ମୁଁ ଡକ୍ଟର, ଜରୁରୀ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକାଇ ପାରିବେ..

ପୁଣି ଥରେ ବଡ଼ ହୃଦୟର ପରିଚୟ ଦେଲେ ଡାକ୍ତର ଶଙ୍କର ରାମ ଚନ୍ଦାନୀ । ଏକ ଟଙ୍କିଆ କ୍ଲିନିକ ପରେ ଏବେ ରୋଗୀଙ୍କ ପାଇଁ ଉତ୍ସର୍ଗ କରିଦେଲେ ନିଜ ଗାଡ଼ି ।

ଉତ୍ସର୍ଗ କରିଦେଲେ ନିଜ ଗାଡ଼ି

ଉତ୍ସର୍ଗ କରିଦେଲେ ନିଜ ଗାଡ଼ି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ସମ୍ୱଲପୁର: ମୁଁ ଡକ୍ଟର, ଜରୁରୀ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ମୋତେ ଅଟକେଇ ପାରିବେ। ଗାଡି ପଛରେ ଏପରି କିଛି ଲେଖି ଚର୍ଚ୍ଚାରେ ଡାକ୍ତର ଶଙ୍କର ରାମ ଚନ୍ଦାନୀ ।

ଟଙ୍କିକିଆ କ୍ଲିନିକର ଦୁଇ ବର୍ଷ ପୂର୍ତ୍ତି ଅବସରରେ ନୂଆ ଯୋଜନା ଆରମ୍ଭ କରିଛନ୍ତି ବୁର୍ଲା ଭିମସାରର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମ ଚନ୍ଦାନୀ । ତାଙ୍କ କ୍ଲିନିକୁ ଆସୁଥିବା ଗରିବ ଶ୍ରେଣୀର ରୋଗୀଙ୍କ ଯାତାୟତ ପାଇଁ ଡାକ୍ତର ଶଙ୍କର ରାମ ଚନ୍ଦାନୀ  ଏହି ଏକ ଟଙ୍କିଆ ଗାଡି ସେବା ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ଯୋଗୁଁ କୃଷ୍ଠ ରୋଗୀମାନେ ଉପକୃତ ହୋଇ ପାରିବେ ।

ମୁଖ୍ୟତଃ କୁଷ୍ଠ ରୋଗୀମାନେ କ୍ଲିନିକ୍କୁ ଆସିବା ପାଇଁ ଖର୍ଚ୍ଚାନ୍ତ ହେଉଥିଲେ । ଚିକିତ୍ସତ ହେବା ପାଇଁ ସେମାନଙ୍କୁ ଅଟୋ ଭଡ଼ା କରି କ୍ଲିନିକ୍‌ କୁ ଆସିବାକୁ ପଡୁଥିଲା। ଅନେକ ସମୟରେ ଅର୍ଥାଭାବ ଯୋଗୁଁ ସେମାନେ ଚିକିତ୍ସା ସେବାରୁ ବଞ୍ଚିତ ହେଉ ଥିଲେ। ତେଣୁ ଏହି ଅସୁବିଧା ଏଡାଇବା ପାଇଁ ସେ ନିଜ ବ୍ୟକ୍ତିଗତ କାରକୁ ଗରିବ ରୋଗୀଙ୍କ ସେବାରେ ଉତ୍ସର୍ଗ କରିଛନ୍ତି । ଏହି ଗାଡି ପାଇଁ ସେ ଅସ୍ଥାୟୀ ଚାଳକ ବ୍ୟବହାର କରିବେ। କୁଷ୍ଠ ରୋଗୀମାନେ ରହୁଥିବା ପଡ଼ାର ସମସ୍ତଙ୍କୁ ଡାକ୍ତର ରାମ ଚନ୍ଦାନୀ ନିଜ ମୋବାଇଲ ନମ୍ବର ଦେଇଛନ୍ତି । ଯଦି କାହାର କିଛି ସ୍ବାସ୍ଥ୍ୟଗତ ସମସ୍ୟା ହୁଏ ତେବେ ତାଙ୍କୁ ଯୋଗାଯୋଗ କରିବା ପାଇଁ କହିଛନ୍ତି।

ଏହା ସହିତ ରାମ ଚନ୍ଦାନୀ ନିଜ ଗାଡିରେ ଲେଖିଛି ଯେ ତେବେ ଡାକ୍ତର ରାମ ଚନ୍ଦାନୀଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ମହଲରେ ବେଶ୍ ପ୍ରଶଂସା କରାଯାଉଛି । ୨୦୨୧ ମସିହା ଫେବୃଆରି ୧୨ ତାରିଖରେ ଡାକ୍ତର ରାମ ଚନ୍ଦାନୀ ଗରିବ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଟଙ୍କିକିଆ କ୍ଲିନିକ୍ ଶୁଭାରମ୍ଭ କରିଥିଲେ। ଏହି କ୍ଲିନିକରେ ସେ ଗରିବ ରୋଗୀଙ୍କୁ ଠାରୁ ମାତ୍ର ଏକ ଟଙ୍କା ନେଇ ଚିକିତ୍ସା କରୁଥିଲେ। ତାଙ୍କର ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ। ପରବର୍ତ୍ତୀ ସମୟରେ ସେ ଏକ ଟଙ୍କାରେ ଗରିବ ରୋଗୀଙ୍କ ପାଇଁ କିଛି ଜରୁରୀ ଔଷଧ ପ୍ରଦାନ କରିବାର ବ୍ୟବସ୍ଥା ଆରମ୍ଭ କରିଥିଲେ । ଯାହାକୁ ୱାନ୍ ରୁପିଜ୍‌ ମେଡିସିନ ସେବା କହା ଯାଉଛି।

ଏହା ପରେ କ୍ଲିନିକ୍‌ ର ତୃତୀୟ ପ୍ରତିଷ୍ଠା ଦିବସ ଅବସରରେ ପୁଣି ଟଙ୍କିକିଆ ଗାଡ଼ି ସେବା ଆରମ୍ଭ କରିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ତାକ୍ତର ରାମ ଚନ୍ଦାନୀ ହଜାର ହଜାର ରୋଗୀଙ୍କୁ ଏହି ଟଙ୍କିକିଆ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ଟଙ୍କିକିଆ କ୍ଲିନିକର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଡାକ୍ତର ଶଙ୍କର ରାମ ଚନ୍ଦାନୀ ଓ ତାଙ୍କ ପତ୍ନୀ ଶିଖା ରାମ ଚନ୍ଦାନୀଙ୍କ ସମେତ ବହୁ ସଂଖ୍ୟରେ ରୋଗୀ ଉପସ୍ଥିତ ରହି କେକ୍ କାଟି କ୍ଲିନିକ ପ୍ରତିଷ୍ଠା ଦିବସ ପାଳନ କରିଥିଲେ ।
Published by:Soumya Das
First published: