ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକରେ ପୁଣି ଆରମ୍ଭ ହେଲା ଖାଦ୍ୟ ସାମଗ୍ରୀ ଯାଞ୍ଚ ଅଭିଯାନ; ୧୫ଟି ଦୋକାନର ସାମଗ୍ରୀ ନଷ୍ଟ କରାଗଲା

କଟକରେ ପୁଣି ଆରମ୍ଭ ହେଲା ଖାଦ୍ୟ ସାମଗ୍ରୀ ଯାଞ୍ଚ ଅଭିଯାନ; ୧୫ଟି ଦୋକାନର ସାମଗ୍ରୀ ନଷ୍ଟ କରାଗଲା

Shops selling food in Cuttack raided low quality food destroyed | ଚଢ଼ାଉ ସମୟରେ ନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ନିମ୍ନ ମାନର ରନ୍ଧା ଖାଦ୍ୟ ସହିତ ମ୍ୟାନୁଫାକ୍ଚରିଂ କମ୍ପାନୀର ନାଁ ଓ ଏକ୍ସପାଏରୀ ତାରିଖ ଉଲ୍ଲେଖ ନ ଥିବା ପ୍ୟାକେଟ୍ ଖାଦ୍ୟକୁ ବି ଜବତ କରିଥିଲା ।

କଟକରେ ପୁଣି ଆରମ୍ଭ ହେଲା ଖାଦ୍ୟ ସାମଗ୍ରୀ ଯାଞ୍ଚ ଅଭିଯାନ; ୧୫ଟି ଦୋକାନର ସାମଗ୍ରୀ ନଷ୍ଟ କରାଗଲା
୧୫ଟି ଖାଦ୍ୟ ସାମଗ୍ରୀ ଦୋକାନ ବା ହୋଟେଲରେ ରେଡ୍ କରିଥିଲେ ଅଧିକାରୀମାନେ ।
  • News18 Odia
  • Last Updated: October 22, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ସହରରେ ଖୋଲା ମେଲାରେ ଖାଦ୍ୟ ପଦାର୍ଥ ବିକ୍ରିବଟା ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ସି.ଏମ୍‌.ସି.ର ସ୍ବାସ୍ଥ୍ୟ ବିଭାଗ । ଏହି କ୍ରମରେ ମେଡିକାଲ୍‌ ରୋଡ଼ରେ ଥିବା ବିଭିନ୍ନ ହୋଟେଲ ଓ ରାସ୍ତା କଡ଼ରେ ରନ୍ଧା ଖାଦ୍ୟ ବିକ୍ରି କରୁଥିବା ଦୋକାନଗୁଡ଼ିକ ଉପରେ ଶୁକ୍ରବାର ଦିନ ଚଢ଼ାଉ କରିଥିଲା ସି.ଏମ୍‌.ସି.ର ସ୍ବାସ୍ଥ୍ୟ ବିଭାଗ ।

ଏହି ଚଢ଼ାଉ ସମୟରେ ସେହି ଦୋକାନଗୁଡ଼ିକରେ ଅନେକ ଅନିୟମତିତା ସାମନାକୁ ଆସିଥିଲା । ଆଖିକୁ ସୁନ୍ଦର ଦେଖାଯାଉଥିବା ଖାଦ୍ୟ ସାମଗ୍ରୀଗୁଡ଼ିକ ନିମ୍ନ ମାନର ହୋଇଥିବା ଓ ବାସି ଖାଦ୍ୟ ସହ ସେଗୁଡ଼ିକୁ ଖୋଲାରେ ରଖାଯାଇଥିବା ଦେଖିବାକୁ ମିଳିଥିଲା । ସେଠାରେ ଥିବା ୧୫ଟି ଖାଦ୍ୟ ସାମଗ୍ରୀ ଦୋକାନ ବା ହୋଟେଲରେ ପ୍ରସ୍ତୁତ ହୋଇଥିବା ସାମଗ୍ରୀଗୁଡ଼ିକୁ ଜବତ କରିବା ସହ ସେଗୁଡ଼ିକୁ ନଷ୍ଟ କରି ଦେଇଥିଲେ ବିଭାଗର ଅଧିକାରୀମାନେ । କେବଳ ରନ୍ଧା ଖାଦ୍ୟ ନୁହେଁ, ବରଂ ମ୍ୟାନୁଫାକ୍ଚରିଂ କମ୍ପାନୀର ନାଁ ଓ ଏକ୍ସପାଏରୀ ତାରିଖ ଉଲ୍ଲେଖ ନ ଥିବା ପ୍ୟାକେଟ୍ ଖାଦ୍ୟକୁ ବି ଜବତ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | କୃଷକଙ୍କ ଉପରେ କାର୍ ଚଢ଼ାଇବା ମାମଲା: ମନ୍ତ୍ରୀଙ୍କ ପୁଅ କହିଥିଲେ, ‘ଚାଲ୍, ତାଙ୍କୁ ମଜା ଚଖେଇବା

‘‘ଏହି ସ୍ଥାନରେ ଗ୍ରାହକମାନଙ୍କୁ ବାସି ଖାଦ୍ୟ ପରିବେଷଣ କରାଯାଉଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଥିଲା । ଏହି ଦୋକାନଗୁଡ଼ିକ ଯାଞ୍ଚ କରିବା ସମୟରେ ବିପୁଳ ପରିମାଣର ବାସି ଖାଦ୍ୟ ଜବତ ହୋଇଛି । ଅତି ଖରାପ ମାନର ତେଲକୁ ବ୍ୟବହାର କରି ଏମାନେ ଖାଇବା ପ୍ରସ୍ତୁତ କରୁଥିଲେ । ସେ ସବୁ ଖାଦ୍ୟ ଶରୀର ପାଇଁ ବହୁତ ହାନିକାରକ,’’ କହିଛନ୍ତି ସି.ଏମ୍‌.ସି.ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ।

ସବୁ ନିମ୍ନ ମାନର ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଇଥିଲା ।


ଏହା ବି ପଢ଼ନ୍ତୁ | PM ମୋଦିଙ୍କ ପରାମର୍ଶଦାତା ହେଲେବକବାସ୍-ନାହିଁଖ୍ୟାତିର IAS ଅଫିସର୍; ଚାରା ଘୋଟାଲା ଘାଣ୍ଟିଥିଲେ

କଟକ ସହରରେ ଛତୁ ଫୁଟିଲା ଭଳି ଖାଦ୍ୟ ସାମଗ୍ରୀ ଦୋକାନଗୁଡ଼ିକ ଖୋଲିଛି । ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଦୋକାନ ବିନା ଲାଇସେନ୍ସରେ ଚାଲିଥିବା ବେଳେ ଅନେକ ସ୍ଥାନରେ ଅପମିଶ୍ରିତ ସାମଗ୍ରୀ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରିବା, ବାସି ଖାଦ୍ୟ ପରିବେଷଣ କରିବା, ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ରାନ୍ଧିବା ଓ ବିକ୍ରି କରିବା ଇଦ୍ୟାଦି ଅଭିଯୋଗ ଅନେକ ସମୟରେ ଆସିଥାଏ । ତେବେ ମେଡିକାଲ ରୋଡ଼ରେ ଥିବା ଦୋକାନୀମାନେ ସେମାନେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରୁଥିବା ବେଳେ ଗ୍ରାହକମାନେ ଭିନ୍ନ କଥା କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୌତୁକ ପାଇଁ ପତ୍ନୀକୁ କୋବ୍ରା ସାପ କାମୁଡ଼ାଇ ମାରିଥିଲା, କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲା

‘‘ବିଲକୁଲ୍‌ ମିଛ କଥା, ଆଜ୍ଞା । ଏହି ଖାଇବାକୁ ଆମେ ନିଜେ ଖାଉଛୁ । ଜାଣି ଶୁଣିକି ଲୋକଙ୍କୁ ଖରାପ ଖାଦ୍ୟ ମୁ୍ଁ କେମିତି ଦେବି? ହଁ, ଖାଇବାକୁ ଘୋଡ଼ାଇ ରଖି ନ ଥିଲି । ସେଇଟା ମୋ’ର ଭୁଲ । ମୋ’ ଦୋକାନରେ ୨୦ ହଜାର ଟଙ୍କାର ଖାଇବା ଜିନିଷ ନଷ୍ଟ କରିଦେଲେ,’’ କହିଛନ୍ତି ମେଡିକାଲ୍‌ ରୋଡ଼ରେ ଦେକାନ କରିଥିବା ବ୍ୟବସାୟୀ ରାଜୀବ ବେହେରା ।

ଏହା ବି ପଢ଼ନ୍ତୁ | PM Kisan: ଚାଷୀଙ୍କ ପାଇଁ ଜରୁରୀ ଖବରଏହି ସବୁ ଡକ୍ୟୁମେଣ୍ଟ୍ ବିନା ମିଳିବ ନାହିଁ ,୦୦୦ ଟଙ୍କା

ବଲାଙ୍ଗୀରୁ ଏସ୍‌.ସି.ବି. ହସପିଟାଲକୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ବିକ୍ରମ କହିଛନ୍ତି, ‘‘ମୁଁ ଏହି ଦୋକାନଗୁଡ଼ିକରେ ଅନେକ ଥର ଖାଇଛି । ବେଳେବେଳେ ଲାଗେ ଯେ ବାସି ଜିନିଷ ଦିଆଯାଉଛି । କିନ୍ତୁ କିଛି ଉପାୟ ନ ଥିବାରୁ ଖାଇଦିଏ । ଯଦି ଏହି ଭଳି ରେଡ ଆଗକୁ ଜାରି ରହେ ତାହେଲେ ଲୋକେ ଆଉ ଠକାମିର ଶିକାର ହେବେ ନାହିଁ ।’’

ଏହା ବି ପଢ଼ନ୍ତୁ | ଶ୍ରୀନଗରରେ ସ୍କୁଲରେ ପହଞ୍ଚିଲେ ଆତଙ୍କବାଦୀ, ଦୁଇ ଜଣ ଶିକ୍ଷକଙ୍କୁ ଗୁଳି ମାରି ହତ୍ୟା କଲେ

କଟକରେ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ଓ ବିକ୍ରି ବଟା ନେଇ ଅଭିଯୋଗ ଆସିବା ପରେ କମିଶନରେଟ୍‌ ପୋଲିସ ଓ ସି.ଏମ୍‌.ସି.ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ଯାଞ୍ଚ କରାଯାଉଛି । ଏହି କ୍ରମରେ ଗତ ଦେଢ ବର୍ଷ ୨୩ଟି ମାମଲାରେ ପୋଲିସ ୨୭ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଏକ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜବତ ସାମଗ୍ରୀକୁ ନଷ୍ଟ ମଧ୍ୟ କରିଛି ।
Published by: Anand S.T. Das
First published: October 22, 2021, 11:59 PM IST