ପୁଣି ଫେରିଲା ଅଜଣା ଜନ୍ତୁଙ୍କ ଆତଙ୍କ। ଚାରି ଦିନରେ ୨୯ ମେଣ୍ଢାଙ୍କ ପ୍ରାଣ ନେଲାଣି ଏହି ଅଜଣା ପ୍ରାଣୀ।
- News18 Odia
- Last Updated :
- Other, India
News18 Odia Digital
ନିଆଳି: ପୁଣି ଆତଙ୍କ ଖେଳାଇଲା ଅଜଣା ଜନ୍ତୁ । ଗାଁରୁ ଗୋଟିଏ ପରେ ଗୋଟିଏ ମେଣ୍ଢାଙ୍କୁ ଆକ୍ରମଣ କରି ମାରି ଦେଉଛି ଏହି ଅଜଣା ଜନ୍ତୁ । ଚାରି ଦିନରେ ୨୯ ମେଣ୍ଢାଙ୍କ ପ୍ରାଣ ନେଲାଣି ଏହି ଅଜଣା ପ୍ରାଣୀ। ଏନେଇ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକରେ ଅଜଣା ଜନ୍ତୁଙ୍କ ଆତଙ୍କରେ ଆତଙ୍କିତ ଅଞ୍ଚଳବାସୀ ।
କଣ୍ଟାପଡ଼ା ବ୍ଲକ ନାହାଳପୁର ଗୁଣାଦୋଳ ଠାକୁର ପୋଖରୀ ସାହିରେ ଆତଙ୍କ ଖେଳାଇଛି ଏହି ଅଜଣା ଜନ୍ତୁ । ଗତକାଲି ବିଳମ୍ବିତ ରାତିରେ ଗାଁର ଗୋକୁଳାନନ୍ଦ ଚୌଧୁରୀଙ୍କ ୯ଟି ମେଣ୍ଢା ଓ ବାବାଜୀ ଚୌଧୁରୀଙ୍କ ୨୦ ମେଣ୍ଢା ଅଜଣା ଜନ୍ତୁଙ୍କ ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଅଜଣା ଜନ୍ତୁ ଆକ୍ରମଣ ଖବର ପାଇ ଫୁଲନଖରା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ମେଣ୍ଢାଙ୍କ ଶବ ବ୍ୟବଚ୍ଛେଦ କରିବା ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଚାରି ବର୍ଷ ତଳେ ନିଆଳିରେ ଅଜଣାଜନ୍ତୁଙ୍କ ଆକ୍ରମଣ ଆତଙ୍କ ସୃଷ୍ଟି କରିଥିଲା । ହଜାରରୁ ଅଧିକ ମେଣ୍ଢାଙ୍କୁ ମାରିପକାଇଥିଲା । ତେବେ ଏହି ରହସ୍ୟଜନକ ଜନ୍ତୁ କିଏ , କେଉଁଠୁ ଆସୁଛି ସେ ନେଇ ଏ ଯାଏଁ କିଛି ସ୍ପଷ୍ଟ ଜଣାପଡୁନି । ରାତିର ଅନ୍ଧକାରରେ ଆତଙ୍କ ସୃଷ୍ଟି କରୁଛି ଅଜଣାଜନ୍ତୁ । ଏଭଳିସ୍ଥିତିରେ ଅଞ୍ଚଳବାସୀଙ୍କୁ ଗୃହପାଳିତ ପଶୁଙ୍କ ସୁରକ୍ଷା ଚିନ୍ତା ଘାରିଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।