TV ସିରିଏଲ୍‌ରେ ଭଗବାନ ଶିବଙ୍କ ଭୂମିକାରେ ଏହି ଅଭିନେତାମାନେ ଖୁବ୍ ପ୍ରଶଂସିତ ହୋଇଥିଲେ

Actors Who Played Lord Shiva Role On TV, Became Famous | ଭଗବାନ ଶିବଙ୍କ ଚ଼ରିତ୍ର ଟିଭି ପରଦାରେ ଦମଦାର୍ ହୋଇ ଆମ ସାମନାକୁ ଆସିଛି । ଜାଣନ୍ତୁ ସେହି ଅଭିନେତାମାନଙ୍କ ବିଷୟରେ ଯେଉଁମାନେ ଟିଭି ସିରିଆଲରେ ଭଗବାନ ଶିବଙ୍କ ଚ଼ରିତ୍ରରେ ସବୁ ଠୁଁ ଅଧିକ ପ୍ରଶଂସା ପାଇଛନ୍ତି ।

ଭଗବାନ ଶିବଙ୍କ ଭୂମିକାରେ (ବାମରୁ ଡାହାଣ) ଦାରା ସିଂ, ସନ୍ତୋଷ ଶୁକ୍ଳା ଓ ସମର ଜୟସିଂହ

ଭଗବାନ ଶିବଙ୍କ ଭୂମିକାରେ (ବାମରୁ ଡାହାଣ) ଦାରା ସିଂ, ସନ୍ତୋଷ ଶୁକ୍ଳା ଓ ସମର ଜୟସିଂହ

  • Share this:
News18 Odia Digital

ମୁମ୍ବାଇ: ଭଗବାନ ଶିବଙ୍କ ମହିମା ବିଷୟରେ ତିଆରି ହୋଇଥିବା ପୌରାଣିକ ଟିଭି ଶୋ ଦେଖିବାକୁ ଆମେ ଭଲପାଉ । ଯୁବା ପୀଢ଼ି ଏହି ଟିଭି ଶୋ’ଗୁଡ଼ିକରୁ ଭଗବାନ ଶିବଙ୍କ ବିଷୟରେ ଅନେକ କଥା ଜାଣିବାକୁ ପାଆନ୍ତି । ଟିଭିରେ ଭଗବାନ ଶିବଙ୍କ (Lord Shiva) ଚ଼ରିତ୍ରରେ ସବୁଠୁ ଅଧିକ ପ୍ରସିଦ୍ଧି ଲାଭ କରିଥିବା କଳାକାରମାନଙ୍କ ବିଷୟରେ ଆପଣ ନିଶ୍ଚୟ ଜାଣିବାକୁ ଚାହିଁବେ ।

ଛୋଟ ପରଦାରେ ଧାର୍ମିକ ଶୋ’ଗୁଡ଼ିକର ସର୍ବଦା ଜବରଦସ୍ତ୍‌ ଫ୍ୟାନ୍‌ ଫଲୋଇଂ ରହିଥାଏ । ସେହି କାରଣରୁ ନିର୍ମାତାମାନେ ଅଲଗା ଅଲଗା ସମୟରେ ଭଗବାନ ଶିବଙ୍କ (Lord Shiba) ସହ ଜଡ଼ିତ କାର୍ଯ୍ୟକ୍ରମକୁ ଦେଖାଇଆସିଛନ୍ତି । ଶିବଙ୍କ ଚ଼ରିତ୍ରରେ ଅଭିନୟ କରି ଇଣ୍ଡଷ୍ଟ୍ରିର କିଛି କଳାକାର ଘରେଘରେ ବହୁ ଜଣା-ଶୁଣା ଚ଼େହେରା ପାଲଟି ଯାଇଛନ୍ତି ।

ଏହା ବି ପଢ଼ନ୍ତୁ | ନୟାଗଡ଼: ବର୍ଷର ଝିଅକୁ ମୋବାଇଲ୍ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍କରିବା ପରେ ହତ୍ୟା କଲା ‘ପିଶାଚ’ ପଡ଼ୋଶୀ

ସେ ସମୟ ଦୂରଦର୍ଶନରେ ଥିଲା, ଯେତେବେଳେ ପୂରା ପରିବାର ଏକାଠି ବସି ଟିଭିରେ ‘ହର ହର ମହାଦେବ’ ଦେଖୁଥଲେ । ଏହି ଶୋ’ ସେ ସମୟର ସବୁ ଠୁ ଅଧିକ ଟି.ଆର୍‌.ପି. ପାଉଥିବା ଶୋ‘ ଥିଲା । ୧୯୭୪ର ଏହି ଶୋ’ରେ ଭଗବାନ ଶିବଙ୍କ ଚ଼ରିତ୍ରରେ ଦେଖିବାକୁ ମିଳିଥିଲା ଅଭିନେତା ଦାରା ସିଂହଙ୍କୁ । ଏହି ଶୋ’ ଯୋଗୁଁ ଦାରା ସିଂହ ଘରେ ଘରେ ଶିବ ଭାବେ ପ୍ରସିଦ୍ଧି ଲାଭ କରିଥିଲେ ।

ଭଗବାନ ଶିବଙ୍କ ଭୂମିକାରେ ମୋହିତ ରାଇନା ଓ (ଡାହାଣ) ସୌରଭ ରାଜ


ଶିବଙ୍କ ଚ଼ରିତ୍ରକୁ ନିଭାଇ ଅଭିନେତା ସନ୍ତୋଷ ଶୁକ୍ଳା ବି ବହୁ ପ୍ରସିଦ୍ଧି ଲାଭ କରିଥିଲେ । ସେ ‘ଜୟ ଜୟ ଶିବ ଶଙ୍କର’ରେ ଶିବ ରୂପରେ ଦେଖାଯାଇଥିଲେ । ଏହି ଟିଭି ଶୋ’ ମଧ୍ୟ ଏକ ସମୟରେ ଲୋକମାନଙ୍କଙ୍କୁ ବହୁତ ପସନ୍ଦ ଆସିଥିଲା । ସନ୍ତୋଷ ଶୁକ୍ଳାଙ୍କୁ ଘରେ ଘରେ ପ୍ରଶଂସା ମିଳିଥିଲା ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ଛୁଆ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ବାପା ମଲେ

ଅନ୍ୟ ଅଭିନେତାଙ୍କ କଥା କହିବାକୁ ଗଲେ ୯୦ ଦଶକର ଆସିଥିବା ଟଭି ଶୋ ‘ଓମ୍‌ ନମଃ ଶିବାୟ’ କଥା କହିବାକୁ ହେବ । ଏହି ସିରିଅଲ୍‌ ଧାର୍ମିକ ଶୋ’କୁ ଏକ ଅଲଗା ସ୍ଥାନରେ ପହଞ୍ଚାଇଦେଇଥିଲା । ଏହି ଶୋ’ରେ ଭଗବାନ ଶିବ ବନିଥିଲେ ଅଭିନେତା ସମର ଜୟ ସିଂହ । ତାଙ୍କୁ ବି ଏହି ଚ଼ରିତ୍ରରେ ବହୁତ ପ୍ରଶଂସା ମିଳିଥିଲା । ସମର ଜୟ ସିଂହଙ୍କ ଏହି ଟଭି ଶୋ’ ଜବରଦସ୍ତ ଟି.ଆର.ପି କାରଣରୁ କିଛି ବର୍ଷ ଯାଏ ଚ଼ାଲିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ପହିଲି ରଜରେ କାହିଁକି ମନ ଉଦାସ ହେଲା? ଭଦ୍ରକରେ ଭଡ଼ା ଘରେ ପଙ୍ଖାରୁ ଝୁଲି ଜୀବନ ଦେଲେ ଯୁବତୀ

ଟି.ଭି.ରେ ଭଗବାନ ଶିବଙ୍କ ଚ଼ରିତ୍ର କଥା ଆସିଲେ ଅଭିନେତା ଅରୁଣ ଗୋଭିଲଙ୍କୁ କେମିତି ଭୁଲି ହେବ? ‘ଶିବ ମହିମା’ ସିରିଅଲରେ ରେ ସେ ନିଜ ଭୂମିକାରେ ଲୋକଙ୍କ ମନ ଜିଣିପାରିଥିଲେ ।

ଏହା ବି ପଢ଼ନ୍ତୁ | ମାସ ପରେ ଜେଲ୍ରୁ ବାହାରିବା ବେଳେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ହସ ଥିଲା

ପରବର୍ତ୍ତୀ ସମୟରେ ଭଗବାନ ଶିବ ଭୂମିକାରେ ଲୋକପ୍ରିୟ ହୋଇଥିଲେ ଅଭିନେତା ମୋହିତ ରଣା । ସେ ‘ଦେବୋଁ କେ ଦେବ ମହାଦେବ’ରେ ଭଗବାନ ମହାଦେବଙ୍କ ଚ଼ରିତ୍ରକୁ ନିଭାଇଥିଲେ । ଭଗବାନ ମହାଦେବଙ୍କ ଚ଼ରିତ୍ରରେ ମୋହିତ ରଣାଙ୍କୁ ଏତେ ମାତ୍ରାରେ ଲୋକେ ପସନ୍ଦ କରିଥିଲେ ଯେ ଏହି ଶୋ’ର ଟି.ଆର.ପି. ସବୁ ରେକର୍ଡ଼ ଭାଙ୍ଗିଦେଇଥିଲା ।



ମୋହିତଙ୍କ ବ୍ୟତୀତ ଅଭିନେତା ସୌରଭ ରାଜ ଜୈନଙ୍କୁ ବି ଟିଭି ଶୋ’ ‘ମହାକାଳୀ’ରେ ଶିବଙ୍କ ଚ଼ରିତ୍ରରେ ବହୁତ ପସନ୍ଦ କରାଯାଇଥିଲା । ସୌରଭ ଶିବଙ୍କ ବ୍ୟତୀତ ଏକ ଟଭି ଶୋ’ରେ ଶ୍ରୀକୃଷ୍ଣ ଚ଼ରିତ୍ରରେ ବି ଜବରଦସ୍ତ ପ୍ରଶଂସା ପାଇଥିଲେ । ସେମିତି ଅଭିନେତା ହିମାଂଶୁ ସୋନୀ, ରୋହିତ ବକ୍ସି, ତରୁଣ ଖାନ୍ନା, ମୁକେଶ ସୋଲଙ୍କୀ ଓ କୁଶଲ ପଞ୍ଜାବୀଙ୍କ ସମେତ କେଆଉ କିଛି ଅଭିନେତା ଏ ପର୍ଯ୍ୟନ୍ତ ଭଗବାନ ଶିବଙ୍କ ଚ଼ରିତ୍ର ନିଭାଇସାରିଛନ୍ତି ।
Published by:Anand ST Das
First published: