News18 Odia Digital
ପ୍ରଶ୍ନ: ଯଦି ନିଜ ସାଥୀ ପ୍ରତାରଣା କରୁଛି ତେବେ ଏହି ସତ୍ୟତା ଜାଣିବା ପାଇଁ ଟ୍ରାକିଂ ଓ ଅଡ଼ିଓ ରେକର୍ଡ ବ୍ୟବହାର କରିବା କ'ଣ ଭୁଲ୍ ଅଟେ?ଉତ୍ତର: ଆପଣ ଯଦି ଏପରି ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଅନୁଭବ କରୁଛନ୍ତି ତେବେ ଏହା ପ୍ରମାଣ କରେ ଯେ ଆପଣଙ୍କର ନିଜ ସାଥୀ ଉପରେ ବିଶ୍ୱାସ ନାହିଁ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣଙ୍କ ସାଥୀ ଆପଣଙ୍କୁ ମିଛ କହୁଛି ଓ ଆପଣ ତାଙ୍କ ସହିତ ସଚ୍ଚୋଟ ଭାବରେ ଯୋଗାଯୋଗ କରିପାରିବେ ନାହିଁ ତେବେ ଆପଣ ଏହି ସମ୍ପର୍କ ବିଷୟରେ ଚିନ୍ତା କରିବା ଉଚିତ୍ ।
ଜୀବନର ଯେକୌଣସି ସମ୍ପର୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଧାର ହେଉଛି ସତ୍ୟତା । ସମ୍ପର୍କରେ ଓ ଏପରିକି ବିବାହରେ ମଧ୍ୟ ଆପଣଙ୍କର ଗୋପନୀୟତା ଅଧିକାର ଅଛି । ଯେତେବେଳେ ଆମେ କାହା ସହିତ ରହିଥାଉ ତେବେ ଏହାର ଅର୍ଥ ନୁହେଁ ସେହି ଜଣେ ବ୍ୟକ୍ତି ପାଖରେ ଆମର ଅସ୍ତିତ୍ୱର ପରି ସମାପ୍ତି ହୋଇଯାଏ । ତେଣୁ ଯଦି ଆପଣ ଆପଣଙ୍କ ସାଥୀଙ୍କ ଉପରେ ଗୁପ୍ତଚର ଲଗାଉଛନ୍ତି ଓ ଏଥିପାଇଁ ଟ୍ରାକିଂ କିମ୍ବା ରେକର୍ଡିଂ ଉପକରଣ ବ୍ୟବହାର କରୁଛନ୍ତି । ତେବେ ଆପଣ ତାଙ୍କୁ ସେହି ଅଧିକାର ଓ ସମ୍ମାନ ଦେବାକୁ ଅସ୍ବୀକାର କରୁଛନ୍ତି ।
ଆପଣଙ୍କୁ ତାଙ୍କୁ ଏତେ ସ୍ଥାନ ଦେବାକୁ ପଡିବ ଯେ ସେ ଶାନ୍ତିରେ ନିଶ୍ୱାସ ନେଇପାରିବେ ଓ କେଉଁଠାରେ ବି ନିଜର ସ୍ୱାଧୀନତାକୁ ବ୍ୟବହାର କରିପାରିବେ । ତାଙ୍କର ଭିଡିଓ କିମ୍ବା ଅଡିଓ ତିଆରି କରିବା ନୈତିକତା ଦୃଷ୍ଟିରୁ ଭୁଲ ଅଟେ । ସେଗୁଡିକୁ ନିୟନ୍ତ୍ରଣ କରିବାରେ ଆପଣ ନିଜ ସମୟ ଓ ଶକ୍ତି ଖର୍ଚ୍ଚ କରିବା ଉଚିତ୍ ନୁହେଁ । ସମସ୍ୟାର ପ୍ରତ୍ୟକ୍ଷ ସମାଧାନ ଖୋଜନ୍ତୁ । ତାଙ୍କୁ କୁହ ଯେ ବିଶ୍ୱାସର ଅଭାବର ଏକ ମାମଲା ଉଠିଛି ଓ ଏହାର ସମାଧାନ ହେବା ଆବଶ୍ୟକ ।
ଆପଣ ଆପଣଙ୍କ ବିଶ୍ୱାସର ପ୍ରସଙ୍ଗକୁ ନେଇ ସିଧାସଳଖ କଥା ହେବା ଉଚିତ ଓ ସମାଧାନ ଏପରି ହେବା ଉଚିତ ଯେ ଆପଣ ଏହି ସମ୍ପର୍କରେ ନିଜକୁ ସୁରକ୍ଷିତ ମାନିବେ । ଆପଣ ଥରେ କିମ୍ବା ଦୁଇଥର ଅଡିଓ / ଭିଡିଓ ଟ୍ରାକିଂ ଉପକରଣ ବ୍ୟବହାର କରିପାରନ୍ତି କିନ୍ତୁ ଆପଣ ସବୁବେଳେ ସେଗୁଡିକୁ ବ୍ୟବହାର ମଧ୍ୟ କରିପାରିବେ ନାହିଁ । ଏହା ଆଦୌ ସମ୍ଭବ ନୁହେଁ । ତେଣୁ ପରିପକ୍ୱ ଉପାୟ ହେଉଛି ତାଙ୍କ ଉପରେ ଗୁପ୍ତଚର ଲଗାଇବା ଅପେକ୍ଷା ଆପଣଙ୍କ ସାଥୀ ସହିତ ବିଶ୍ୱାସ ଗଢ଼ିବା ଉପରେ ଧ୍ୟାନ ଦିଅନ୍ତୁ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।