ସପିଙ୍ଗ୍ ଆପ୍ Myntraର ଲୋଗୋ ‘‘ମହିଳାମାନଙ୍କ ପାଇଁ ଆପତ୍ତିଜନକ’’; କମ୍ପାନୀ ତାକୁ ବଦଳାଇବ

ମିନ୍ତ୍ରା କମ୍ପାନୀର ଲୋଗୋ ‘‘ମହିଳାମାନଙ୍କ ପାଇଁ ଆପତ୍ତିଜନକ’’ ବୋଲି କହି ଏକ ଅଭିଯୋଗ ମୁମ୍ବାଇ ପୋଲିସର ସାଇବର୍ ସେଲରେ ଦିଆଯାଇଥିଲା । ପୋଲିସ ସହ ଆଲୋଚନା ପରେ ମିନ୍ତ୍ରା କମ୍ପାନୀ କର୍ତ୍ତୃପକ୍ଷ ଲୋଗୋ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ସପିଙ୍ଗ୍ ଆପ୍ Myntraର ଲୋଗୋ ‘‘ମହିଳାମାନଙ୍କ ପାଇଁ ଆପତ୍ତିଜନକ’’; କମ୍ପାନୀ ତାକୁ ବଦଳାଇବ
ମିନ୍ତ୍ରାର ଲୋଗୋ
  • News18 Odia
  • Last Updated: January 30, 2021, 5:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଅନଲାଇନ୍ ସପିଙ୍ଗ୍‌ ୱେବସାଇଟ୍‌ ମିନ୍ତ୍ରା (Myntra) ନିଜ ଲୋଗୋ ବଦଳାଇବାକୁ ଯାଉଛି । କମ୍ପାନୀର ଲୋଗୋକୁ ‘‘ମହିଳାମାନଙ୍କ ପ୍ରତି ଆପତ୍ତିଜନକ’’ (objectionable for women) ବୋଲି ଅଭିଯୋଗ ହୋଇଥିଲା । ଗତ ବର୍ଷ ଡିସେମ୍ବରରେ ନାଜ୍‌ ପଟେଲ ନାମକ ମହିଳା ଏନ୍‌.ଜି.ଓ. ଆବେସ୍ତା ଫାଉଣ୍ଡେସନ ପକ୍ଷରୁ ଏହି ଅଭିଯୋଗ ଦାଖଲ କରିଥିଲେ ।

ଅଭିଯୋଗରେ ନାଜ୍‌ ପଟେଲ ମିନ୍ତ୍ରାର ଲୋଗୋ (Myntra logo) ବଦଳାଇବାକୁ ଦାବି କରିଥିଲେ ଓ ଯଦି କମ୍ପାନୀ ଲୋଗୋରେ ଆବଶ୍ୟକ ପରିବର୍ତ୍ତନ ନ କରେ ତେବେ କମ୍ପାନୀ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।

ଏହା ବି ପଢ଼ନ୍ତୁ | ଯୁକ୍ତ୨ର ନୂଆ ପ୍ରଶ୍ନ ପତ୍ର ଢାଞ୍ଚା ଉପରେ ଉଠିଲା ପ୍ରଶ୍ନ; ଶିକ୍ଷକ ସଙ୍ଘ ଶିକ୍ଷାବିତମାନେ ବିରୋଧ କଲେ

ମିନ୍ତ୍ରାର ଲୋଗୋ ମହିଳାମାନଙ୍କ ପାଇଁ ଆପତ୍ତିଜନକ ବୋଲି କୁହାଯାଇଥିବା ସେହି ଅଭିଯୋଗ ମୁମ୍ବାଇ ପୋଲିସର ସାଇବର୍‌ ଶାଖାରେ ଦିଆଯାଇଥିଲା । ଏବେ ଖବର ଆସିଛି ଯେ ମିନ୍ତ୍ରା କମ୍ପାନୀ କର୍ତ୍ତୃପକ୍ଷ ଲୋଗୋ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି (Myntra to change logo)।

ମୁମ୍ବାଇ ପୋଲିସର ସାଇବର କ୍ରାଇମ ବିଭାଗରେ ଆନୁଷ୍ଠାନିକ ଭାବେ ଅଭିଯୋଗ ଦାଖଲ କରିବା ପୂର୍ବରୁ ନାଜ୍‌ ପଟେଲ ବିଭିନ୍ନ ପ୍ଲାଟଫର୍ମ ତଥା ସୋସିଆଲ ମିଡିଆରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ସରକାରୀ ଅର୍ଥ ହଡ଼ପ କରିଛନ୍ତି: ବିଜେପି

‘‘ଆମେ ଜାଣିବାକୁ ପାଇଲୁ ମିନ୍ତ୍ରା କମ୍ପାନୀର ଲୋଗୋ ମହିଳାଙ୍କ ପାଇଁ ଆପତ୍ତିଜନକ ପ୍ରକୃତିର । ଅଭିଯୋଗ ମିଳିବା ପରେ ଆମେ କମ୍ପାନୀକୁ ଏକ ଇମେଲ୍ ପଠାଇଥିଲୁ ଓ ସେମାନଙ୍କ ଅଧିକାରୀମାନେ ଆମକୁ ଆଲୋଚନା ପାଇଁ ଭେଟିଥିଲେ । ଅଧିକାରୀମାନେ କହିଛନ୍ତି ଯେ ସେମାନେ ମାସକ ମଧ୍ୟରେ ଲୋଗୋ ବଦଳାଇବେ,’’ କହିଛନ୍ତି ମୁମ୍ବାଇ ସାଇବର କ୍ରାଇମ ବିଭାଗରେ କାର୍ଯ୍ୟରତ ଡି.ସି.ପି. ରଶ୍ମୀ କରାଣ୍ଡିକର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଆଦିବାସୀଙ୍କ ଜୀବନ କଳା ବିଷୟରେ ଜାଣିବାକୁ ଚାହାଁନ୍ତି? ଭୁବନେଶ୍ବରରେ ଚାଲିଥିବା ମେଳାକୁ ଆସନ୍ତୁ

ଏବେ ମିନ୍ତ୍ରା କେବଳ ନିଜ ୱେବସାଇଟ୍ ଓ ଆପରେ ଥିବା ଲୋଗୋ ବଦଳାଇବ ତାହା ନୁହେଁ, ବରଂ ସେମାନେ ନିଜ ପ୍ୟାକେଜିଂ ସାମଗ୍ରୀ ଉପରେ ମଧ୍ୟ ଏହି ନୂଆ ଲୋଗୋକୁ ବ୍ୟବହାର କରିବେ । କମ୍ପାନୀ ନିଜ ନୂଆ ଲୋଗୋ ସହିତ ପ୍ୟାକେଜିଂ ସାମଗ୍ରୀ ପାଇଁ ପ୍ରିଣ୍ଟିଂ ଅର୍ଡର ଜାରି କରିଥିବା ଜଣାଯାଇଛି । କମ୍ପାନୀର ନୂଆ ଲୋଗୋ ଏ ପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଗଞ୍ଜାମରେ ମଦ୍ୟପ ପୁଅ ହାତୁଡ଼ିରେ ପିଟି ପିଟି ନିଜ ମାକୁ ହତ୍ୟା କଲା; ଗିରଫ ହେଲା

ହେଲେ ଅନେକ ଲୋକ ଏ ପର୍ଯ୍ୟନ୍ତ ମିନ୍ତ୍ରାର ଲୋଗୋରେ କୌଣସି ଅଡ଼ୁଆ ଦେଖିପାରି ନ ଥିଲେ ବୋଲି କହିଛନ୍ତି । ଅନେକ ମହିଳା ମଧ୍ୟ କମ୍ପାନୀର ଲୋଗୋରେ କୌଣସି ଅସ୍ୱାଭାବିକତା ବା ଆପତ୍ତିଜନକ କଥା ଦେଖି ପାରି ନ ଥିବା କହିଛନ୍ତି । ‘‘ମୁଁ ତ ମିନ୍ତ୍ରାର ନିଷ୍ପତ୍ତି ବିଷୟରେ ଜାଣିବା ପରେ ହିଁ କମ୍ପାନୀର ଲୋଗୋରେ ଏମିତି କିଛି କଥା ଥାଇପାରେ ବୋଲି ଜାଣିଲି,’’ କହିଛନ୍ତି ଭୁବନେଶ୍ୱର ବାସିନ୍ଦା ଶିକ୍ଷୟତ୍ରୀ ବନ୍ଦନା କୁମାରୀ, ଯିଏ ମିନ୍ତ୍ରାରୁ ଡ୍ରେସ୍‌ କିଣିବା ପସନ୍ଦ କରନ୍ତି ।



ଏମିତି ଅଭିଯୋଗ ଆସିବା ପରେ କମ୍ପାନୀ ନିଜ ଲୋଗୋ ବଦଳାଇବାକୁ କରିଥିବା ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଛନ୍ତି ।
Published by: Anand Shankar Thankur Das
First published: January 30, 2021, 5:50 PM IST