କଟକରେ ଉଭୟ ଦଳର ପୋଷ୍ଟର ଲଗାଯାଇଛି
- News18 Odia
- Last Updated :
- Bhubaneswar | Odisha (Orissa)
News18 Odia Digital
ଭୁବନେଶ୍ୱର: କଟକରେ ଗୋଟିଏ ମଞ୍ଚରେ ବସିବେ ଅମିତ ଶାହ ଓ ନବୀନ ପଟ୍ଟନାୟକ । ରୁଦ୍ଧଦ୍ୱାର ବୈଠକରେ ଦଳୀୟ ପଦାଧକାରୀଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହ । ୨୦୨୪ ନିର୍ବାଚନ ପାଇଁ ଓଡିଶା ବିଜେପିକୁ ଶାହ ବାଟ ଦେଖାଇବେ।
ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଶାହ। ତେବେ ଅମିତ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଦୈନିକ ପ୍ରଜାତନ୍ତ୍ରର ଏହି ପ୍ରତିଷ୍ଠା ଉତ୍ସବ ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ଏହି ଉତ୍ସବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନ ରାଜନୈତିକ କମ୍ପନ ସୃଷ୍ଟି କରିଛି ।
କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ କଟକ ଗସ୍ତକୁ ଦୃଷ୍ଟିରେ ରଖି କଟକ କମିସନରେଟ୍ ପୁଲିସ ପକ୍ଷରୁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏଥିରେ ୪ଜଣ ଅତିରିକ୍ତ ଡିସିପି ଥିବାବେଳେ ୩୦ ଜଣ ଡିଏସ୍ପି, ୭୦ ଜଣ ଇନସ୍ପେକ୍ଟର୍, ଏସ୍ଆଇ ଓ ଏଏସ୍ଆଇ ୧୩୦ ମୁତୟନ ହେବେ। ସେଠାରୁ ବକ୍ସିବଜାର-ଚଣ୍ଡୀଛକ-ବାରବାଟୀ ଷ୍ଟାଡିୟମ୍ ଦେଇ ଇନ୍ଡୋର୍ ଷ୍ଟାଡିୟମ୍ରେ ୧୨ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଦିନ ପ୍ରାୟ ଗୋଟାଏ ବେଳେ କାର୍ଯ୍ୟକ୍ରମ ଶେଷ କରି ଭୁବନେଶ୍ବର ଅଭିମୁଖେ ଅମିତ ଶାହଙ୍କ କାରକେଡ୍ ଫେରିଯିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।