ଶ୍ରୀ ମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ; ତଦନ୍ତ କରୁଛି ମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । କଡ଼ା କଟକଣା, ଯାଞ୍ଚ ସତ୍ତ୍ୱେ ଜଣେ ବ୍ଯକ୍ତି କିପରି ଫଟୋ ଓ ଭିଡ଼ିଓ ସୁଟ୍ କରିପାରିଲା ତାହା ତଦନ୍ତ କରୁଛି ପ୍ରଶାସନ ।

ଶ୍ରୀ ମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ

ଶ୍ରୀ ମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଫେସବୁକରେ ଏହି ଫଟୋ ସେୟାର କରିଛନ୍ତି। ଫଟୋ ସହିତ ଦର୍ଶନ ପାଇଁ ଯାଉଥିବା ବେଳର ଭିଡିଓ ନିଜ ଫେସବୁକରେ ଅପଲୋଡ କରିଛନ୍ତି ଆକାଶ।

ଏହି ପୋଷ୍ଟରେ ବଙ୍ଗଳା ଭାଷାରେ ଲେଖାଯାଇଛି । ତେଣୁ ଆକାଶ ପଶ୍ଚିମବଙ୍ଗ ନିବାସୀ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ଏହି ଭିଡ଼ିଓ ଗୁପ୍ତ କ୍ୟାମେରା କିମ୍ବା ମୋବାଇଲରେ ଭିଡିଓ ସୁଟିଂ କରାଯାଇଥିବା ଦେଖାଯାଉଛି।

ପୂର୍ବରୁ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଭାଇରାଲ ହୋଇଥିଲା। ତେବେ ଗର୍ଭଗୃହ ମଧ୍ୟରେ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଅପଲୋଡ ହେବା ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏନେଇ ତଦନ୍ତ ଆରମ୍ଭ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପ୍ରଶାସନ। କଡା କଟକଣା, ସିସିଟିଭି କ୍ୟାମେରା ଓ ଯାଞ୍ଚ ପରେ ବି କିପରି ଜଣେ ଫଟୋ ଉଠାଇଲା, ଭିଡିଓ ସୁଟିଂ କରିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Published by:Soumya Das
First published: