ଶ୍ରୀମନ୍ଦିରରେ ପାଳିତ ହେଲା ଶ୍ରୀଜୀଉଙ୍କର ଦାବାଗ୍ନି ପ୍ରସ୍ତାବ ନୀତି

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରୁ ଶ୍ରୀମନ୍ଦିରରେ ଚାଲି ଆସୁଅଛି ଶ୍ରୀକୃଷ୍ଣଲୀଳା । ରବିବାର ସନ୍ଧ୍ୟାଧୂପ ପରେ ନାଟ ମଣ୍ଡପରେ ଖଟଶେଜ ପଡି ମହାଜନ ସେବକଙ୍କ ଦ୍ଵାର ରାମକୃଷ୍ଣ ଓ ମଦନମୋହନ ଦକ୍ଷୀଣ ଘରୁ ରତ୍ନ୍ ସିଂହାସନଙ୍କୁ ବିଜେ କରିବା ସହିତ ସେଠାରୁ ଆଜ୍ଞା ମାଳ ପାଇ ନାଟମଣ୍ଡପକୁ ବିଜେ କରନ୍ତି ।

ଶ୍ରୀମନ୍ଦିରରେ ପାଳିତ ହେଲା ଶ୍ରୀଜୀଉଙ୍କର ଦାବାଗ୍ନି ପ୍ରସ୍ତାବ ନୀତି

ଶ୍ରୀମନ୍ଦିରରେ ପାଳିତ ହେଲା ଶ୍ରୀଜୀଉଙ୍କର ଦାବାଗ୍ନି ପ୍ରସ୍ତାବ ନୀତି

  • Share this:
News 18 Odia Digital

ପୁରୀ; ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରୁ ଶ୍ରୀମନ୍ଦିରରେ ଚାଲି ଆସୁଅଛି ଶ୍ରୀକୃଷ୍ଣଲୀଳା । ରବିବାର ସନ୍ଧ୍ୟାଧୂପ ପରେ ନାଟ ମଣ୍ଡପରେ ଖଟଶେଜ ପଡି ମହାଜନ ସେବକଙ୍କ ଦ୍ଵାର ରାମକୃଷ୍ଣ ଓ ମଦନମୋହନ ଦକ୍ଷୀଣ ଘରୁ ରତ୍ନ୍ ସିଂହାସନଙ୍କୁ ବିଜେ କରିବା ସହିତ ସେଠାରୁ ଆଜ୍ଞା ମାଳ ପାଇ ନାଟମଣ୍ଡପକୁ ବିଜେ କରନ୍ତି । ସେଠାରେ ଦୀପ ଧୂପ ନୈବେଦ୍ୟ ହେବା ସହିତ ମାଟି ମଣ୍ଡପ ସାହି ଉତ୍ତର କାଲି ଆଖଡାରୁ ଦାବାଗ୍ନି ରାକ୍ଷସ ନୀତି ପ୍ରସ୍ତାବ ରହିଥାଏ ।



ରାକ୍ଷସ ରବିନ୍ଦ୍ର ଓ ଶ୍ରୀକୃଷ୍ଣଙ୍କ ବେଶରେ ସୌରଭ ମହାପାତ୍ର ଓ ବଳରାମ ବେଶରେ ବସୁଦେବ ପାଢି ବେଶ ହୋଇ ନାଟ ମଣ୍ଡପ ରେ ଅପକ୍ଷୋରେ ରହିଥାନ୍ତି । ପ୍ରଭୁଙ୍କ ଆଜ୍ଞାମାଳ ପାଇ ଦାବାଗ୍ନି ରାକ୍ଷସ କୃଷ୍ନ ବଲରାମଙ୍କ ସହିତ ଯୁଦ୍ଧ କରିବା ପ୍ରସ୍ତାବ ନୀତି ପାଲିତ୍ ହୁଏ ଓ ଶେଷରେ ଯୁଦ୍ଧରେ ଦାବାଗ୍ନି ରାକ୍ଷସ ପରାସ୍ତ ହୋଇଥାଏ । ମନ୍ଦିର ପକ୍ଷରୁ ମାଟି ମଣ୍ଡପ ସାହି ଆଖଡାକୁ ପ୍ରଭୁଙ୍କର ଶ୍ରୀମହାପ୍ରସାଦ ଟାକୁଆ କ୍ଷୀରି ଓ ରେଖା ସୁନ୍ଦରୀ ପ୍ରାପ୍ତି ହୋଇଥାଏ ।
Published by:Soubhagya Mishra
First published: