ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲଜ୍ୟା; ୧୨ ବର୍ଷର ଝିଅ ଗର୍ଭବତୀ

ରାଜଧାନୀ ଭୁବନେଶ୍ୱରରେ ଲଜ୍ୟା । ଜଣେ ୧୨ ବର୍ଷର ନାବାଳିକାଙ୍କ ସହ ଦୈହିକ ସମ୍ପର୍କ ରଖି ଜଣେ ବ୍ୟକ୍ତି ଗର୍ଭବତୀ କରିଥିବା ଖବର ସାମ୍ନାକୁ ଆସିଛି ।

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲଜ୍ୟା; ୧୨ ବର୍ଷର ଝିଅ ଗର୍ଭବତୀ

ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲଜ୍ୟା; ୧୨ ବର୍ଷର ଝିଅ ଗର୍ଭବତୀ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକା ଗର୍ଭବତୀ ହୋଇଥିବା କଥା ସାମ୍ନାକୁ ଆସିଛି । ନାବାଳିକା ଜଣକୁ ଘରୋଇ ସହାୟିକା ଭାବରେ କାର୍ଯ୍ୟ କରାଯାଉଥିଲା । ଏ ନେଇ ଚଦ୍ରଶେଖରପୁର ଥାନାରେ ଅଭିଯୋଗ ହେବା ପରେ କମିଶନରେଟ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ସୂଚନାନୁସାରେ, ନୀଳାଦ୍ରିବିହାର ନିକଟରେ ଏକ ବସ୍ତିରେ ଜଣେ ୨୩ ବର୍ଷର ଯୁବକ ଜର୍ଜ ଦିଗାଲ ରହୁଥିଲେ । ସେ ଘଟଣାର ଅଭିଯୁକ୍ତ ବୋଲି ଜଣା ପଡ଼ିଛି । ଶିଶୁ କଲ୍ୟାଣ କମିଟିରେ ଅଭିଯୋଗ ହେବାପରେ ନାବାଳିକାକୁ ଉଦ୍ଧାର କରାଯିବା ସହ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଅଧିକ ପଚରାଉଚରା କରୁଛି ।

ଶିଖରଚଣ୍ଡୀ ନିକଟସ୍ଥ ଏକ ଗ୍ରାମରେ ନାବାଳିକାଙ୍କ ଘର । ସେ ଗରିବଶ୍ରେଣୀର ହୋଇଥିବାରୁ ଜର୍ଜ ନାବାଳିକାଙ୍କ ପରିବାର ଲୋକଙ୍କୁ ଅନେକ ପ୍ରତିଶୃତି ଦେଇ ନାବାଳିକାଙ୍କୁ ଭୁବନେଶ୍ୱର ଆଣିଥିଲା । ଭୁବନେଶ୍ୱରରେ ନାବାଳିକାଙ୍କୁ ନିର୍ଯ୍ୟାତନା ଦେବା ସହ ବାରମ୍ୱାର ଦୈହିକ ସମ୍ପର୍କ ସ୍ଥାପନ କରିଥିଲା । ଫଳସ୍ୱରୂପ ନାବାଳିକ ଜଣକ ଗର୍ଭବତୀ ହୋଇଛନ୍ତି । ଗର୍ଭବତୀ ହେବା ସମ୍ପର୍କରେ ଜାଣିବା ପରେ ଜର୍ଜ ଏକଥା କାହାକୁ ନଜଣାଇବାକୁ ନାବାଳିକାକୁ କହିଥିଲା । ନାବାଳିକା ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ଜର୍ଜ ଭୟରେ କୌଣସି ଡାକ୍ତରଙ୍କ ପରାମର୍ଶ କରିପାରୁନଥିଲେ । ଶେଷରେ ନିକଟସ୍ଥ ଅଙ୍ଗୱାଡି କେନ୍ଦ୍ରକୁ ଯାଇଥିଲେ ନାବାଳିକା । ଅଙ୍ଗନୱାଡି କର୍ମୀ ନାବାଳିକାଙ୍କ ଅବସ୍ଥା ଦେଖି ପଚରାଉଚରା କରିବାରୁ ସତ ସାମ୍ନାକୁ ଆସିଛି ।

ଅଙ୍ଗନୱାଡି କର୍ମୀ ସତ ଜାଣିବା ପରେ ଏସମ୍ପର୍କରେ ଖୋର୍ଦ୍ଧା ସିଡବ୍ଲୁସି ନିକଟରେ ଅଭିଯୋଗ କରିଥିଲେ । ପରେ ସିଡବ୍ଲ୍ୟୁସିର ପକ୍ଷରୁ ପୋଲିସ ସହଯୋଗରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବସ୍ତିରେ ତନାଘନା କରାଯାଇଥିଲା । ନାବାଳିକାଙ୍କୁ ଅଧିକ ପଚରାଉଚରା କରାଯିବା ସହ ତାଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଥିବା ଜଣାପଡିିଛି ।

ପୋଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ, ଅଭିଯୁକ୍ତ ଜର୍ଜ ଅନେକ ଅନୈତିକ କାର୍ଯ୍ୟକଳାପରେ ସମୃକ୍ତ ରହିଛି । ନିଶା କାରବାରଠାରୁ ଆରମ୍ଭ କରି ଗରିବ ଶ୍ରେଣୀର ଯୁବତୀଙ୍କୁ ପ୍ରେମରେ ଫସାଇବା ଓ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିବା ପରି ମାମଲା ରହିଥିବା ସୂଚନା ମିଳିଛି । ପୂର୍ବରୁ ଜର୍ଜ ନିଜ ବାପାଙ୍କ ସରକାରୀ କ୍ୱାଟରେ ରହୁଥିଲା କିନ୍ତୁ ବାପାଙ୍କ କାର୍ଯ୍ୟ ସରିବା ପରେ ଜର୍ଜକୁ ସରକାରୀ କ୍ୱାଟର ଛାଡିବାକୁ ପଡିଥିଲା । ପରେ ସେ ନିକଟସ୍ଥ ଏକ ବସ୍ତିରେ ରହୁଥିଲା ।

ଜର୍ଜର ଏପରି କାର୍ଯ୍ୟକଳାପ ଉପରୁ ପରଦା ହଟିବା ପରେ ଏବେ ସମଗ୍ର ଅଞ୍ଚଳରେ ଏନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଅଭିଯୁକ୍ତ ଜର୍ଜ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏଥିସହ ଏପରି ଲୋକଙ୍କ ଠାରୁ ନିଜକୁ ସତର୍କ ରଖିବା ପାଇଁ ମଧ୍ୟ ଆଲୋଚନା ହେଉଛି । ଗରିବଶ୍ରେଣୀର ଲୋକଙ୍କୁ ଅନେକ ସମୟରେ ପ୍ରଲୋଭନ ଦେଖାଯାଉଥିବାରୁ ଏବଂ ଏପରି ଘଟଣା ବାରମ୍ୱାର ସାମ୍ନାକୁ ଆସୁଥିବାରୁ ଏନେଇ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ମଧ୍ୟ ଦାବି ହୋଇଛି ।
Published by:Soubhagya Mishra
First published: