JEE Main ଓ NEET ପାଇଁ ରାଜ୍ୟରେ ଉଠିଲା ସଟଡାଉନ; ପରୀକ୍ଷାର୍ଥୀଙ୍କ କଥା ବୁଝିବେ ରାଜ୍ୟ ସରକାର

ଦେଶରେ ୯,୫୩,୪୩୭ ଛାତ୍ରଛାତ୍ରୀ JEE Main ପରୀକ୍ଷା ଦେଉଥିବା ବେଳେ ଓଡିଶାରୁ ୩୯,୨୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଭୁବନେଶ୍ୱର, କଟକ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ବ୍ରହ୍ମପୁରରେ ୨୬ଟି ଅନଲାଇନ କେନ୍ଦ୍ର ହୋଇଛି ।

JEE Main ଓ NEET ପାଇଁ ରାଜ୍ୟରେ ଉଠିଲା ସଟଡାଉନ; ପରୀକ୍ଷାର୍ଥୀଙ୍କ କଥା ବୁଝିବେ ରାଜ୍ୟ ସରକାର
ଜେଇଇ ମେନ୍ ଓ ନୀଟ୍ ପରୀକ୍ଷା ଆୟୋଜନକୁ ନେଇ ବସିଥିବା ବୈଠକର ଏକ ଦୃଶ୍ୟ
  • News18 Odia
  • Last Updated: August 29, 2020, 5:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜେଇଇ ମେନ ଓ ନିଟ ପରୀକ୍ଷାକୁ ନେଇ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ରାଜ୍ୟର ୩୮,୦୦୦ ପରୀକ୍ଷାର୍ଥୀ କିଭଳି ବିନା ଅସୁବିଧାରେ ପରୀକ୍ଷା ଦେଇପାରିବେ ତାହା ସୁନିଶ୍ଚିତ କରିବାକୁ ନିର୍ଣ୍ଣୟ କରିଛନ୍ତି । ପରୀକ୍ଷାର୍ଥୀମାନଙ୍କର ସମସ୍ତ ଦାୟିତ୍ୱ ନେବେ ରାଜ୍ୟ ସରକାର । ସେମାନଙ୍କ ଗମନାଗମନ ଠାରୁ ଆରମ୍ଭ କରି ରହିବା ତଥା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

କୋଭିଡ ପରିଚାଳନା ସହ ପରୀକ୍ଷା କେନ୍ଦ୍ର ବାହାରେ ଶାନ୍ତି ଶୃଙ୍ଖଳା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଉପସ୍ଥିତ ଥିଲେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସମେତ ନୋଡାଲ ସେଣ୍ଟର ହୋଇଥିବା ସରକାରୀ ଆଇଆଇଟିର ଅଧ୍ୟକ୍ଷା ଜିତା ମିତ୍ର ଶତପଥୀ । ଯେପରି ପରୀକ୍ଷାର୍ଥୀମାନଙ୍କ ଯାତାୟତରେ କୌଣସି ଆସୁବିଧା ନ ହୁଏ ତାହା ଉପରେ ଧ୍ୟାନ ଦିଆଯିବ। ବସ୍‌ ବ୍ୟବସ୍ଥା ପାଇଁ ସବୁ ଜିଲ୍ଲାପାଳଙ୍କ ଭିତରେ ଆଲୋଚନା ହେବ।

ପରୀକ୍ଷା ସେଣ୍ଟରରେ ଯଦି ହଷ୍ଟେଲ ସୁବିଧା ଅଛି ତାହେଲେ ସେଠାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ସହ ଆସିଥିବା ଅଭିଭାବକ ରହିପାରିବେ। ନହେଲେ ବିକଳ୍ପ ବ୍ୟବସ୍ଥା କରାଯିବ। ସବୁ ଠାରୁ ବଡ଼ ସେଣ୍ଟରଗୁଡ଼ିକରେ ହିଁ ଅଧିକ ପରୀକ୍ଷାର୍ଥୀ ରହିବେ। ପର୍ଯ୍ୟାୟ କ୍ରମେ ପରୀକ୍ଷା ହେଉଥିବାରୁ କିଛି ଅସୁବିଧା ହେବାର ସମ୍ଭାବନା ନାହିଁ ବୋଲି ଏହି ବୈଠକରେ କୁହାଯାଇଛି ।

ପରୀକ୍ଷାର୍ଥୀମାନଙ୍କୁ ନେଇ ଆସୁଥିବା ଗାଡ଼ି ଯେପରି ନ ଅଟକା ଯାଏ, ସେ ନେଇ RTOମାନଙ୍କୁ ବିଶେଷ ନିର୍ଦ୍ଦେଶ ଦିଆଯାଇଛି। ନୋଡାଲ ସେଣ୍ଟର ଅଧିକାରୀଙ୍କ ବ୍ୟକ୍ତିଗତ ନମ୍ବରରେ ଛାତ୍ରଛାତ୍ରୀ ଫୋନ କରି ଦ୍ବନ୍ଦ୍ୱ ଦୂର କରିପାରିବେ।

‘‘ଆସନ୍ତାକାଲି (ଅଗଷ୍ଟ ୩୦) ଠାରୁ ଛାତ୍ରଛାତ୍ରୀମାନେ ଆସିବା ଆରମ୍ଭ କରିବେ। ଭୁବନେଶ୍ୱରର ୬ଟି କେନ୍ଦ୍ରରେ ୬ ଦିନରେ ୧୬,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେଣୁ ପରୀକ୍ଷାର ସୁପରିଚାଳନା ଦାୟିତ୍ୱ ଆମେ ନେଇଛୁ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପରୀକ୍ଷାରେ ଯେମିତି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି,’’ କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି ।

ସାରା ଦେଶରେ ୯,୫୩,୪୩୭ ଛାତ୍ରଛାତ୍ରୀ ଜେଇଇ ମେନ ପରୀକ୍ଷା ଦେଉଥିବା ବେଳେ କେବଳ ଓଡିଶାରୁ ୩୯,୨୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେଥିପାଇଁ ୭ଟି ସହର ଭୁବନେଶ୍ୱର, କଟକ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ବ୍ରହ୍ମପୁରରେ ୨୬ଟି ଅନଲାଇନ କେନ୍ଦ୍ର କରାଯାଇଛି । ସେଥି ମଧ୍ୟରୁ ଭୁବନେଶ୍ୱରରେ ୬ଟି କେନ୍ଦ୍ର କରାଯାଇଛି।

‘‘ପରୀକ୍ଷା କେନ୍ଦ୍ର ବାହାରେ ଛାତ୍ରଛାତ୍ରୀ କିଭଳି ସାମାଜିକ ଦୂରତା ରକ୍ଷା କରି ଛିଡ଼ା ହେବେ, ଗହଳି ନ ହେବ ଓ ଟ୍ରାଫିକ ନିୟନ୍ତ୍ରଣ ହେବ ସେଥି ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି,’’ କହିଛନ୍ତି ଖୋର୍ଦ୍ଧା ଏସ.ପି. ଅଜୟ ପ୍ରତାପ ସିଂ ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ପରିବାର ପଚାରିଲା ‘କୋଠରୀ କାହିଁକି ସିଲ୍ କଲାନି ପୋଲିସ? ରଙ୍ଗ କାହିଁକି କରାଗଲା?’

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଜେଇଇ ମେନ୍‌ ଓ ନିଟ୍‌ ପରୀକ୍ଷା ନେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପରୀକ୍ଷାର୍ଥୀଙ୍କ ଯାତାୟାତ କଥା ବୁଝିବେ ରାଜ୍ୟ ସରକାର । ପରିବହନ କ୍ଷେତ୍ରରେ ଅସୁବିଧା ଥିଲେ ସରକାର ଯାତାୟାତ କଥା ବୁଝିବେ ଓ ବିନା କୌଣସି ଦେୟରେ ପରୀକ୍ଷାର୍ଥୀଙ୍କ ଯାତାୟାତ ସୁବିଧା କରାଇବେ ବୋଲି ସେ କହିଛନ୍ତି । ଆଡ୍‌ମିଟ୍‌ କାର୍ଡ ଦେଖାଇଲେ ଯାତାୟାତରେ ଅସୁବିଧା ହେବ ନାହିଁ । ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ଯାତାୟାତରେ କଟକଣା ରହିବନି ।



୩୦ ଅଗଷ୍ଟରୁ ୭ ସେପ୍ଟେମ୍ବର ଯାଏଁ ପରୀକ୍ଷା ହେଉଥିବା ୭ଟି ସହରରେ ପରୀକ୍ଷାର୍ଥୀମାନଙ୍କ ପାଇଁ ରହିବ ନାହିଁ କୌଣସି କଟକଣା । ଯାତାୟାତର ଅସୁବିଧା ଥିଲେ ପରୀକ୍ଷାର୍ଥୀମାନେ ସରକାରଙ୍କୁ ଜଣାଇବାକୁ ମୁଖ୍ୟ ଶାସନ ସଚିବ କହିଛନ୍ତି। ସରକାରୀ ITIରେ କରାଯାଇଥିବା ନୋଡାଲ ସେଣ୍ଟରରେ କଣ୍ଟ୍ରୋଲ ରୁମ୍‌ କରାଯାଇଛି। ସେଠି ଫୋନ କରି ନିଜ ଅସୁବିଧା ଜଣାଇପାରିବେ ପରୀକ୍ଷାର୍ଥୀମାନେ ।
Published by: Anand Shankar Thankur Das
First published: August 29, 2020, 5:32 PM IST
corona virus btn
corona virus btn
Loading