ପ୍ରକୃତି ପ୍ରେମରେ ଢେଙ୍କାନାଳର ପୁଅ; ଚାକିରୀ ଛାଡ଼ି କରୁଛନ୍ତି ପଶୁ ପକ୍ଷୀଙ୍କ ସେବା

ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶ ବିତ୍ ଶୁଭ୍ରାଂଶୁ ଶତପଥୀ ପଶୁ ପକ୍ଷୀଙ୍କ ନିଶା ତାଙ୍କୁ ଦେଇଛି ନୂଆ ପରିଚୟ । ପରିବେଶ ପ୍ରତି ତାଙ୍କର ଅବଦାନ ହେତୁ ତାଙ୍କୁ ଜାତିସଙ୍ଘ "ବିଶ୍ୱ ପରିବେଶ ହିରୋ" ଭାବରେ ପୁରସ୍କୃତ କରିଛି । 

ଚାକିରୀ ଛାଡ଼ି କରୁଛନ୍ତି ପଶୁ ପକ୍ଷୀଙ୍କ ସେବା (ପ୍ରତୀକାତ୍ମକ ଛବି)

ଚାକିରୀ ଛାଡ଼ି କରୁଛନ୍ତି ପଶୁ ପକ୍ଷୀଙ୍କ ସେବା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଖରାଦିନେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଜଳୀୟ ବାଷ୍ପ ହ୍ରାସ ଯୋଗୁଁ ସାରା ମାନବ ସମାଜ ହାହାକାର ହୋଇଉଠେ। କେବଳ ମଣିଷ ନୁହେଁ ନିରୀହ ପଶୁପକ୍ଷୀମାନେ ମଧ୍ୟ କଲବଲ ହୋଇଉଠନ୍ତି। ଅନ୍ୟ ଦିନ ଅପେକ୍ଷା ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ହେତୁ ନିରିହ ପକ୍ଷୀଙ୍କ ମୃତ୍ୟୁ ଅଧିକ ଘଟିଥାଏ । ବିଶେଷ କରି ସହରୀ ଅଞ୍ଚଳରେ ଜଳାଶୟଗୁଡିକ ଶୁଖିଯିବା ହେତୁ ଜଳ ଅଭାବରେ ତାଙ୍କର ମୃତ୍ୟୁ ଘଟିଥାଏ । ତେବେ ଏଭଳି ନିରୀହ ପକ୍ଷୀଙ୍କ ଜୀବନ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ । ନିଜର ଉଦ୍ୟମ ବଳରେ ବିଭିନ୍ନ ସ୍କୁଲ କଲେଜ ଯାଇ ସେଠି ଛାତ୍ରଛାତ୍ରୀଙ୍କୁ ଏ ସମ୍ବନ୍ଧୀୟ ସଚେତନ କରୁଛନ୍ତି ଶୁଭ୍ରାଂଶୁ।

ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ ଶୁଭ୍ରାଂଶୁ ଶତପଥୀ ।  ପଶୁ ପକ୍ଷୀଙ୍କ ନିଶା ତାଙ୍କୁ ଦେଇଛି ନୂଆ ପରିଚୟ । ପରିବେଶର ଜାଗ୍ରତ ପ୍ରହରୀ ସାଜିଛନ୍ତି ଶୁଭ୍ରାଂଶୁ । ବାପା ତାଙ୍କର ଜଣେ ବନ ବିଭାଗ ଅଧିକାରୀ ଥିଲେ ତେଣୁ ବାଲ୍ୟ କାଳଟି ତାଙ୍କର ଜଙ୍ଗଲ ଭିତରେ ଅଧିକାଂଶ ସମୟ ବିତିଛି ତେଣୁ ଖୁବ୍ କମ୍ ବୟସରେ ସେ ପ୍ରକୃତି ପ୍ରେମ ରେ ଆବଦ୍ଧ ହୋଇଥିଲେ । ବାଣିଜ୍ଯ ବିଭାଗର ଛାତ୍ର ହୋଇ ସୁଦ୍ଧା ସେ ସଦାସର୍ବଦା ପ୍ରକୃତି ମନସ୍କ ଥିଲେ । ତାଙ୍କ ମନରେ ଥିଲା କିଛି ନୁଆ କରିଦେଖାଇବାର ଜିଜ୍ଞାସା । ସେଥି ପାଇଁ ଫୋଟଗ୍ରାଫି, ଚଳଚ୍ଚିତ୍ର ନିର୍ମାଣ ଓ ଏଥି ପାଇଁ ସଂଶ୍ଳିଷ୍ଟ ଗବେଷଣାକୁ ପ୍ରାଧାନ୍ୟ ଦେଉଥିଲେ। ପ୍ରକୃତି ପ୍ରେମୀ ଶୁଭ୍ରାଂଶୁ ଶତପଥୀ କିଟ୍ ଫିଲ୍ମ ସ୍କୁଲ ରୁ ପାଠ୍ୟକ୍ରମ ଶେଷ କରି "ପ୍ରକୃତି ଓ ଜୀବଜନ୍ତୁଙ୍କ ସୁରକ୍ଷା ଭିତ୍ତିକ ପ୍ରାମାଣିକ ଚଳଚିତ୍ର ନିର୍ମାଣ କରିଥିଲେ ।

ଜଣେ ସ୍ଵେଚ୍ଛାସେବୀ ରୂପେ ପ୍ରକୃତି ସଂରକ୍ଷଣ ସଂସ୍ଥା, ୱାର୍ଲଡ଼ ୱାଇଲଡ଼ ଲାଇଫ ଫଣ୍ଡ ଇଣ୍ଡିଆ, ବିଶ୍ଵ ଏକତ୍ରୀ କରଣ ପ୍ରକଳ୍ପ, ରେଜିଷ୍ଟର୍ ସଦସ୍ୟ ରୂପେ ବିଶ୍ଵ ଫଟୋଗ୍ରାଫି କ୍ଲବ୍, ସଂରକ୍ଷଣ ଓ ସମାଜ, ସିବିଏମଆଇ, କଞ୍ଜରଭେସନ ଅନଲାଇନ ଷ୍ଟୁଡେଣ୍ଟ ଆସୋସିଏସନ, ବିଶ୍ଵ ଫୋଟ ଗ୍ରାଫି ସଂଗଠନ, ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷଣ କ୍ଲବ୍ ଓ ବନ୍ୟପ୍ରାଣୀ ଚଳଚିତ୍ର ସଂଗଠନରେ କାର୍ଯରତ ଥିଲେ । ତାଙ୍କ ଦ୍ୱାରା ନିର୍ମିତ ଭାରତୀୟ ବନ୍ୟପ୍ରାଣୀ ଓ ସଂରକ୍ଷଣ ସମ୍ବନ୍ଧୀୟ ଆଠଟି ଫିଲ୍ମ ମନୋନୀତ ହୋଇଥିଲା ।  ବର୍ତ୍ତମାନ ସେ ହିୟର ଫର କଞ୍ଜରଭେସନ ନାମକ ଏକ ଇନିସିଏଟିଭ ଆରମ୍ଭ କରିଛନ୍ତି । ଯେଉଁଥିରେ ସୂଚନା, ପ୍ରେରଣା ତଥା ସାଧାରଣ ଲୋକଙ୍କ ମଧ୍ୟରେ ବନ୍ୟଜନ୍ତୁ ଙ୍କ ସୁରକ୍ଷା ପାଇଁ ସଚେତନତା ଓ ଦାୟିତ୍ଵ ବୋଧ ସମ୍ବଳିତ ବିଷୟ ରହିଛି ।

ତାଙ୍କ ଦ୍ୱାରା ନିର୍ମିତ ୨ଟି ପ୍ରମାଣିକ ଚଳଚିତ୍ର ' ଦେ ରିୟଲୀ ନିଡ଼ ଅସ' ଓ  'ଲେଟ ଦେମ ବ୍ରିଥ ' uk wildlife award , ଦାଦା ସାହେବ ସ୍କ୍ରିନିଙ୍ଗ ଆୱାର୍ଡ ସହ ଅନେକ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ମନୋନୀତ ଓ ପୁରସ୍କୃତ ହୋଇଛି । ପରିବେଶ ପ୍ରତି ତାଙ୍କର ଅବଦାନ ହେତୁ ତାଙ୍କୁ ଜାତିସଙ୍ଘ " ବିଶ୍ୱ ପରିବେଶ ହିରୋ " ଭାବରେ  ପୁରସ୍କୃତ କରିଛି ।

ସୂଚନାଯୋଗ୍ୟ, ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ନିମନ୍ତେ ୨୦୦୮ ମସିହାରୁ ସେ ପକ୍ଷୀ ମାନଙ୍କୁ ଜଳ ପାତ୍ରରେ ଜଳ ଦାନ କରିବା ସହିତ ତୃଷାର୍ତ୍ତ ପକ୍ଷୀମାନଙ୍କୁ ଜଳ ଦାନ ସମ୍ବନ୍ଧରେ ବିଭିନ୍ନ କର୍ମଶାଳା ଆୟୋଜନ ପୂର୍ବକ କୃତ୍ରିମ ପୁଷ୍କରିଣୀ କିପରି ବିଭିନ୍ନ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ତଥା ସାମାଜିକ ସ୍ଥାନରେ କିପରି ହୋଇ ପାରିବ ଯେଉଁଠାରେ ପକ୍ଷୀମାନେ ଗାଧେଇବା ସହ ପାଣି ପିଇ ପାରିବେ, ସେ ବିଷୟରେ ଆଲୋଚନା କରିଥାନ୍ତି । ସେ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଉର୍ଦ୍ଧ୍ବ ମାଟି ପାତ୍ର ବଣ୍ଟନ କରିସାରିଛନ୍ତି।
Published by:Soumya Das
First published: