ଜାଗର ପାଇଁ ଏବେ ଠୁଁ ଚ଼ଳଚ଼ଞ୍ଚଳ ଏକାମ୍ର କ୍ଷେତ୍ର; ମହା ଆଡ଼ମ୍ବରରେ ପାଳନ ହେବ ମହାଶିବରାତ୍ରି

ବାବା ଲିଙ୍ଗରାଜଙ୍କ ମନ୍ଦିରରେ ଏଥର ମହାଶିବରାତ୍ରିରେ ଶାନ୍ତିଶୃଙ୍ଖଳାରେ ଦର୍ଶନ ଉପରେ ବିଶେଷ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ । ଏ ଥର ସେବାୟତ, ଭିଆଇପି ଓ ଶ୍ରଦ୍ଧାଳୁଙ୍କ ପାଇଁ ହେଉଛି ଭିନ୍ନ ଭିନ୍ନ ଦ୍ବାର ।

ଜାଗର ପାଇଁ ଏବେ ଠୁଁ ଚ଼ଳଚ଼ଞ୍ଚଳ ଏକାମ୍ର କ୍ଷେତ୍ର; ମହା ଆଡ଼ମ୍ବରରେ ପାଳନ ହେବ ମହାଶିବରାତ୍ରି
ଲିଙ୍ଗରାଜ ମନ୍ଦିର (ଫାଇଲ୍‌ ଫଟୋ)
  • News18 Odia
  • Last Updated: February 14, 2020, 1:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବାବା ଲିଙ୍ଗରାଜଙ୍କ ମନ୍ଦିରରେ ମହାଶିବରାତ୍ରି ଏଥର ପାଳନ ହେବ ମହା ଆଡ଼ମ୍ବରେ । ସେଥିପାଇଁ ଏବେ ଠାରୁ ଚ଼ଳଚ଼ଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର । ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସରିବା ପରେ ଜୋର ଧରିଛି ପ୍ରସ୍ତୁତି ।

ଭୋର ୩ଟା ରେ ଲିଙ୍ଗରାଜ ମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ସହ ୩ଟା ୩୦ରେ ମଙ୍ଗଳ ଆଳତୀ ସହ ହେବ ଅବକାଶ । ସକାଳ ୬ଟା ୩୦ରେ ରୋଷ ହୋମ ପରେ ୧୧ଟା ପର୍ଯ୍ୟନ୍ତ ଚ଼ାଲିବ ସାହାଣମେଲା ଦର୍ଶନ । ମଧ୍ୟାହ୍ନ ୧୨ଟାରୁ ୧୨ଟା ୪୫ ପର୍ଯ୍ୟନ୍ତ ହେବ ଛାମୁ ପରିଷ୍କାର । ଏହା ପରେ ପୁଣି ଆରମ୍ଭ ହେବ ସାଧାରଣ ବା ସାହାଣମେଲା ଦର୍ଶନ । ଦିନ ତମାମ୍ ଠାକୁରଙ୍କ ନୀତିକାନ୍ତି ଭିତରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ରାତି ୧୦ଟାରେ ଉଠିବ ମହାଦୀପ । ୧୦ଟାରୁ ୧୧ଟା ପୁଣି ହେବ ଦର୍ଶନ । ରାତି ୧୧ଟାରୁ ଆରମ୍ଭ ହେବ ଚ଼ାରିପ୍ରହର ପୂଜା । ସେଇଥି ପାଇଁ ଚାଲିଛି ଖାସ୍ ଆୟୋଜନ ।

ପ୍ରତି ବର୍ଷ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଶିବରାତ୍ରିରେ ଲିଙ୍ଗରାଜ ଦର୍ଶନ ପାଇଁ ଆସୁଥିବାରୁ ଏ ଥର ଶାନ୍ତିଶୃଙ୍ଖଳାରେ ଦର୍ଶନ ଉପରେ ବିଶେଷ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ । ବି.ଏମ୍.ସି. ଓ ବି.ଡି.ଏ.ର ସହଯୋଗରେ ଚ଼ଳିତ ଥର ସେବାୟତ, ଭିଆଇପି ଓ ଶ୍ରଦ୍ଧାଳୁଙ୍କ ପାଇଁ ଭିନ୍ନ ଭିନ୍ନ ଦ୍ବାର ହେଉଛି । ସେବାୟତମାନେ ଭୋର ୪ଟା ରୁ ୫ଟା ଭିତରେ ଉତ୍ତର ଦ୍ବାର ଦେଇ ପ୍ରବେଶ କରିବେ ।

