ସମ୍ବଲପୁରରେ ଶୀତଳ ଷଷ୍ଠୀ: ଲକଡାଉନ୍‌ ଯୋଗୁଁ ମନ୍ଦିରରୁ ବାହାରିଲେ ନାହିଁ ଦେବ ଦମ୍ପତି

ଏ ଥର ଶୀତଳ ଷଷ୍ଠୀ ଖୁବ୍‌ ନିରାଡ଼ମ୍ବର ଭାବେ ଆୟୋଜିତ ହୋଇଛି । ପ୍ରତି ବର୍ଷ ବିବାହ ପରେ ଦେବ ଦମ୍ପତିଙ୍କ ମୂର୍ତ୍ତି ସାରା ସହର ପରିକ୍ରମା କରନ୍ତି । ଏ ବର୍ଷ କିନ୍ତୁ ଲକଡାଉନ୍ ଯୋଗୁଁ ତାହା ବନ୍ଦ ରହିଛି ।

ଏ ଥର ଶୀତଳ ଷଷ୍ଠୀରେ ନା ଥିଲେ ବରଯାତ୍ରୀ, ନା ଥିଲା କୌଣସି ଶୋଭାଯାତ୍ରା ।

ଏ ଥର ଶୀତଳ ଷଷ୍ଠୀରେ ନା ଥିଲେ ବରଯାତ୍ରୀ, ନା ଥିଲା କୌଣସି ଶୋଭାଯାତ୍ରା ।

  • Share this:
News18 Odia Digital

ସମ୍ବଲପୁର: ଲକଡାଉନ୍‌ ଯୋଗୁଁ କେବଳ ବିଧି ରକ୍ଷା ପାଇଁ ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀର ରୀତି ନୀତି ସମ୍ପନ୍ନ ହୋଇଛି । ସହରର ସବୁ ମନ୍ଦିର ପରିସରରେ ଶିବ ପାର୍ବତୀଙ୍କ ବିବାହ ଆୟୋଜିତ ହୋଇଥିଲେ ବି ଏହି ଲୋକପ୍ରିୟ ପର୍ବର ସବଠୁ ବଡ଼ ଆକର୍ଷଣ ନବ-ବିବାହତ ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭଯାତ୍ରା ଏ ଥର ବନ୍ଦ ରହିଛି । କେବଳ ମନ୍ଦିର ପରିସରରେ ହିଁ ଯୁଗଳ ଦର୍ଶନ ନୀତି ଚାଲିଛି ।

ଏ ଥର ଶୀତଳ ଷଷ୍ଠୀ ଖୁବ୍‌ ନିରାଡ଼ମ୍ବର ଭାବେ ଆୟୋଜିତ ହୋଇଥିଲା । ନା ଥିଲେ ବରଯାତ୍ରୀ, ନା ଥିଲା କୌଣସି ଶୋଭାଯାତ୍ରା । ବିନା ବାଜା, ବାଣ ଓ ରୋଷଣୀରେ ଶେଷ ହୋଇଥିଲା ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କର ବାହାଘର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପତ୍ନୀଙ୍କ ମୃତ୍ୟୁ ପରେ ଯୁବକ ଏତେ ଭାଙ୍ଗିପଡ଼ିଲେ ଯେ ଦୁଇ ଝିଅଙ୍କୁ ହତ୍ୟା କରି ନିଜ ପ୍ରାଣ ନେଲେ

ଶୀତଳ ଷଷ୍ଠୀ ଯାତ୍ରାର ପରମ୍ପରା ଅନୁସାରେ ନିର୍ଦ୍ଧାରିତ ଲଗ୍ନରେ ବ୍ରାହ୍ମ ମୁହୂର୍ତ୍ତରେ ବିବାହ ସମ୍ପନ୍ନ ହୋଇଥିଲା, ହେଲେ ମନ୍ଦିର ପରିସରରେ ହିଁ ରହିଥିଲେ ନବ-ବିବାହିତ ଦେବ ଦମ୍ପତି । ଲକଡାଉନ୍‌ ଯୋଗୁଁ ସରକାରୀ ନିୟମ ଅନୁସାରେ କେବଳ ବିଧି ରକ୍ଷା ପାଇଁ ଦେବ ଦେବ ମହାଦେବ ଓ ମାତା ପର୍ବତୀଙ୍କ ବିବାହ ଏ ବର୍ଷ ମନ୍ଦିର ପରିସରରେ ହିଁ କରାଯାଇଥିଲା ।

