News18 Odia Digital
ପ୍ରଶ୍ନ: ପୁରୁଷମାନେ ମୋ ସହିତ ଭଲ ବ୍ୟବହାର କରନ୍ତି ନାହିଁ ଓ କେବଳ ସେମାନେ ସେକ୍ସ ପାଇଁ ମୋତେ ବ୍ୟବହାର କରନ୍ତି । ମୁଁ ଜାଣେ ନାହିଁ ଯେତେବେଳେ ସେମାନେ ମୋ ପ୍ରତି ଆଗ୍ରହୀ ହୁଅନ୍ତି ମୁଁ ସେମାନଙ୍କ ସହିତ କିପରି କଥାବାର୍ତ୍ତା କରିବି । ମୁଁ କ’ଣ କରିବି?ଉତ୍ତର: ଆମେ କାହାର ଆଚରଣକୁ ନିୟନ୍ତ୍ରଣ କରିପାରିବା ନାହିଁ । କିନ୍ତୁ କାହାକୁ ଆମ ସହ ଖରାପ ଆଚରଣ କରିବାକୁ ଅନୁମତି ଦେବା ଜାରି ରଖିବା କି ନାହିଁ, ତାଙ୍କର ଖରାପ ଆଚରଣ ସହିବା କି ନାହିଁ କିମ୍ବା ଜାଣିଶୁଣି ଏଥିରୁ ଦୂରେଇ ଯିବା ଓ ନିଜର ଆତ୍ମ ସମ୍ମାନକୁ ଏ ସବୁଠାରୁ ବଞ୍ଚାଇବା ଆଦି କଥାକୁ ଆମେ ନିଶ୍ଚିତ ଭାବରେ ନିୟନ୍ତ୍ରଣ କରିପାରିବା ।ଯଦି ଆପଣଙ୍କର ପୁରୁଷମାନଙ୍କ ସହିତ ଭଲ ସମ୍ପର୍କ ନ ଥିବାର ଏକ ଇତିହାସ ଅଛି, ତେବେ ଏହା ଜରୁରୀ ଯେ ଆପଣ ଆପଣଙ୍କର ସୀମା ବିଷୟରେ ଅନୁଧ୍ୟାନ କରନ୍ତୁ ଓ କିମ୍ବା କିଛି ନ ବୁଝି ଏହା ଦେଖିବାକୁ ଚେଷ୍ଟା କରନ୍ତୁ ଯେ ଆପଣ ନିଜ ସାଥୀଙ୍କୁ ଆପଣଙ୍କର ନିୟନ୍ତ୍ରଣ କିପରି ଦିଅନ୍ତି ।
ଏହା ବି ପଢ଼ନ୍ତୁ | ‘ସାର୍, ମୁଁ ମୋ’ ଝିଅର ମୁଣ୍ଡ କାଟି ତାକୁ ମାରିଦେଇଛି’: କଟା ମୁଣ୍ଡ ଧରି ପୋଲିସକୁ କହିଲା ବାପାଆମର ଅତୀତର ଅଭ୍ୟାସ ଆମକୁ ବହୁତ କିଛି ଶିଖାଏ ଓ ତାହା ଆମର ବର୍ତ୍ତମାନ ଓ ଆମର ଭବିଷ୍ୟତକୁ ମଧ୍ୟ ଆକୃଷ୍ଟ କରିବାରେ ସକ୍ଷମ ହୋଇଥାଏ । ଆରମ୍ଭରେ ଏହା ଦେଖନ୍ତୁ ଯେ ଆପଣ ଭେଟୁଥିବା ପୁରୁଷମାନେ ସେମାନଙ୍କ ନିଜ ଇଚ୍ଛା ସ୍ପଷ୍ଟ କରିଛନ୍ତି କି ନାହିଁ ଓ ଏହି ସମ୍ପର୍କରୁ ସେମାନେ କ’ଣ ଆଶା କରୁଛନ୍ତି । ଅନେକ ଥର ସମ୍ପର୍କ ଜାରି ରଖିବାର ନିରାଶାରେ ବେଳେବେଳେ ଆମେ ଆମର ଅଂଶୀଦାରମାନଙ୍କ ଖରାପ ଆଚରଣକୁ ଯଥାର୍ଥ କରିବା ପାଇଁ ଅନେକ ବାହାନା କରିଥାଉ । ଆମର ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ସୁସ୍ଥ ସୀମା ସ୍ଥିର କରିବା ଉଚିତ । ଯାହା ଆମ ପାଇଁ ଭଲ ଓ ଆମର ସମ୍ଭାବ୍ୟ ଅଂଶୀଦାରମାନଙ୍କ ସହିତ ସଂଯୋଗ କରିବାକୁ ଆମକୁ ସାହାଯ୍ୟ କରିବ । କାରଣ ଯେତେବେଳେ କେହି ଆପଣଙ୍କ ମହତ୍ତ୍ୱକୁ ଚିହ୍ନିଥାଏ ଓ ଆପଣଙ୍କ ବିଷୟରେ ଭଲ ଚିନ୍ତା କରେ । ସେତେବେଳେ ଆପଣ ତାଙ୍କୁ ତାହା ଦେଇପାରିବେ ଯାହା ସେ ଆପଣଙ୍କୁ ଦେବାରେ ସକ୍ଷମ ହେବେ ।
ଏହା ବି ପଢ଼ନ୍ତୁ | କି ନିର୍ଲଜ୍ଜ! ପାର୍କରେ ପିଲାମାନେ ଖେଳୁଥିବା ବେଳେ ତାଙ୍କ ସାମନାରେ ସେକ୍ସ କ୍ରିୟାରେ ଲାଗିଲେ ଦମ୍ପତିତେବେ ଏହିପରି ସୀମା କିପରି ନିର୍ଦ୍ଧାରଣ କରିବେ ଓ ଏହାକୁ କିପରି କାର୍ଯ୍ୟକାରୀ କରିବେ? ପ୍ରଥମ ପଦକ୍ଷେପ ହେଉଛି ଏକ ସମ୍ପର୍କର ମୂଲ୍ୟ କ’ଣ ଯାହା ସାଲିସ୍ ହୋଇପାରିବ ନାହିଁ । ଉଦାହରଣ ସ୍ୱରୂପ: ଯଦି ଜଣେ ବ୍ୟକ୍ତି ଏକ ସମ୍ପର୍କକୁ ଏକପାଖିଆ ଭାବରେ ବିବେଚନା କରେ ଯେଉଁଥିରେ ସେ ସବୁକିଛି ନେଇଥାଏ କିନ୍ତୁ କିଛି ଦେବାରେ ବିଫଳ ହୁଏ । ଥରେ ଆପଣ ସ୍ଥିର କଲେ କେଉଁ ମୂଲ୍ୟଗୁଡ଼ିକ ଆପଣଙ୍କ ପାଇଁ ମୂଲ୍ୟବାନ, ପରବର୍ତ୍ତୀ ପଦକ୍ଷେପ ହେଉଛି ସେମାନଙ୍କୁ ଏହା ବିଷୟରେ କହିବା, ବିଶେଷତଃ ଯେତେବେଳେ ପ୍ରଥମ ଥର ପାଇଁ ଏହି ସୀମା ଭଙ୍ଗ ହୁଏ । ଆପଣ ଏହାକୁ ଏହିପରି କହିପାରିବେ: "ଆପଣ ଏହି କଥା କହିଲେ ଓ ଏହା ମୋତେ ଠିକ ଲାଗିଲା ନାହିଁ " କିମ୍ବା "ଯେତେବେଳେ ଆପଣ ଏହା କହିଥିଲ, ମୁଁ ଭାବିଲି ଆପଣ ବୁଝନ୍ତି ଯେ ମୁଁ ଏହି ବିଷୟରେ କିଛି କହିବି ନାହିଁ ଓ ଏହା ମୋତେ ଅଶାନ୍ତ କରେ ।" ଦୟାକରି ଏହା କରନ୍ତୁ ନାହିଁ ” ଯେତେବେଳେ ଏକ ଘଟଣା ଘଟେ ଏହାର ସୀମା ବିଷୟରେ ସ୍ପଷ୍ଟ ଭାବରେ କହିବା ଜରୁରୀ ଅଟେ । ଯାହା ଦ୍ୱାରା ଏହିପରି ଘଟଣା ଆଗକୁ ନହୁଏ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କିଏ ଏହି ୨୫-ବର୍ଷୀୟା ସୁନ୍ଦରୀ ଅନୁପମା ଯାହାଙ୍କୁ ଜସପ୍ରୀତ ବୁମ୍ରା ବିବାହ କରିବାକୁ ଯାଉଛନ୍ତି? PHOTOSସୁସ୍ଥ ସୀମା ନିର୍ଣ୍ଣୟ କରିବାକୁ ସମୟ ଲାଗେ ଓ ଧାର୍ଯ୍ୟ ଆବଶ୍ୟକ କରେ । ଏହା ମଧ୍ୟ ମନେ ରଖିବା ଜରୁରୀ ଯେ ଏକ ସୀମା ସ୍ଥିର କରିବାର ଏହାର ପରିଣାମ ମଧ୍ୟ ରହିଛ । ଯଦି କେହି ସୀମା ଉଲ୍ଲଂଘନ କରନ୍ତି ଓ ଆପଣ ଏହା ବିଷୟରେ କିଛି କୁହନ୍ତି ନାହିଁ । ତେବେ ଆପଣ ଆପଣଙ୍କ ସମ୍ପର୍କକୁ ପୁନର୍ବିଚାର କରିବା ଉଚିତ ଓ ଦେଖିବା ଉଚିତ କି ଏଥିରେ ଆପଣଙ୍କୁ ସେହି ସମ୍ମାନ ମୁଳୁଛି ତ ଯାହା ପାଇଁ ଆପଣ ହକଦାର ।
ଏହା ବି ପଢ଼ନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞବର୍ତ୍ତମାନ ଆସନ୍ତୁ ଏହାର ଦ୍ୱିତୀୟ ଭାଗ ବିଷୟରେ ବିଚାର କରିବା ଯାହା ସେହି ବ୍ୟକ୍ତିଙ୍କ ସହିତ ସଂଯୋଗ ସ୍ଥାପନ କରିବା ସହ ନିଜର ଅସୁରକ୍ଷିତତା ବିଷୟରେ କହିବା ସହିତ ଜଡ଼ିତ । ଏହି ବିଷୟକୁ ପରୀକ୍ଷା କରିବାର ସବୁଠାରୁ ସହଜ ଉପାୟ ହେଉଛି ଧୀର ଚାଲିବା । ଜଣେ ବ୍ୟକ୍ତିଙ୍କ ସହିତ ଅନେକ ଥର ଯୋଗାଯୋଗ ତାଙ୍କୁ ଭଲଭାବେ ଜାଣିବାରେ ସାହାଯ୍ୟ କରେ । ଯଦି ସମ୍ଭବ, ଏପରି ଏକ ସ୍ଥାନରେ ଏହା କରନ୍ତୁ ଯେଉଁଠାରେ କଥା ବିଗିଡ଼ିବା ହେବାର ସମ୍ଭାବନା କମ୍ ରହିଛି । ଆପଣ ଏପରି ପ୍ରଶ୍ନ ପଚାରିପାରିବେ: "ଆପଣଙ୍କ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ’ଣ?", "ଆପଣ ଆପଣଙ୍କ ବ୍ୟକ୍ତିଗତ ଜୀବନକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କେଉଁଠାରେ ଦେଖୁଛନ୍ତି?", କିମ୍ବା ଆପଣ ଏହା ମଧ୍ୟ ପ୍ରଶ୍ନ ପଚାରିପାରିବେ ଯେ ସେ ଆପଣଙ୍କ ଏହା ଗୁରୁତ୍ୱପୂର୍ଣ୍ଣ, ଉଦାହରଣ ସ୍ୱରୂପ, "କ’ଣ? ଆପଣ ସେହି ବ୍ୟକ୍ତିଙ୍କ ବିଷୟରେ କଣ ଭାବନ୍ତି ? "
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଏହି ମହିଳା ନିଜ କାଖରୁ କ୍ଷୀର ବାହାର କରି ସ୍ତନ୍ୟପାନ କରାଇପାରୁଛନ୍ତି! VIDEO ଶେୟାର୍ କଲେଏଥିସହ ଜଣେ ବ୍ୟକ୍ତି ପ୍ରକୃତରେ ଆପଣଙ୍କ ପ୍ରତି ଆଗ୍ରହୀ କି ନାହିଁ କିମ୍ବା ଏହିପରି ସମ୍ପର୍କ ରଖିବାକୁ ଚାହାଁନ୍ତି କି ନାହିଁ ତାହା ମଧ୍ୟ ଦର୍ଶାଏ ଯେ ସେ ଆପଣଙ୍କ ପ୍ରତି କେତେ ଆଗ୍ରହୀ ଓ ସେ ଆପଣଙ୍କୁ ଜଣେ ବ୍ୟକ୍ତି ଭାବରେ କ’ଣ ଭାବନ୍ତି । ଯଦି ତାଙ୍କ ସହିତ ଆପଣଙ୍କ ବାର୍ତ୍ତାଳାପ ଏକପାଖିଆ ଓ ସେ ସିଧାସଳଖ ଯୌନ କାର୍ଯ୍ୟକଳାପ ବିଷୟରେ କଥାବାର୍ତ୍ତା କରନ୍ତି । ତେବେ ଏହା ଏକ ସୂଚକ ହୋଇପାରେ ଯେ ସେ ସେକ୍ସ ପ୍ରତି ଅଧିକ ଆଗ୍ରହୀ ଓ ଭାବପ୍ରବଣତା ସୃଷ୍ଟି କରିବାରେ ନୁହେଁ ।
ଆପଣ କାହା ସହିତ ଯେତେ ଅଧିକ ବେଡ୍ରୁମ ବାହାରେ କଥାବାର୍ତ୍ତା କରନ୍ତି ଓ ସମୟ ଅତିବାହିତ କରନ୍ତି ଆପଣ ତାଙ୍କ ବିଷୟରେ ସେତେ ଅଧିକ ଜାଣି ପାରିବେ ଯେ ସେ କିପରି, ସେ କିପରି ବ୍ୟବହାର କରନ୍ତି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣଙ୍କ ମୂଲ୍ୟଗୁଡ଼ିକ ତାଙ୍କୁ ମେଳ କରେ କି ନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।