ସାଧାରଣ ଲୋକଙ୍କୁ ଝଟକା! ସୋରିଷ ତେଲ, ରିଫାଇନ, ଚା', ଲୁଣ, କ୍ଷୀର ସହିତ ଏହି ଜିନିଷଗୁଡ଼ିକର ଦାମ୍ ବୃଦ୍ଧି ହେଲା

ବଢୁଥିବା ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ କମର ଭାଙ୍ଗି ଦେଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ବଜେଟ୍ ଖରାପ ହେଉଛି । ଚାଉଳ, ମସୁର ଡାଲି, ମଇଦା, ସୋରିଷ ତେଲ, ଖାଇବା ତେଲ ମୂଲ୍ୟ ସହ ଚା ଓ ଲୁଣ ଦାମରେ ଗୋଟିଏ ବର୍ଷରେ ଏତେ ବୃଦ୍ଧି ପାଇଛି ଯେ ରୋଷେଇ ଘରର ବଜେଟ୍ ଖରାପ ହୋଇଯାଇଛି ।

ସାଧାରଣ ଲୋକଙ୍କୁ ଝଟକା! ସୋରିଷ ତେଲ, ରିଫାଇନ, ଚା', ଲୁଣ, କ୍ଷୀର ସହିତ ଏହି ଜିନିଷଗୁଡ଼ିକର ଦାମ୍ ବୃଦ୍ଧି ହେଲା
ସାଧାରଣ ଲୋକଙ୍କୁ ଝଟକା!
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବଢୁଥିବା ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ କମର ଭାଙ୍ଗି ଦେଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ବଜେଟ୍ ଖରାପ ହେଉଛି । ଚାଉଳ, ମସୁର ଡାଲି, ମଇଦା, ସୋରିଷ ତେଲ, ଖାଇବା ତେଲ ମୂଲ୍ୟ ସହ ଚା ଓ ଲୁଣ ଦାମରେ ଗୋଟିଏ ବର୍ଷରେ ଏତେ ବୃଦ୍ଧି ପାଇଛି ଯେ ରୋଷେଇ ଘରର ବଜେଟ୍ ଖରାପ ହୋଇଯାଇଛି । ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୧ ଏପ୍ରିଲ ୨୦୨୦a ତୁଳନାରେ ଖାଇବା ତେଲର ମୂଲ୍ୟ ୪୭ ପ୍ରତିଶତ, ଡାଲି ଦାମ ୧୭ ପ୍ରତିଶତ ଓ ଖୋଲା ଚା’ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏଥି ସହିତ ଚାଉଳର ଦର ୧୪.୬୫ ପ୍ରତିଶତ, ଗହମ ମଇଦା ୩.୨୬ ପ୍ରତିଶତ ବୃଦ୍ଧି ପାଇଛି । ଯଦିଓ ଚିନି ଶସ୍ତା ହୋଇଛି ।

ଜାଣନ୍ତୁ ଖାଇବା ତେଲର ଦାମ୍ କେତେ ବୃଦ୍ଧି ପାଇଛି?
ରିପୋର୍ଟ ଅନୁଯାୟୀ ଗତ ଏକ ବର୍ଷ ମଧ୍ୟରେ ଖାଇବା ତେଲର ଦର ବହୁତ ବୃଦ୍ଧି ପାଇଛି । ପ୍ୟାକ୍ ପାମ ଅଏଲ ୮୭ ରୁ ୧୨୧ ଟଙ୍କା, ସୂର୍ଯ୍ୟମୁଖୀ ତେଲ ୧୦୬ ଟଙ୍କାରୁ ୧୫୭ ଟଙ୍କା, ବନସ୍ପତି ତେଲ 88 ଟଙ୍କାରୁ ୧୨୧ ଟଙ୍କା ଓ ସୋରିଷ ତେଲ (ପ୍ୟାକ) ଲିଟର ପିଛା ୧୧୭ ଟଙ୍କାରୁ ୧୫୧ ଟଙ୍କାକୁ ବୃଦ୍ଧି ପାଇଛି । ସମାନ ସମୟରେ ବାଦାମ ୧୩୯ ରୁ ୧୬୫ଟଙ୍କା ଓ ସୋୟା ତେଲ ୯୯ ଟଙ୍କାରୁ ୧୩୩ ଟଙ୍କାରେ ପର୍ଯ୍ୟନ୍ତ ପହଞ୍ଚିଛି ।

ଜାଣନ୍ତୁ ଚା' ଓ କ୍ଷୀରର ସର୍ବଶେଷ ଦର
ଖାଇବା ତେଲ ବ୍ୟତୀତ ଚା ଓ କ୍ଷୀରର ଦର ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ବର୍ଷରେ ଖୋଲା ଚା' ପ୍ରତି କିଲୋଗ୍ରାମ ୨୧୭ ଟଙ୍କାରୁ ୨୮୧ ଟଙ୍କାରେ ପହଞ୍ଚିଛି । ଚା' ଦରରେ ମୋଟ ୨୯ ପ୍ରତିଶତ ବୃଦ୍ଧି ଘଟିଛି । ଏହି ବର୍ଷରେ ଲୁଣର ଦର ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଛି । ଏଥି ସହିତ କ୍ଷୀର ମଧ୍ୟ ୭ ପ୍ରତିଶତ ମହଙ୍ଗା ହୋଇଛି । ଗ୍ରାହକ ମନ୍ତ୍ରଣାଳୟରେ ଦିଆଯାଇଥିବା ଏହି ଆକଳନଗୁଡିକ ଦେଶର ୧୩୫ କ୍ଷୁଦ୍ର କେନ୍ଦ୍ର ମଧ୍ୟରୁ ୧୧୧ ଟି କେନ୍ଦ୍ରରୁ ସଂଗ୍ରହ କରାଯାଇଛି ।

ଜାଣନ୍ତୁ କେତେ ମହଙ୍ଗା ହୋଇଛି ଡାଲି?
ସର୍ବଶେଷ ତଥ୍ୟ ଅନୁଯାୟୀ ଡାଲି ଦର ହାରାହାରି ୯୧ ଟଙ୍କାରୁ ୧୦୬ ଟଙ୍କା ହୋଇଛି । ମସୁର ଡାଲି କିଲୋଗ୍ରାମ ପିଛା ୬୮ ଟଙ୍କାରୁ ୮୦ ଟଙ୍କାରେ ପର୍ଯ୍ୟନ୍ତ ପହଞ୍ଚି ଥିବା ବେଳେ ମୁଗ ଡାଲ ମଧ୍ୟ ପ୍ରତି କିଲୋଗ୍ରାମ ୧୦୩ ଟଙ୍କାରୁ ୧୦୫ ଟଙ୍କାରେ ପହଞ୍ଚିଛି ।
Published by: Jagdish Barik
First published: April 3, 2021, 3:10 PM IST