ଶୁଭଶ୍ରୀ ମୃତ୍ଯୁ ମାମଲା: ଗିରଫ ହେବେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ!

ଭୁବନେଶ୍ୱର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲାରେ ଧୀରେ ଧୀରେ ରହସ୍ୟ ଫିଟିବାରେ ଲାଗିଛି। ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ପୋଲିସ ଗିରଫ କରିପାରେ ବୋଲି ସୂଚନା ମିଳିଛି।

ସ୍ୱାମୀ ଅନନ୍ତଙ୍କ ସହ ମୃତ ଶୁଭଶ୍ରୀ (ଫାଇଲ ଫଟୋ)

ସ୍ୱାମୀ ଅନନ୍ତଙ୍କ ସହ ମୃତ ଶୁଭଶ୍ରୀ (ଫାଇଲ ଫଟୋ)

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱର ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲାରେ ଧୀରେ ଧୀରେ ରହସ୍ୟ ଫିଟିବାରେ ଲାଗିଛି। ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଚିତ୍ତରଞ୍ଜନ ଜେନାଙ୍କୁ ପୋଲିସ ଗିରଫ କରିପାରେ ବୋଲି ସୂଚନା ମିଳିଛି।

ଶୁଭଶ୍ରୀ ମହାପାତ୍ର ଡେଥ ସସପେନ୍ସର   ଗୁମର ଖୋଲିଛନ୍ତି ପୁରୁଷ ବନ୍ଧୁ। ମୃତ୍ୟୁ ପୂର୍ବରୁ ପୁରୁଷ ବନ୍ଧୁଙ୍କ ସହ ଶୁଭଶ୍ରୀଙ୍କ ସହ  ଝଗଡା ହୋଇଥିଲା। ଏହାପରେ ଘର ଭିତରେ ଓଢଣୀ ଦେଇ ଶୁଭଶ୍ରୀ ଝୁଲି ପଡ଼ିଥିଲେ। ଶୁଭଶ୍ରୀଙ୍କ ମୃତଦେହକୁ ତଳକୁ ଆଣିଥିଲେ ପୁରୁଷ ବନ୍ଧୁ। କେବଳ ସେତିକି ନୁହେଁ ତଳକୁ ମୃତଦେହ ଆଣିବା ପରେ ଶୁଭଶ୍ରୀଙ୍କ ମୁହଁରେ ପାଣି ମଧ୍ୟ ଛିଞ୍ଚିଥିଲେ।

ପୁରୁଷ ବନ୍ଧୁଙ୍କ କହିବା ଅନୁସାରେ ଶୁଭଶ୍ରୀଙ୍କ ମୃତ୍ୟୁ ହେବା ଜାଣିବା ପରେ ସେ ଆତ୍ମହତ୍ୟା କରିଥିବା ଓଢଣୀ ନେଇ ପଳାଇଥିଲେ ଚିତ୍ତରଞ୍ଜନ। ଖୋର୍ଦ୍ଧାରେ ତାଙ୍କ ଓଢଣୀ ଫିଙ୍ଗିଥିବା କଥା ପୋଲିସ ଆଗରେ ମାନିଛନ୍ତି ପୁରୁଷ ବନ୍ଧୁ। ଖୋର୍ଦ୍ଧାରେ ଓଢଣୀ ଫିଙ୍ଗି ନୟାଗଡ଼ ପଳାଇ ଥିଲେ। ବର୍ତ୍ତମାନ ଓଢଣୀ ଜବତ ପାଇଁ ଚିତ୍ତରଞ୍ଜନକୁ ନେଇ ଯିବ ଖୋର୍ଦ୍ଧା ଯିବ ପୋଲିସ ଟିମ।

ଖାରବେଳନଗର ଥାନା ଶାସ୍ତ୍ରୀନଗରରେ ସନ୍ଧ୍ୟା ବେଳଟାରେ ଜଣେ ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଅନନ୍ତ ନାରାୟଣ ନାଥଙ୍କ ସ୍ତ୍ରୀ ଶୁଭଶ୍ରୀ ମହାପାତ୍ର(୨୫)। ଶୁଭଶ୍ରୀ ଘରେ ଏକାକୀ ଥିବା ବେଳେ କେହି ଦୁର୍ବୃତ୍ତ ଘରେ ପଶି ରଶିରେ ବେକକୁ ଚାପି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା ।
Published by:Soumya Das
First published: