିଛନ୍ତି, “ସେ ମୋତେ ବହୁତ କିଛି ଦେଇଥିଲେ। ସରି ଆଣ୍ଟି ଆପଣଙ୍କ ପୁଅ ଏତେ ମିଛ କହିପାରନ୍ତି ବୋଲି ମୁଁ ଏତେ ଜାଣି ନଥିଲି। ଆପଣଙ୍କ ପୁଅ ଚାକିରି ଛାଡିଲା ପରେ ମୋ ରୁମରେ ପଡି ରହିଥିଲା। ସେଥିପାଇଁ କୌଣସି ଭଡା କିମ୍ବା ଇଲେକ୍ଟ୍ରି ବିଲ ମଧ୍ୟ ଦେଇ ନାହାନ୍ତି"।

ସୌମ୍ଯଜିତଙ୍କ ମା ଙ୍କୁ ଶ୍ୱେତାଙ୍କ ମେସେଜ
ସୌମ୍ୟଜିତ ଏବେ ଡ୍ରାମା କାହିଁକି କରୁଛନ୍ତି କି ସେ ମୋତେ ବହୁତ କିଛି ଦେଉଥିଲେ । ଯଦି ଦେଉଥିଲେ ତେବେ RD FD କେମିତି ବନାଉଥିଲେ । ସେ କହିଛନ୍ତି କି ମୁଁ ଯୋଉ ସାର୍ଟ ଓ ଜୋତା ଦେଇଛି ତାକୁ ନେଇଯା। ସେସବୁ ମୁଁ ନେଇକି କଣ କରିବି। ମୋତେ ସେ ପଇସା ଦେଇ ଦିଅନ୍ତୁ ବୋଲି ଶ୍ଵେତା ସୌମ୍ୟଜିତଙ୍କ ମାଙ୍କୁ ମେସେଜ କରିଛନ୍ତି।
ସେପଟେ ଆଜି ଶ୍ୱେତା ଓ ସୌମ୍ୟଜିତଙ୍କ ସମ୍ପର୍କକୁ ନେଇ ଶ୍ୱେତାଙ୍କ ୪ ଜଣ ସାଙ୍ଗଙ୍କ ସହ ଫୋନ ଯୋଗେ କଥା ହୋଇଛି ଚନ୍ଦ୍ରଶେଖରଥାନା ପୋଲିସ। ସାଙ୍ଗମାନଙ୍କୁ ପଚରାଉଚରା ବେଳେ ଶ୍ୱେତା ସମ୍ପର୍କିତ ତଥ୍ୟ ପାଇଛନ୍ତି ଦନ୍ତକାରୀ ଅଧିକାରୀ । ଶ୍ୱେତା ଓ ସୌମ୍ୟଜିତ ମଧ୍ୟରେ କିଭଳି ଥିଲା ସମ୍ପର୍କ ?କେବେଠାରୁ ପରସ୍ପରକୁ ଜାଣିଥିଲେ ? ପ୍ରେମରେ ଫାଟ କେବେଠାରୁ ଦେଖା ଦେଇଥିଲା ? ମନମାଳିନ୍ୟ ନେଇ କେବେ ଶ୍ୱେତା କହିଛନ୍ତି କି ? ଏଭଳି କିଛି ପ୍ରଶ୍ନର ଉତ୍ତର ଖୋଜିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ। ସେହିଭଳି ଶ୍ୱେତାଙ୍କ ଅକାଉଣ୍ଟ ଯାଞ୍ଚ କରିଛି ପୋଲିସ। ଶ୍ୱେତାଙ୍କ ଅକାଉଣ୍ଟରୁ ସୌମ୍ୟଜିତଙ୍କ ଅକାଉଣ୍ଟର ଟ୍ରାଞ୍ଜକସନ ଯାଞ୍ଚ କରିଛି ତଦନ୍ତକାରୀ ଟିମ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।