‘‘ଭି.ଆଇ.ପି.ଙ୍କ ପାଇଁ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କରିବାର ବ୍ୟବସ୍ଥା ରହିଥିବା ବେଳେ ସାଧାରଣ ଶ୍ରଦ୍ଧାଳୁ ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାରରେ ପ୍ରସ୍ଥାନ କରିବେ । ସେଥି ପାଇଁ ଖୁବ୍ ଶୀଘ୍ର ସାଇନ୍ ବୋର୍ଡ ଲଗାଯିବ ଓ ମନ୍ଦିର ଚତୁଃର୍ପାଶ୍ବକୁ ସୁସଜ୍ଜିତ କରାଯିବ,’’ କହିଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ।

ଆଧ୍ୟାତ୍ମିକ ପରିବେଶରେ କିଭଳି ବାବା ଲିଙ୍ଗରାଜଙ୍କ ମହାଶିବରାତ୍ରି ପୂଜା ହେବ ସେଥିପାଇଁ ମନ୍ଦିର ପ୍ରଶାସନ ସଜାଗ ରହିଥିବା ମଧ୍ୟ ସେ କହିଛନ୍ତି  ।

ଲିଙ୍ଗରାଜ ମନ୍ଦିର ଚ଼ାରି ପାଖର ସୈାନ୍ଦୀର୍ଯୀକରଣ ପ୍ରକ୍ରିୟା ବହୁ ଆଗରୁ ଆରମ୍ଭ ହୋଇଥିବା ବେଳେ ଶିବରାତ୍ରୀ ପୂର୍ବରୁ ଶ୍ରଦ୍ଧାଳୁଙ୍କ ବସିବା ପାଇଁ ସ୍ବତନ୍ତ୍ର ସ୍ଥାନ ସହ ଚ଼ପଲ ଷ୍ଟାଣ୍ଡ୍‌ ଓ ଭୋଗ ଦୋକାନ କରିବା ପାଇଁ ବ୍ୟବସ୍ଥା ରହିଛି । ସେହିଭଳି ପାପନାଶିନୀ ଓ ପାଦହରା ପୁଷ୍କରିଣୀ ପାଖରେ ବ୍ୟାରିକେଡ୍ କରାଯିବା ସହ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥ ସମ୍ପୂର୍ଣ୍ଣ ବ୍ୟାରିକେଡ ହୋଇ ରହିବ । ତେବେ ମନ୍ଦିରକୁ ଆସୁଥିବା ଭକ୍ତ ମନ୍ଦିରର ସୈାନ୍ଦର୍ଯୀକରଣକୁ ନେଇ ବେଶ୍ ପ୍ରଂଶସା କରୁଥିବାବେଳେ ଶିବରାତ୍ରୀରେ ଭକ୍ତଙ୍କୁ ବିଶେଷ ସୁବିଧା ମିଳୁଥିବାରୁ ଖୁସି ପ୍ରକାଶ କରିଛନ୍ତି  ।

ମନ୍ଦିର ଭିତରେ ଓ ବାହାରେ କେତେ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ, ଟ୍ରାଫିକ୍ ବ୍ୟବସ୍ଥା କେମିତି ହେବ, ଭକ୍ତଙ୍କ ପାଇଁ ବ୍ୟାରିକେଡ୍ କେଉଁଠୁ କେଉଁ ପର୍ଯ୍ୟନ୍ତ ବନ୍ଧାହେବ ସେଥିପାଇଁ କମିଶନରେଟ ପୋଲିସ୍ ଦେବେ ସ୍ବତନ୍ତ୍ର ସୂଚନା  । ସେପଟେ ମନ୍ଦିର ଚ଼ାରି ପାଖରେ ଥିବା ଛୋଟ ବଡ଼ ମନ୍ଦିର ସଜାଇବାକୁ ବି ଯୋଜନା କରୁଛି ବି.ଏମ୍.ସି  ।
First published: February 14, 2020, 1:04 PM IST
corona virus btn
corona virus btn
Loading