ନିର୍ଦ୍ଧାରିତ ଲଗ୍ନରେ ବ୍ରାହ୍ମ ମୁହୂର୍ତ୍ତରେ ବିବାହ ସମ୍ପନ୍ନ ହୋଇଥିଲା ।


‘‘ପୂର୍ବ ବର୍ଷମାନଙ୍କରେ ବିବାହ ପରେ ଯୁଗଳ ମୂର୍ତ୍ତି ସାରା ସହର ପରିକ୍ରମା କରୁଥିଲେ । ଏ ବର୍ଷ କିନ୍ତୁ ତାହା ଲକଡାଉନ୍‌ ଯୋଗୁଁ ବନ୍ଦ ରହିଛି । ସରକାରଙ୍କ ଲକଡାଉନ୍‌ ନିୟମ ମାନି ସବୁ ପୂଜା ବିଧି ହୋଇଥିଲା । କେବଳ ମନ୍ଦିର ପରିସରରେ ହିଁ ଯୁଗଳ ମୂର୍ତ୍ତି ବିରାଜମାନ ଅଛନ୍ତି,’’ କହିଛନ୍ତି ନନ୍ଦପଡ଼ା ଶୀତଳ ଷଷ୍ଠୀ ଯାତ୍ରା କମିଟିର ସଭାପତି ସମୀର ବାବୁ ।

ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଓ ଦୋକାନୀ ସମସ୍ତେ ଜାଣିବା ଉଚିତ

ଏ ବର୍ଷ ଲକଡାଉନ୍‌ ଯୋଗୁଁ ମହାଦେବ ଓ ମାତା ପାର୍ବତୀ ବିବାହ ପରେ ନଗର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦେଇ ନ ଥିବାରୁ ଶ୍ରଦ୍ଧାଳୁମାନେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରତି ବର୍ଷ ଶୀତଳ ଷଷ୍ଠୀରେ ନବ-ବିବାହିତ ଦେବ ଦମ୍ପତି ଭକ୍ତଙ୍କ ପାଖକୁ ଦର୍ଶନ ଦେବା ପାଇଁ ଆସୁଥିଲେ । ଏ ବର୍ଷ ତାହା କରୋନା କଟକଣା ଯୋଗୁଁ ବନ୍ଦ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୨ ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ହେଲା; ଦୁହେଁ ତାଙ୍କୁ ବାହା ହୋଇ ଏକାଠି ଗର୍ଭବତୀ ହେବେ

‘‘ଦେବ ଦେବ ମହାଦେବ ଓ ମାତା ପର୍ବତୀ ଶୀଘ୍ର କରୋନା ମହାମାରୀ କବଳରୁ ବିଶ୍ବକୁ ରକ୍ଷା କରନ୍ତୁ ବୋଲି ଆମେ ପ୍ରାର୍ଥନା କରୁଛୁ । ଆସନ୍ତା ବର୍ଷଠାରୁ ପୁଣି ପରମ୍ପରା ମୁତାବକ ସବୁ ରୀତି ନୀତି ଅନୁସାରେ ଶୀତଳ ଷଷ୍ଠୀ ଆୟୋଜିତ ହେବ ବୋଲି ଆମେ ଆଶା କରୁଛୁ,’’ କହିଛନ୍ତି ଶ୍ରଦ୍ଧାଳୁ ପ୍ରେମସୁତା ନନ୍ଦ ।



ଶିତଳ ଷଷ୍ଠୀ ପାଇଁ ଗର୍ଭ ଗୃହରୁ ବାହାରିଥିବା ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ଗୁରୁବାର ଦିନ ସମ୍ପନ୍ନ ହେବ ।
Published by:Anand ST Das
First published: