ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦରକୁ ବିରୋଧ କଲେ ଶଙ୍କରାଚାର୍ଯ୍ୟ; ‘‘ତପୋଭୂମି ଭୋଗ ଭୂମି ହୋଇଯିବ’’

ପୁରୀଠାରୁ ମାତ୍ର ୫୦ କିଲୋମିଟର ଦୂର ଭୁବନେଶ୍ୱରରେ ଏକ ବିମାନବନ୍ଦର ଥିବା ସତ୍ତ୍ୱେ ପୁରୀରେ ବିମାନ ବନ୍ଦର ହେଲେ ଗୋବଂଶ ସଂରକ୍ଷଣ ପାଇଁ ଗୋଚର ଭୂମି ଲୋପ ପାଇବ ଓ ଏହି ତୀର୍ଥ ଭୂମି ପର୍ଯ୍ୟଟନ କ୍ଷେତ୍ର ପାଲଟିଯିବ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଜଗଦଗୁରୁ ଶଙ୍କରାଚାର୍ଯ୍ୟ; (ଡାହାଣ) ପୁରୀରେ ଭି.କେ. ପାଣ୍ଡିଆନଙ୍କ ସହ ନବୀନ (ଫାଇଲ୍ ଫଟୋ)

ଜଗଦଗୁରୁ ଶଙ୍କରାଚାର୍ଯ୍ୟ; (ଡାହାଣ) ପୁରୀରେ ଭି.କେ. ପାଣ୍ଡିଆନଙ୍କ ସହ ନବୀନ (ଫାଇଲ୍ ଫଟୋ)

  • Share this:
News18 Odia Digital

ପୁରୀ: ରାଜ୍ୟର ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ସହର ନିକଟରେ ଏକ ଆନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ କରିବା ଦିଗରେ ଯୋଜନା ଓ କାର୍ଯ୍ୟରେ ଅଗ୍ରଗତି ହେଉଥିବାରୁ ବିଶ୍ୱ ଐତିହ୍ୟ ସହର ହେବାକୁ ଯାଉଥିବା ପୁରୀ ପ୍ରକୃତରେ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ହୋଇପାରିବ ବୋଲି ଆଶା ବଢ଼ିଛି । ହେଲେ ଶ୍ରୀକ୍ଷେତ୍ରରେ ବିମାନବନ୍ଦର ହେଲେ ଏହି ପବିତ୍ର ସ୍ଥାନ ତପୋଭୂମି ବଦଳରେ ଭୋଗ ଭୂମି ହେବ ବୋଲି କହି ଏହି ପ୍ରକଳ୍ପକୁ ବିରୋଧ କରିଛନ୍ତି ଗୋବର୍ଦ୍ଧନ ପୀଠର ମଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

ପୁରୀରେ ବିମାନ ବନ୍ଦର ସ୍ଥାପନା ପାଇଁ କେନ୍ଦ୍ରୀୟ ବୈଷୟିକ ବିଶେଷଜ୍ଞ ଟିମକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜମିର ସବୁ ତଥ୍ୟ ଦିଆଯାଇଛି । ବୈଷୟିକ ଟିମ୍‌ ମଧ୍ୟ ପ୍ରି-ଫିଜିବିଲିଟି ରିପୋର୍ଟ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଦାଖଲ କରିଛି । ହେଲେ ଏ ସବୁ ମଧ୍ୟରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ ପ୍ରସ୍ତାବିତ ବିମାନ ବନ୍ଦରକୁ ନେଇ ଉଠାଇଛି ନୂଆ ବିବାଦ । ପୁରୀରେ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠାକୁ କଡ଼ା ବିରୋଧ କରିଛନ୍ତି ସେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସୀମା ପାର୍ କରି ଭାରତରେ ପଶିଲେ ଜଣ ପାକିସ୍ତାନୀ ନାବାଳକ; ସ୍କୁଲରେ ପିଲାଙ୍କୁ ଦେଖି କାନ୍ଦିପକେଇଲେ

‘‘ବିକାଶକୁ ମୁଁ ସର୍ବଦା ସମର୍ଥନ କରିଛି, କିନ୍ତୁ ବିକାଶର ସ୍ୱରୂପକୁ ଉଚିତ ଢଙ୍ଗରେ ବୁଝିବା ଆବଶ୍ୟକ । ଓଡି଼ଶାର ରାଜଧାନୀ ଭୁବନେଶ୍ୱରରେ ଏକ ବିମାନବନ୍ଦର ଅଛି । ତାହା ପୁରୀଠାରୁ ମାତ୍ର ୫୦ କିଲୋମିଟର ଦୂର। ତା’ ସତ୍ତ୍ୱେ ପୁରୀରେ ବିମାନ ବନ୍ଦର ହେଲେ ଗୋବଂଶ ସଂରକ୍ଷଣ ପାଇଁ ଆବଶ୍ୟକୀୟ ଗୋଚର ଭୂମି ଲୋପ ପାଇବ। ଏହା ତୀର୍ଥ ଭୂମି ନୁହେଁ, ବରଂ ପର୍ଯ୍ୟଟନ କ୍ଷେତ୍ର ପାଲଟିଯିବ। ପୁରୀ ଧର୍ମ ଓ ଆଧ୍ୟାତ୍ମିକତା ମଧ୍ୟରେ ସମ୍ବନ୍ଧ ପରମ୍ପରା ସୃଷ୍ଟି କରୁଥିବା ସ୍ଥଳ। ଏହାକୁ ଦିଶାହୀନ କରିବା ଅନୁଚିତ,’’ କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଜୁନରେ ପୁରୀ ଏୟାରପୋର୍ଟ ପାଇଁ ପ୍ରସ୍ତାବିତ ସ୍ଥଳ ଭ୍ରମଣ କରିଥିଲେ AAI ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ପାଣିରେ ନିଜ ପରିସ୍ରା ମିଶାଉଥିବା ଗୁପଚୁପ୍ ବିକାଳି ଗିରଫ ହେଲେ; VIDEO ଭାଇରାଲ୍ ହୋଇଥିଲା

ସେ ଆହୁରି କହିଛନ୍ତି, ‘‘ଶାସନତନ୍ତ୍ର ଯଦି ପୁରୀରେ କୌଣସି ଅଭିଯାନ କରିବାକୁ ଚାହୁଁଛନ୍ତି ତାଙ୍କ ସହ ଆଲୋଚନା କରି ଏହାର ଉପଯୋଗୀତା ପୂର୍ବକ କାର୍ଯ୍ୟ କରନ୍ତୁ । କିନ୍ତୁ ମୁଁ ବିମାନବନ୍ଦର ପ୍ରତିଷ୍ଠାକୁ ସମର୍ଥନ କରିବି ନାହିଁ । କେନ୍ଦ୍ର ସରକାରଙ୍କ ସହଭାଗୀତାରେ ହେଉ କି ରାଜ୍ୟ ସରକାରଙ୍କ ଅମଙ୍ଗଳ ସୂଚକ କାର୍ଯ୍ୟ ହେଉ, ତାକୁ ମୁଁ ସମର୍ଥନ କରିବି ନାହିଁ । ତୀର୍ଥଭୂମୀରେ ତୀର୍ଥ ପରମ୍ପରା ଲୋପ କରିବାର ଏହା ଏକ ହୀନ ପ୍ରୟାସ । ଯଦି ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହେ ତାହେଲେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ପ୍ରୟାସ ଆରମ୍ଭ କରିବି । ଏହା ସରକାରଙ୍କୁ ଶକ୍ତ ଆଘାତ ଲାଗିବ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩ଟି ଅଲିମ୍ପିକ୍ Gold ବିଜୟିନୀ ଆଥଲେଟ୍ କହିଲେ ସେ ମ୍ୟାଚ୍ ପୂର୍ବରୁ Sex କରନ୍ତି, କାରଣ ସଫଳତା ମିଳେ

ବରିଷ୍ଠ ଦଇତାପତି ସେବାୟତ ୫୨ ବର୍ଷୀୟ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି, ‘‘ବିମାନ ବନ୍ଦର ପାଇଁ ଚିହ୍ନଟ ହୋଇଥିବା ଜାଗାରେ କେବେ ଗାଈ ଚରିବା ଆମେ ଦେଖିନାହୁଁ କି ସେଠି କିଛି ବିକାଶ ହେଲେ ଗୋବଂଶ ଲୋପ ପାଇଯିବାର ସମ୍ଭାବନା ନାହିଁ । ତେଣୁ ଗୁରୁଜୀ କ’ଣ ଉଦ୍ଦେଶ୍ୟ ରଖି ଏମିତି କହିଛନ୍ତି ତାହା ସ୍ପଷ୍ଟ କରନ୍ତୁ । ପୁରୀ ବିଶ୍ୱ ଐତିହ୍ୟ ସହର ହେବାକୁ ଯାଉଥିବା ବେଳେ ଏଠି ଆନ୍ତର୍ଜାତୀୟ ବିମାନ ବନ୍ଦରଟିଏ ଆବଶ୍ୟକ । ପୁରୀ ଆଗାମୀ ଦିନରେ ପୂର୍ବ ଭାରତର ବିଜନେସ୍‌ ହବ୍‌ ହେବାକୁ ଯାଉଛି । ତେଣୁ ଗୁରୁଜୀଙ୍କ ବିରୋଧ ଯୁକ୍ତିଯୁକ୍ତ ନୁହେଁ ।’’

ଏହା ବି ପଢ଼ନ୍ତୁ | ରୁଷିଆର AK-47 ରାଇଫଲ୍ ଛାଡ଼ି ତାଲିବାନ୍ ଏବେ ଆମେରିକା-ନିର୍ମିତ ବନ୍ଧୁକ ବ୍ୟବହାର କରୁଛି

ଜିଲ୍ଲାପାଳ ସମର୍ଥ ବର୍ମାଙ୍କଠାରୁ ମିଳିଥିବା ସୁଚନା ଅନୁଯାୟୀ ବିମାନ ବନ୍ଦର ନେଇ ଅଗଷ୍ଟ ୨୬ରେ ଏକ ସ୍ୱତନ୍ତ୍ର ବୈଠକ ହୋଇଥିଲା । ପୁରୀର ଗିରଳ ଗ୍ରାମ ନିକଟରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥି ପାଇଁ ୧,୫୦୦ ଏକର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆସନ୍ତା ନିର୍ବାଚନ ପୂର୍ବରୁ ପୁରୀ ବିମାନ ବନ୍ଦର କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ଏବେ ଆଫଗାନ୍ ଯୁଦ୍ଧ ଶେଷ ହୋଇଛି; ଆମେ A to Z ସମସ୍ତଙ୍କୁ କ୍ଷମା କରିବୁ,’’ କହିଲା ତାଲିବାନ୍

ଏୟାରପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆର (ଏ.ଏ.ଆଇ.) ଅଧିକାରୀମାନେ ମଧ୍ୟ ଏହି ପ୍ରସ୍ତାବିତ ବିମାନ ବନ୍ଦର ନିର୍ମାଣ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଜମିର ସର୍ଭେ ସରିଛି । ପ୍ରି-ଫିଜିବିଲିଟି ରିପୋର୍ଟ ଟିମ୍‌ ଶୀଘ୍ର ଉପସ୍ଥାପନ କରିବେ । ଜମିରର କିସମ ଓ ଟପୋଗ୍ରାଫି ଯାଞ୍ଚ କାର୍ଯ୍ୟ ସରିଛି । ଏହା ପରେ ଆଗାମୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଧିକାରୀମାନେ ।



ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛା ଓ ପ୍ରୟାସ ଯୋଗୁଁ ଏହି ସହର ନିକଟରେ ଏକ ଆନ୍ତର୍ଜାତୀୟ ବିମାନ ବନ୍ଦର ସ୍ଥାପନ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଏବେ ତା’ର ବିକାଶ କାର୍ଯ୍ୟ ଚାଲିଥିବା ବେଳେ ଜଗଦଗୁରୁଙ୍କ ବିରୋଧକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି ।
Published by:Anand S.T. Das
First published: