୭୨୦ରୁ ୭୨୦! ଓଡ଼ିଶାର ସୋଏବ୍ ଆଫତାବ୍ NEETରେ ସାରା ଦେଶରେ ଟପ୍ପର୍ ହେଲେ

NEET ଏଣ୍ଟ୍ରାନ୍ସର ପୂରା ମାର୍କ ୭୨୦ରୁ ୭୨୦ ମାର୍କ ରଖି ରାଉରକେଲାର ୧୮ ବର୍ଷୀୟ ସୋଏବ ଆଫତାବ ଶତ ପ୍ରତିଶତ ସଫଳତା ପାଇଛନ୍ତି ଓ ଦେଶରେ ଟପ୍ପର ହୋଇଛନ୍ତି । ତାଙ୍କର ଏହି ସଫଳତା NEET ଇତିହାସରେ ନୂଆ ରେକର୍ଡ଼ ସ୍ଥାପନ କରିଛି ।

୭୨୦ରୁ ୭୨୦! ଓଡ଼ିଶାର ସୋଏବ୍ ଆଫତାବ୍ NEETରେ ସାରା ଦେଶରେ ଟପ୍ପର୍ ହେଲେ
ନିଜ ବାପା, ମାଆ ଓ ସାନ ଭଉଣୀଙ୍କ ସହ ସୋଏବ୍ ଆଫତାବ୍
  • News18 Odia
  • Last Updated: October 16, 2020, 9:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଏଥର NEET ପରୀକ୍ଷାରେ ଜଣେ ଓଡ଼ିଆ ପୁଅ ରାଜ୍ୟ ପାଇଁ ବଡ଼ ଗୌରବ ଆଣିଛନ୍ତି । ରାଉରକେଲାର ୧୮ ବର୍ଷୀୟ ସୋଏବ୍‌ ଆଫତାବ୍‌ NEET ମୋଡିକାଲ୍‌ ଏଣ୍ଟ୍ରାନ୍ସରେ ସର୍ବଭାରତୀୟ ଟପ୍ପର ହୋଇ ଇତହାସ ରଚିଛନ୍ତି ।

NEET ଏଣ୍ଟ୍ରାନ୍ସର ପୂରା ମାର୍କ ୭୨୦ରୁ ୭୨୦ ନମ୍ବର ରଖି ଓଡ଼ିଶାର ସୋଏବ ଆଫତାବ ଶତ ପ୍ରତିଶତ ସଫଳତା ପାଇଛନ୍ତି ଓ ଟପ୍ପର ହୋଇଛନ୍ତି । ଏହି ସଫଳତା NEET ଇତିହାସରେ ଏକ ନୂଆ ରେକର୍ଡ଼ ସ୍ଥାପନ କରିଛି ।

ରାଉରକେଲାର ଏହି ୧୮ ବର୍ଷୀୟ ବାଳକ ରାଜସ୍ଥାନର କୋଟାରେ ରହି NEET ଏଣ୍ଟ୍ରାନ୍ସ ପାଇଁ କୋଚିଂ ନେଉଥିଲେ ଓ ପ୍ରସ୍ତୁତ ହେଉଥିଲେ । ଡାକ୍ତର ହେବା ପାଇଁ ଇଚ୍ଛା କରି ସେ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା NEET ଦେଇଥିଲେ । ଜାତୀୟ ପରୀକ୍ଷା ସଂସ୍ଥା (NTA) ପକ୍ଷରୁ ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ntaneet.nic.in ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏବେ ସୋଏବ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି ।

ଦେଖନ୍ତୁ ସୋଏବ ଆଫତାବଙ୍କ ସାକ୍ଷାତକାର:



ଚଳିତ ବର୍ଷ ଏହି ପରୀକ୍ଷାରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ସୋଏବ । ଏହି ସଫଳତା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଭିନ୍ନ ମହଲରୁ ତାଙ୍କୁ ଦିଆଯାଉଛି ଅଭିନନ୍ଦନ । ସୋଏବଙ୍କ ଏହି ସଫଳତାକୁ ନେଇ କେବଳ ତାଙ୍କ ପରିବାର ନୁହେଁ ପୂରା ଓଡ଼ିଶା ଗୌରବାନ୍ବିତ ।

ଏହା ବି ପଢ଼ନ୍ତୁ | ବଲାଙ୍ଗିର: ସ୍କୁଟିରେ ଆସିଲେ ଦୁଇ ଭଉଣୀ, ପୋଲ ଉପରୁ ନଦୀ ଭିତରକୁ ଡେଇଁ ପଡ଼ିଲେ; ଖୋଜା ଚାଲିଛି

୭୨୦ ନମ୍ବରରୁ ୭୨୦ ନମ୍ବର ରଖିବେ ବୋଲି କେବେ ବି ଭାବି ନ ଥିଲେ ସୋଏବ । ରାଉରକେଲାର ସୋଏବ ନିଜର ଏହି ସଫଳତା ଲାଗି ସେ ଶ୍ରେୟ ଦେଇଛନ୍ତି ନିଜ ମାଆଙ୍କୁ । ସେ ଦିଲ୍ଲୀ ଏମସରେ MBBS ପଢ଼ିବାକୁ ଚାହାନ୍ତି ଓ ଭବିଷ୍ୟରେ ଜଣେ ଭଲ ହୃଦରୋଗ ବିଶେଷଜ୍ଞ ହେବାକୁ ଚାହାଁନ୍ତି ।
Published by: Anand Shankar Thankur Das
First published: October 16, 2020, 9:16 PM IST
corona virus btn
corona virus btn
Loading