ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା

ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା ଚଳିତ ମାସ ୨୩ ଓ ୨୪ ତାରିଖରେ ଅନୁଷ୍ଠିତ ହେବ।

ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା

ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୁଦ୍ର ନିଯୁକ୍ତି ମେଳା

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ମେଳା ୨୩ ତାରିଖରେ ପୁରୀ ସରକାରୀ ଆଇଟିଆଇ ପରିସରରେ ଓ ୨୪ ତାରିଖରେ ପିପିଲି କଲେଜ ଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।

"ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରତିଷ୍ଠିତ ୨୨ଟି ବେସରକାରୀ ସଂସ୍ଥାର ନିଯୁକ୍ତି ଦାତାମାନେ ଯୋଗ ଦାନ କରି ଆଶାୟୀ କୁଶଳୀ ଓ ଅଣକୁଶଳୀ ପ୍ରାର୍ଥୀ ମାନଙ୍କୁ ଚୟନ କରିବେ । ଏତଦ ବ୍ୟତୀତ ଓଡ଼ିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥାମାନେ ମଧ୍ୟ ଯୋଗ ଦେବେ । ଏହି ସଂସ୍ଥାମାନେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବେ । ନିଯୁକ୍ତି ମେଳାରେ ନିଯୁକ୍ତି ଆଶାୟୀ ପଞ୍ଚମ ଶ୍ରେଣୀ ପାସଠାରୁ ସ୍ନାତକ ପାସ ପର୍ଯ୍ୟନ୍ତ ଏବଂ ଆଇଟିଆଇ, ଡିପ୍ଲୋମା ପାସ ଆଶାୟୀ ପ୍ରାର୍ଥୀ, ପ୍ରାର୍ଥିନୀମାନେ ଯୋଗଦେବେ । ଯେଉଁ ମାନଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ସେମାନେ ଅଂଶଗ୍ରହଣ କରି ଏହାର ସୁଯୋଗ ନେବାପାଇଁ ଜିଲ୍ଲା ନିୟୋଜନ ଅଧିକାରୀ ବେହେରା ସୂଚନା ଦେଇଛନ୍ତି।

ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, କନିଷ୍ଠ ନିୟୋଜନ ଅଧିକାରୀ ପ୍ରଭାତ କୁମାର ବସ୍ତିଆ ଓ ଜିଲ୍ଲା ନିୟୋଜନ ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିଲେ।
Published by:Soubhagya Mishra
First published: