ଭୁବନେଶ୍ୱରରେ ଚାକିରି ଦେବା ନାଁରେ ଚାଲିଥିଲା ସେକ୍ସ ରାକେଟ୍; ୪ ଯୁବତୀ ଉଦ୍ଧାର ହେଲେ; ଦଲାଲ ଗିରଫ

ଚଢ଼ାଉ ବେଳେ କଥିତ କନସଲଟାନ୍ସି ଅଫିସରୁ ଜବତ ହୋଇଛି ବିପୁଳ ପରିମାଣର କଣ୍ଡୋମ ଓ ଗର୍ଭନିରୋଧକ ବଟିକା । ସେହି ଘରକୁ ସିଲ୍ କରିବା ପରେ ଏବେ ତାକୁ ବେଶ୍ୟାଳାୟ ଘୋଷଣା କରିବାକୁ ପକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ ।

ପୋଲିସ ଦୁଇ ଦିନରେ ଦୁଇ ଥର ରେଡ୍ କରିଥିଲା ଏହି କଥିତ କନସଲଟାନ୍ସି ଅଫିସରେ ।

ପୋଲିସ ଦୁଇ ଦିନରେ ଦୁଇ ଥର ରେଡ୍ କରିଥିଲା ଏହି କଥିତ କନସଲଟାନ୍ସି ଅଫିସରେ ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଚାକିରି ଦେବା ନାଁରେ ଯୁବତୀମାନଙ୍କୁ ନେଇ ଦେହ ବ୍ୟବସାୟରେ ଲଗାଉଥିବା ଅଭିଯୋଗରେ ଜଣେ ଦଲାଲକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଗିରଫ ଅଭିଯୁକ୍ତ ରାଉଲକେଲାର ମୂଳ ବାସିନ୍ଦା ଲକ୍ଷ୍ମୀନାରାୟଣ ପଟ୍ଟନାୟକ (୩୮) ଚାକିରି ଦେବା ନାଁରେ ଏକ କନସଲଟାନ୍ସି ଖୋଲି ବିଭିନ୍ନ ଜିଲ୍ଲାର ଯୁବତୀମାନଙ୍କୁ ଭୁବନେଶ୍ୱର ଆଣି ଦେହ ବ୍ୟବସାୟରେ ଲିପ୍ତ କରୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

ପଟ୍ଟନାୟକଙ୍କ ଠକେଇର ଶିକାର ହୋଇଥିବା ଜଣେ ଯୁବତୀ ରବିବାର ଦିନ ମଞ୍ଚେଶ୍ଵର ଥାନାରେ ତାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରିବା ପାଇଁ କଥିତ ରୂପେ କନସଲଟାନ୍ସି ଚାଲିଥିବା ଘରେ ରେଡ଼ କରିଥିଲା । ରେଡ଼ ବେଳେ ଜଣେ ବ୍ୟକ୍ତି ଉଲଗ୍ନ ହୋଇ ପଳାଇଥିବା ମଞ୍ଚେଶ୍ଵର ଥାନା ପୋଲିସ ପକ୍ଷରୁ କୁହାଯାଇଛି । ପରେ ଘର ଭିତରୁ ଚାରି ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଲଷ୍ମୀନାରାୟଣ ପଟ୍ଟନାୟକଙ୍କୁ ଗିରଫ କରିଥିଲା ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘Antim’ Trailer Out: ସଲମାନ୍ ଖାନଙ୍କଅନ୍ତିମ୍ଫିଲ୍ମର ଟ୍ରେଲର୍ ଆସିଗଲା; ଦେଖନ୍ତୁ ଧମାକାଦାର୍ VIDEO

‘‘କେନ୍ଦ୍ରାପଡା ଜିଲ୍ଲାର ମୂଳ ବାସିନ୍ଦା ଏହି ଯୁବତୀ ଥାନାରେ ନିଜ ଅଭିଯୋଗରେ କହିଥିଲେ ଯେ ସେ ଚାକିରୀ ପାଇଁ ମଞ୍ଚେଶ୍ଵର ସତ୍ୟବିହାର ଅଞ୍ଚଳରେ ଥିବା ଲଷ୍ମୀ କନସଲଟେନ୍ସି ସହ ଯୋଗାଯୋଗ କରିଥିଲେ । ପରେ ସେ ଭୁବନେଶ୍ୱର ଆସିବାରୁ ତାଙ୍କୁ ସେହି ଘରକୁ ନିଆଯାଇଥିଲା । ଚାକିରୀ ଦେବା ପରିବର୍ତ୍ତେ ଦେହ ବ୍ୟବସାୟରେ ଲିପ୍ତ ହେବାକୁ ତାଙ୍କୁ କୁହାଯାଇଥିଲା । ଯୁବତୀ ଜଣକ କୌଶଳ କ୍ରମେ ସେଠାରୁ ଖସି ଆସି ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପରେ ଆମେ ସେହି ଘରେ ଚଢ଼ାଉ କରିଥିଲୁ ଓ ଚାରି ଜଣ ଯୁବତୀଙ୍କୁ ସେହି ଘରୁ ଉଦ୍ଧାର କରିଥିଲୁ । ଲଷ୍ମୀନାରାୟଣଙ୍କୁ ଗିରଫ କରାଯାଇଛି,’’ କହିଛନ୍ତି ଭୁବନେଶ୍ୱର ଜୋନ୍‌-୫ ଏ.ସି.ପି. ସଞ୍ଜୀବ ଶତପଥୀ ।

