ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଏନଏମଏର ମିଳିନାହିଁ ଶତପ୍ରତିଶତ ଏନଓସି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଏନଏମଏର ମିଳିନାହିଁ ଶତପ୍ରତିଶତ ଏନଓସି । ପ୍ରକଳ୍ପର ଅଧାକୁ ଅନୁମତି ମିଳିଥିବା ବେଳେ ଅଧାପାଇଁ ରହିଛି ସର୍ତ୍ତାବଳି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଏନଏମଏର ମିଳିନାହିଁ ଶତପ୍ରତିଶତ ଏନଓସି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଏନଏମଏର ମିଳିନାହିଁ ଶତପ୍ରତିଶତ ଏନଓସି

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ନିୟନ୍ତ୍ରିତ ଅଞ୍ଚଳକୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର କରିବା ପାଇଁ ନିର୍ଦ୍ଦେଶ ଆସିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନିକ କୋଠା ଓ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଭିନ୍ନ ଭିନ୍ନ ଭାବେ ଡିପିଆର ଓ ଆବେଦନ ପତ୍ର ପଠାଇବାକୁ କୁହାଯାଇଛି । ଶ୍ରୀମନ୍ଦିର ପ୍ରଶାସନ କୋଠାନେଇ ରିଭାଇଜଡ ଏନଓସି ପାଇଁ ଆବେଦନ କରିବାକୁ ପ୍ରସ୍ତୁତ ହେଉଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ।



" ଜାତୀୟ କୀର୍ତ୍ତିରାଜୀ କର୍ତ୍ତୃପକ୍ଷ ବା ଏନଏମଏ ପକ୍ଷରୁ ମିଳିଥିବା ଏନଓସିକୁ ନେଇ ପୁଣି ଉଠିଛି ବିବାଦ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଧା କାର୍ଯ୍ୟକୁ ଅନୁମତି ମିଳିଥିବା ବେଳେ ଅଧା ପାଇଁ ରହିଛି ସର୍ତ୍ତାବଳୀ । ପୁଣି ସେଥିରୁ କିଛି ନିଷିଦ୍ଧାଞ୍ଚଳରୁ ନିୟନ୍ତ୍ରଣ ଅଞ୍ଚଳକୁ ସ୍ଥାନାନ୍ତର କରିବା ନେଇ ଦିଆଯାଇଛି ପରାମର୍ଶ । ଶ୍ରୀମନ୍ଦିର ପ୍ରକଳ୍ପକୁ ଏନଏମଏର ଏନଓସି କ୍ଲକରୁମ୍, ମିନିକ୍ଲକରୁମ, ସେଲଟର ପାଭିଲିଆନ, ମହିଳା ଓ ପୁରୁଷ ଶୌଚାଳୟ, ଇଲେକ୍ଟ୍ରୀକାଲ ରୁମ୍ , ଧାଡିଦର୍ଶନ ବ୍ୟବସ୍ଥା ପାଇଁ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ମିଳିଥିବା ବେଳେ ପଶ୍ଚିମଦ୍ୱାର ନିଷିଦ୍ଧାଞ୍ଚଳରେ ଅତିରିକ୍ତ ସେବାୟତ ଶୌଚାଳୟ ଓ କ୍ଲକରୁମ୍ ନିର୍ମାଣ ପାଇଁ ବି ଦିଆଯାଇଛି ଅନୁମତି । ତେବେ ସମସ୍ତ ନିର୍ମାଣର ଉଚ୍ଚତା ମେଘନାଦ ପାଚେରୀ ଠାରୁ କମ୍ ରହିବ ବୋଲି କଡାକଡି ଭାବେ ଏନଓସିରେ ଉଲ୍ଲେଖ କରିଛନ୍ତି ଏନଏମଏ । ଏ ସମ୍ପର୍କରେ କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସମର୍ଥ ବର୍ମା ।"



' ଶ୍ରୀଜଗନ୍ନାଥ ଅଭ୍ୟର୍ଥନାକେନ୍ଦ୍ର ପାଇଁ ଏନଏମଏ ଅନୁମତି ପ୍ରଦାନ କରିଥିଲେ ସୁଦ୍ଧା ଏହାକୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ମେଘନାଦ ପାଚେରୀ ଠାରୁ ୧୦୧.୫୦ମିଟର ଦୂରରେ ଓ ଏହାର ଉଚ୍ଚତା ୭.୫୦ମିଟର G+1 ଭିତରେ ରଖିବାକୁ କୁହାଯାଇଛି । ତାହା ସହିତ ଶ୍ରୀମନ୍ଦିର ପ୍ରଶାସନ କୋଠାକୁ ମଧ୍ୟ ସର୍ତ୍ତମୂଳକ ଏନଓସି ମିଳିଥିବା ବେଳେ ଏହାକୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ସହିତ ଉଚ୍ଚତା ୭.୫୦ ମିଟର ଭିତରେ ରଖାଯିବ । ତେବେ ୨୦୧୪ ସେପ୍ଟେମ୍ବର ୩୦ରେ ଶ୍ରୀମନ୍ଦିର ପ୍ରଶାସନର ନବକଳେବର କୋଠାର ଉଚ୍ଚତା ୧୨.୯୨ମିଟର ଓ G+2 ପାଇଁ ଏନଏମଏ ଅନୁମତି ଦେଇଥିବା ବେଳେ ବର୍ତ୍ତମାନ ଏନଓସି ବିରୁଦ୍ଧରେ ପୁଣି ଥରେ ରିଭାଇଜଡ ଏନଓସି ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଜରିଆରେ ଆବେଦନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା "।

"ତେବେ ଏନଏମଏର ଏନଓସିକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ଅଭ୍ୟର୍ଥନା କୋଠାର ସ୍ଥାନ ଚିହ୍ନଟ ଓ ସ୍ଥାନାନ୍ତର ନେଇ ଆଲୋଚନା କରାଯିବ । ସେପଟେ ନିଷିଦ୍ଧାଞ୍ଚଳରେ କ୍ଲକରୁମ୍, ଶୌଚାଳୟ, ସେଲଟର ପାଭିଲିଆନ, ଇଲେକ୍ଟ୍ରୀକାଲ ରୁମ୍ ପାଇଁ ଅନୁମତି ରହିଥିବା ବେଳେ ବିଶେଷକରି ଏମାରମଠ ଅଞ୍ଚଳରେ ଶ୍ରୀଜଗନ୍ନାଥ ଲାଇବ୍ରେରୀ ନିର୍ମାଣ, ବଡଛତା ମଠ ଓ ଛାଉଣୀ ମଠର ମରାମତି ପାଇଁ ଭିନ୍ନଭିନ୍ନ ପ୍ରସ୍ତାବ ପଠାଯିବ । ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟଧାରା ବୃଦ୍ଧି ପାଇଥିବାରୁ କାର୍ଯ୍ୟାଳୟ କୋଠାକୁ ୭.୫୦ମିଟର ନୁହେଁ ବରଂ ୧୨.୯୨ମିଟର ପାଇଁ ଅନୁମତି ଦିଆଯାଉ । କାରଣ ପୂର୍ବରୁ ଏହା ଯେଉଁ ଉଚ୍ଚତା ଥିଲା ସେତିକି ନିର୍ମାଣ ପାଇଁ ଅନୁମତି ଦିଆଯାଉ
ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର ।"

"ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏନଏମଏର ଅନୁମତି ପ୍ରଦାନ ବେଶ୍ ସ୍ୱାଗତଯୋଗ୍ୟ । ଅନୁମତିରେ ଅନେକ ସର୍ତ୍ତାବଳୀ ରହିଥିବାରୁ ସେପ୍ଟେମ୍ବର ୨୭ରେ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ । ବିଶେଷକରି ଶ୍ରୀମନ୍ଦିର କାର୍ଯ୍ୟାଳୟ ,ଏଟିଏମ୍ , ଦାନ କିଓସ୍କ, ଆଶୁ ଚିକିତ୍ସାକେନ୍ଦ୍ର, ପୁଲିସ ସେବାକେନ୍ଦ୍ର ଆଦିକୁ ନିଷିଦ୍ଧାଞ୍ଚଳରୁ ନିୟନ୍ତ୍ରିତ ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ପରାମର୍ଶ ରହିଛି । ପ୍ରଶାସନ କାର୍ଯ୍ୟାଳୟର ଉଚ୍ଚତା ଅନୁମତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର "।

ସେପ୍ଟେମ୍ବର ୩ ତାରିଖରେ ଏନଏମଏର ସଦସ୍ୟ ଏମ୍ କୈଳାସ ରାଓ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଅନୁଧ୍ୟାନ କରିବା ପରେ ସେହି ସମୀକ୍ଷା ରିପୋର୍ଟ ଆଧାରରେ ମିଳିଛି ଏନଓସି । ତେବେ ପୁଣି ଥରେ ରିଭାଇଜଡ ଏନଓସିକୁ କିଭଳି ମିଳିବ ଏନଏମଏର ଅନୁମତି ତାହାକୁ ନେଇ ଚାଲିଛି ଚର୍ଚ୍ଚା।
Published by:Soubhagya Mishra
First published: