ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶ୍ରମ ବିଭାଗ ଓ BMCର ମିଳିତ ପ୍ରୟାସ; ତିଆରି ହେବ ଶ୍ରମିକ ଆଶ୍ରୟୀସ୍ଥଳୀ

ଶ୍ରମ ବିଭାଗ ଓ BMCର ମିଳିତ ପ୍ରୟାସ; ତିଆରି ହେବ ଶ୍ରମିକ ଆଶ୍ରୟୀସ୍ଥଳୀ

ବଦଳିବ ଶ୍ରମିକ ହାଟର ଚିତ୍ର। ଖୋଲା ସ୍ଥାନ କି ଛକ ନୁହେଁ ଏଣିକି ଦିନ ମଜୁରିଆ ବା ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ସେଡ଼ ତିଆରି ହେବ। ଏଭଳି କିଛି ଯୋଜନା କରିଛି ବି.ଏମ.ସି।

ଶ୍ରମ ବିଭାଗ ଓ BMCର ମିଳିତ ପ୍ରୟାସ; ତିଆରି ହେବ ଶ୍ରମିକ ଆଶ୍ରୟୀସ୍ଥଳୀ
ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ଘର ତିଆରି ହେବ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 7, 2021, 2:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବଦଳିବ ଶ୍ରମିକ ହାଟର ଚିତ୍ର। ଖୋଲା ସ୍ଥାନ କି ଛକ ନୁହେଁ ଏଣିକି ଦିନ ମଜୁରିଆ ବା ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ସେଡ଼ ତିଆରି ହେବ। ଏଭଳି କିଛି ଯୋଜନା କରିଛି ବି.ଏମ.ସି। ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଓ ବି.ଏମ. ସି ମିଳିତ ଭାବେ ସହରର ବିଭିନ୍ନ ସ୍ଥାନ ଚିହ୍ନଟ କରିଥିବାବେଳେ ଖୁବ ଶୀଘ୍ର କାମ ଆରମ୍ଭ ହେବାର ଯୋଜନା ରହିଛି।

ଦିନ ମଜୁରିଆଙ୍କ ପାଇଁ ତିଆରି ହେବ ଆଶ୍ରୟସ୍ଥଳୀ। କାମ ବୁଝିବାକୁ ଆଉ ଖରା, ବର୍ଷା କି ଶୀତ କାକରରେ ଅପେକ୍ଷା କରିବେନି ଶ୍ରମିକ। ଶ୍ରମିକ ହାଟର ବଦଳିବ ରୂପ ରେଖ। ନିର୍ମାଣ ହେବ ଆଶ୍ରୟସ୍ଥଳୀ ବା ସେଡ଼। ଯେଉଁଠି ଶ୍ରମିକମାନେ ଆସି ପ୍ରତିଦିନ କାମ କୁ ଯିବା ପୂର୍ବରୁ ଅପେକ୍ଷା କରିବେ। ସେଠି ପିଇବା ପାଣି, ଶୌଚାଳୟ ଓ ଅସହ୍ୟ ଗରମରୁ ନିସ୍ତାର ପାଇଁ ଫ୍ୟାନ ବ୍ୟବସ୍ଥା ବି ରହିବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହାର ପରିକଳ୍ପନା କରିଥିବାବେଳେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଓ ବି.ଏମ.ସି ମିଶି ଏହାର କାମ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଜାଗା ଚିହ୍ନଟ ହୋଇଛି। ଶ୍ରମିକ ମାନଙ୍କ ମୌଳିକ ସୁବିଧା ସାଙ୍ଗକୁ ନିକଟସ୍ଥ ଆହାର କେନ୍ଦ୍ର ସହିତ କିଭଳି ଜଡିତ କରିହେବ ସେଥିପାଇଁ ଚିନ୍ତା କରୁଛି ବି.ଏମ.ସି।

"ଶ୍ରମ ବିଭାଗର ନିର୍ଦ୍ଦେଶ ପରେ ଆମେ କିଛି କିଛି ଜାଗା ଦେଖିଛୁ।  ସେଠି କିଭଳି ଘର ହେଇପାରିବ, ତାଙ୍କୁ ମୌଳିକ ସୁବିଧା ଅନ୍ତତଃ ମିଳିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି" କହିଛନ୍ତି ଅତିରିକ୍ତ ବିଏମସି କମିଶନର ଲକ୍ଷ୍ମୀକାନ୍ତ ସେଠି।

ସାଂସଦ ତଥା ନିର୍ମାଣ ଶ୍ରମିକ ବୋର୍ଡ଼ର ପୂର୍ବତନ ଅଧ୍ୟକ୍ଷ ଏହାକୁ ସ୍ୱାଗତ କରିଛନ୍ତି। ନିର୍ମାଣ ଶ୍ରମିକ ବୋର୍ଡ଼ ଜରିଆରେ ଅନେକ ସାହାଯ୍ୟ ଶ୍ରମିକଙ୍କୁ ଯୋଗାଇଦିଆଯାଉଛି। ଏହା ପୂର୍ବ ପରିକଳ୍ପନା ଯାହା ବର୍ତ୍ତମାନ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଆଗକୁ ସମସ୍ତ ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ କଲେ ଭଲ ହେବ ବୋଲି ସେ କହିଛନ୍ତି।

ସେପଟେ ଶ୍ରମିକମାନେ କିନ୍ତୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାର ଅନେକ ଥର ଅନେକ ଯୋଜନା କରିଛନ୍ତି କିନ୍ତୁ ଶ୍ରମିକ ସବୁବେଳେ ନିରାଶ ହେଉଛନ୍ତି। ସମସ୍ତ କାମ କେବଳ ଶୁଣିବାକୁ ମିଳୁଛି କିନ୍ତୁ କାର୍ଯ୍ୟକ୍ଷମ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି। ବି.ଏମ.ସି ର ଏ ଯୋଜନା ଆଉ ଏକ ପ୍ରହସନ ବୋଲି କହିଛନ୍ତି ଶ୍ରମିକମାନେ।

"ମୁଖ୍ୟମନ୍ତ୍ରୀ ଆଗରୁ ଏହି ସ୍ୱପ୍ନ ଦେଖିଥିଲେ ଓ ଶ୍ରମିକଟେ କିଭଳି ତାର ସମସ୍ତ ସୁବିଧା ପାଇବ ସେଥିପାଇଁ ଅନେକ ଗୁଡିଏ ବ୍ୟବସ୍ଥା ଅନେକ ଯୋଜନା କରିଛନ୍ତି ତାରି ମଧ୍ୟରୁ ଏ ଅନ୍ୟତମ। ଏହା ଖୁବ ଭଲ କଥା ଯେ ଶ୍ରମ ବିଭାଗ ଓ ବି.ଏମ.ସି କାମ ଆରମ୍ଭ କରିଦେଇଛି" କହିଛନ୍ତି ସାଂସଦ ସୁବାଷ ସିଂ।

"ଆମ କଥା କେହି ବୁଝିବାକୁ ନାହାଁନ୍ତି । ଏଠି ଯୋଜନା ଉପରେ ଯୋଜନା ହେଉଛି ହେଲେ କିଛି କାର୍ଯ୍ୟରେ ପରିଣତ ହେଉନାହିଁ। ସବୁବେଳେ ଲୋକ ଆସୁଛନ୍ତି ଏମିତି କହୁଛନ୍ତି ଆମେ ଶୁଣୁଛୁ ଆଉ ସବୁ ଭୁଲିଯାଉଛନ୍ତି। ଆମ ପାଇଁ କେହି କିଛି କରିନାହାନ୍ତି,"କହିଛନ୍ତି ଶ୍ରମିକ ଗୋବିନ୍ଦ ଚନ୍ଦ୍ର।
Published by: Soumya Das
First published: November 7, 2021, 2:07 PM IST