ଗିରଫ ଅଭିଯୁକ୍ତ ରାଉଲକେଲାର ମୂଳ ବାସିନ୍ଦା ଲକ୍ଷ୍ମୀନାରାୟଣ ପଟ୍ଟନାୟକ


ଏହା ବି ପଢ଼ନ୍ତୁ | ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସଂସର୍ଗରେ ରହିଲେ; ସ୍ୱାମୀ କଣ୍ଡୋମ୍‌ ଯୋଗାଇଲେ

ତଦନ୍ତ ବେଳେ ଜଣା ପଡିଥିଲା ଯେ ଲଷ୍ମୀନାରାୟଣ ସେହି ଘରକୁ ଏକ ବର୍ଷରୁ ଅଧିକ ସମୟ ତଳେ ଭଡ଼ାରେ ନେଇଥିଲେ ଓ ମାସକୁ ଭଡା ବାବଦରେ ୪୦ ହଜାର ଟଙ୍କା ଦେଉଥିଲେ । ଘରର ମାଲିକ ୟୁନିଟ-୧ ଅଞ୍ଚଳର ଜଣେ ମହିଳା । ଲଷ୍ମୀନାରାୟଣ ଗରିବ ଝିଅମାନଙ୍କୁ ଆଣି ଦେହ ଧନ୍ଦାରେ ଲଗାଉଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । 

ଏହା ବି ପଢ଼ନ୍ତୁ | PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ

‘‘ମଞ୍ଚେଶ୍ଵର ଥାନା ଅଧିକାରୀ ଏବେ ଏହି ଘଟଣାର ତଦନ୍ତ କରୁଛନ୍ତି । ଯଥେଷ୍ଟ ପ୍ରମାଣ ମିଲିଲେ ସେହି ଘରକୁ ଆମେ ବେଶ୍ୟାଳାୟ ଘୋଷଣା କରିବାକୁ ପୋଲିସ କମିଶନରଙ୍କୁ ଲେଖିବୁ । କାରଣ ସେହି ସ୍ଥାନଟି ଏକ ଜନଗହଳି ପୂର୍ଣ୍ଣ ସ୍ଥାନ । ପାଖରେ ସ୍କୁଲ୍‌, ନର୍ସିଂ ହୋମ୍‌ ଓ ମନ୍ଦିର ଆଦି ରହିଛି । ଏଭଳି ସ୍ଥାନରେ ଏ ସବୁ କାମ ଚାଲିଲେ ତାକୁ ଆଇନ ଅନୁସାରେ ବେଶ୍ୟାଳୟ ଘୋଷଣା କରାଯାଇଥାଏ,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | T20 World Cup: ପାକିସ୍ତାନ ସହ ଖେଳ ବେଳେ ଦର୍ଶକମାନେ ଶୋଏବ୍ ମଲିକଙ୍କୁ ଜିଜାଜୀ ଡାକିଲେ; ସାନିଆ ଖୁସି

ସୋମବାର ଦିନ ବି ପୁଣି ଥରେ ସେହି ଘରେ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ଘରୁ ଜବତ ହୋଇଥିଲା ବିପୁଳ ପରିମାଣର କଣ୍ଡୋମ୍‌ ଓ ଗର୍ଭନିରୋଧକ ବଟିକା ଭଳି ଆପତ୍ତିଜନକ ସାମଗ୍ରୀ । ଘରର ଉପର ମହଲରେ ତିନିଟି ବେଡ଼ରୁମ୍‌ ରହିଛି । କନସଲଟାନ୍ସି ଚାଲିଥିବା ଅଫିସରୁ ଏକାଧିକ ଯୁବକଙ୍କ ଆଇଡ଼ି କାର୍ଡ଼ ସାଙ୍ଗକୁ ବ୍ୟାଙ୍କ୍‌ ପାସବୁକ ଜବତ କରିଛି ପୋଲିସ ।

ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

ହେଲେ ଗିରଫ ଅଭିଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ବିରୋଧରେ ମିଛ ଅଭିଯୋଗ କରାଯିବା ପରେ ପୋଲିସ ଏହି ପଦକ୍ଷେପ ସବୁ ନେଉଛି । ‘‘ଏଠି କୌଣସି ପ୍ରକାରର ଦେହ ବ୍ୟବସାୟ ଚାଲୁ ନ ଥିଲା । ଅଭିଯୋଗ ଆଣିଥିବା ଯୁବତୀଙ୍କୁ ଭଲ ଖାଇବାକୁ ଦିଆଯାଇ ନ ଥିବାରୁ ସେ ଏଭଳି ଅଭିଯୋଗ କରିଛନ୍ତି,’’ କହିଛନ୍ତି ପଟ୍ଟନାୟକ ।
Published by:Anand S.T. Das
First published: