News 18 Odia Digital
ଭୁବନେଶ୍ୱର; ଶୁଭଶ୍ରୀ ମହାପାତ୍ର ରହସ୍ୟ ମୃତ୍ୟୁ ଉପରୁ ପରଦା ହଟାଇଲା କମିସନରେଟ ପୋଲିସ । ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ପଛରେ ଥିଲା ପରକିୟା ପ୍ରୀତି । ପୁରୁଷ ବନ୍ଧୁଙ୍କ ସହ ଝଗଡା ହିଁ ଆତ୍ମହତ୍ୟା ପଛର ମୂଳ କାରଣ ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ । ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ନୟାଗଡ଼ର ଚିତରଞ୍ଜନ ଜେନାକୁ ପୋଲିସ ଗିରଫ କରିଛି । ଚିତରଞ୍ଜନ ବିରୁଦ୍ଧରେ IPC ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତଇବା) ଭଳି ମାମଲା ରୁଜୁ କରିଛି ତଦନ୍ତକାରୀ ଟିମ ।
ପୋଲିସ ସୂଚନା ଅନୁସାରେ, ଶୁଭଶ୍ରୀ ୨୦୧୪ମସିହାରେ ଜଗତସିଂହପୁର ତିର୍ତ୍ତଲ ଅଞ୍ଚଳର ଅନନ୍ତ ନାରାୟଣ ପୃଷ୍ଟିଙ୍କୁ ବିବାହ କରିଥିଲେ । ତାଙ୍କର ୪ ବର୍ଷର ପୁଅ ଅଛି । ପରିବାର ସହ ଶୁଭଶ୍ରୀ ଭୁବନେଶ୍ୱର ଶାସ୍ତ୍ରୀ ନଗର ଅଞ୍ଚଳରେ ରହୁଥିଲେ । ୨୦୧୯ ମସିହାରେ ଶୁଭଶ୍ରୀ ବ୍ୟାଚ ଫିଷ୍ଟ ପାଇଁ ଗାଁକୁ ଯାଇଥିଲେ । ଏହି ସମୟରେ ଚିତ୍ତରଞ୍ଜନଙ୍କ ସହ ସମ୍ପର୍କ ଯୋଡ଼ି ହୋଇଥିଲା। ପରେ ଚିତ ରଞ୍ଜନଙ୍କ ସହ ଯୋଗାଯୋଗରେ ଆସିବା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହେଲା । ଚିତ୍ତଙ୍କ ସହ ସମ୍ପର୍କ କଥାକୁ ନେଇ ଶୁଭଶ୍ରୀଙ୍କ ସ୍ୱାମୀ ସନ୍ଧେହ କରୁଥିଲେ । ଯାହାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଏପରିକି ବିଭିନ୍ନ ସମୟରେ ଚିତ୍ତ ଓ ଶୁଭଶ୍ରୀ ଉଭୟ ବୁଲାବୁଲି କରିବା ସହ ଲଜରେ ରହୁଥିଲେ । ଯେଉଁ କଥାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାଦ ଲାଗି ରହିଥିଲା ।
ଗତ କିଛିଦିନ ତଳେ ଅନନ୍ତ ଅଫିସ କାମରେ ଦିଲ୍ଲୀ ଯାଇଯିବାରୁ ପୁରୁଷ ବନ୍ଧୁ ଚିତ୍ତରଞ୍ଜନଙ୍କ ସହ ଶୁଭଶ୍ରୀ ବାହାରେ ବୁଲିବାସହ ଏକ ଲଜରେ ରହିଥିଲେ । ଦିଲ୍ଲିରୁ ଫେରି ଏହି କଥା ଜାଣିବା ପରେ ଶୁଭଶ୍ରୀ ଓ ଅନନ୍ତ ମଧ୍ୟରେ ଝଗଡା ହୋଇଥିଲା । ପରେ ଅନନ୍ତ ଗାଁକୁ ପଳାଇଥିଲେ । ପରେ ଚିତରଞ୍ଜନ ଶୁଭଶ୍ରୀଙ୍କ ଘରକୁ ଆସିଥିଲେ । ହେଲା ୨୯ତାରିଖ ଦିନ ଶୁଭଶ୍ରୀ ଜଣେ ଯୁବକଙ୍କ ସହ କ୍ୟାପିଟାଲ ହସ୍ପିଟାଲ ଯାଇଥିବା କଥା ଜାଣିବା ପରେ ଚିତ୍ତରଞ୍ଜନ ଓ ଶୁଭଶ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏପରିକି ରାତିରେ ଶୁଭଶ୍ରୀଙ୍କ ଘରକୁ ଆସି ଚିତ୍ତରଞ୍ଜନ ମାଡ଼ ମାରିଥିଲେ । ଆଉ ୩୦ ତାରିଖ ସକାଳୁ ଗାଡ଼ି ଧରି ଡ୍ୟୁଟି ପଳାଇଥିଲେ । ଏହି ସମୟ ମଧ୍ୟରେ ପୁରୁଷ ବନ୍ଧୁ ଚିତ୍ତରଞ୍ଜନକୁ ବାରମ୍ବାର ଫୋନ କରିଥିଲେ ଶୁଭଶ୍ରୀ, ଯାହା ତାଙ୍କର ସିଡ଼ିଆର ଯାଞ୍ଚ ବେଳେ ଜଣା ପଡିଥିବା"କହିଛନ୍ତି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ।

ଘଟଣା ଦିନ ଅର୍ଥାତ ୩୦ତାରିଖ ସନ୍ଧ୍ୟାରେ ଶୁଭଶ୍ରୀ ଚିତ୍ତରଞ୍ଜନକୁ ଫୋନ କରି ଆତ୍ମହତ୍ୟା କରିବା କଥା କହିଥିଲେ । ପରେ ପୁଅକୁ ଟ୍ୟୁସନ ପଠାଇ ନିଜ ଓଢଣୀରେ ଝୁଲି ପଡ଼ିଥିଲେ । ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ମୋବାଇଲକୁ ବାରମ୍ବାର ଫୋନ କରିବା ପରେ ସେ ରିସିଭ ନ କରିବାରୁ ଟ୍ୟୁସନ ଶିକ୍ଷୟିତ୍ରୀଙ୍କୁ ଫୋନ କରି ଶୁଭଶ୍ରୀଙ୍କ ଘରକୁ ଯିବାକୁ କହିଥିଲେ । ଟ୍ୟୁସନ ଶିକ୍ଷୟତ୍ରୀ ଘରେ ପହଞ୍ଚି ଶୁଭଶ୍ରୀଙ୍କ ଝୁଲନ୍ତା ମୃତଦେହ ଦେଖିବା ପରେ ଚିତ୍ତରଞ୍ଜନକୁ ଜଣାଇ ପଳାଇଯାଇଥିଲେ । ପରେ ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ଘରେ ପହଞ୍ଚି ମୃତଦେହକୁ ତଳକୁ ଆଣିବା ସହ ମୁହଁରେ ପାଣି ମାରିଥିଲେ । ଶୁଭଶ୍ରୀ ମୃତ୍ୟୁ ଜାଣିବା ପରେ ତାଙ୍କ ଓଢଣୀକୁ ନେଇ ଗାଁକୁ ପଳାଇଥିଲେ । ଯିବା ବାଟରେ ଖୋର୍ଦ୍ଧା ବାଇପାସ ନିକଟରେ ଓଢଣୀକୁ ଫିଙ୍ଗିଦେଇ ନୟାଗଡ଼ ପଳାଇଥିଲେ । ପୋଲିସ ସମ୍ପୃକ୍ତ ଓଢଣୀକୁ ଜବତ କରିଛି ।
ଅଧିକ ପ୍ରମାଣ ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଶୁଭଶ୍ରୀଙ୍କ ସ୍ୱାମୀ ଅନନ୍ତ ନାରାୟଣ ଜେନାଙ୍କୁ ଥାନାକୁ ଡାକି ଜବତ ଓଢଣୀକୁ ଦେଖାଇଥିଲେ । ପତ୍ନୀଙ୍କ ଓଢଣୀଙ୍କୁ ଅନନ୍ତ ଚିହ୍ନଟ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଶନିବାର ଅଭିଯୁକ୍ତ ଚିତ୍ତରଞ୍ଜନ ଜେନାକୁ କୋର୍ଟ ଚାଲାଣ କରିବ ଖାରବେଳ ନଗର ଥାନା ପୋଲିସ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।