ରଙ୍ଗେହାତ ଧରାପଡ଼ିଲା ସେକ୍ସ ରାକେଟ; ଅସଞ୍ଜତ ଅବସ୍ଥାରେ ୫ଯୁବକଙ୍କ ସହ ମହିଳା ଗିରଫ

ଆଧ୍ୟାତ୍ମିକ ସହର ପୁରୀରେ ଲୁଚାଛପାରେ ଚାଲିଥିଲା ସେକ୍ସ ରାକେଟ । ପାଇକସାହି ସ୍ଥିତ ଏକ ଭଡାଘରେ ଏହି ରାକେଟ ଚାଲିଥିବା ବେଳେ ଅସଞ୍ଜତ ଅବସ୍ଥାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି ।

ରଙ୍ଗେହାତ ଧରାପଡ଼ିଲା ସେକ୍ସ ରାକେଟ; ଅସଞ୍ଜତ ଅବସ୍ଥାରେ ୫ଯୁବକଙ୍କ ସହ ମହିଳା ଗିରଫ

ରଙ୍ଗେହାତ ଧରାପଡ଼ିଲା ସେକ୍ସ ରାକେଟ; ଅସଞ୍ଜତ ଅବସ୍ଥାରେ ୫ଯୁବକଙ୍କ ସହ ମହିଳା ଗିରଫ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଆଧ୍ୟାତ୍ମିକ ସହର ପୁରୀରେ ଲୁଚା ଛପାରେ ଚାଲିଥିଲା ସେକ୍ସ ରାକେଟ । ପାଇକସାହି ସ୍ଥିତ ଏକ ଭଡାଘରେ ଏହି ରାକେଟ ଚାଲିଥିବା ବେଳେ ଅସଞ୍ଜତ ଅବସ୍ଥାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ବାସେଳି ସାହି ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସିଟି ଡ଼ିଏସପି କେ କେ ହରିପ୍ରସାଦ ଓ ଥାନା ଅଧିକାରୀ କୁଳମଣି ସେଠୀଙ୍କ ସୂଚନା ଅନୁଯାୟୀ ଗିରଫଙ୍କ ମଧ୍ୟରେ ୫ଜଣ ଯୁବକ ଓ ଜଣେ ମହିଳା ରହିଛନ୍ତି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର, ୪ଟି ବାଇକ, ୫ଟି ଫୋନ ୫ହଜାର ଟଙ୍କା ସମେତ ବ୍ୟବହୃତ ଓ ଅବ୍ୟହୃତ କଣ୍ଡୋମ ଏବଂ କିଛି ସେକ୍ସ ଷ୍ଟିମୁଲେଟେଡ଼ ମେଡ଼ିସିନ ଜବତ କରିଛି ପୋଲିସ ।



ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୪ଜଣ ପୁରୀର ହୋଇଥିବା ବେଳେ, ୨ ଜଣ ଗଞ୍ଜାମର ହୋଇଥିବା ସୂଚନା ଦେଇଛନ୍ତି ପୁରୀ ସିଟି ଡ଼ିଏସପି କେକେ ହରିପ୍ରସାଦ । ସୂଚନା ମୁତାବକ ଜଣେ ମହିଳା ଓ ଜଣେ ଯୁବକ ନିଜକୁ ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ପାଇକସାହି ସ୍ଥିତ ଏକ ଭଡାଘରେ ରହିଥିଲେ । ଗତ କିଛିଦିନ ଧରି ବାହାରୁ ଯୁବତୀଙ୍କୁ ଆଣି ଏହି ରାକେଟ ଚଲାଇଆସୁଥିଲେ । ମାତୃଶକ୍ତିର କିଛି ସଦସ୍ୟଙ୍କଠାରୁ ଖବର ପାଇ ବାସେଳି ସାହି ପୋଲିସ ଚଢାଉ କରିବା ସମୟରେ ଏହି ରାକେଟକୁ ଧରିବାରେ ସଫଳ ହୋଇଥିଲା ପୁରୀ ପୁଲିସ । ସମସ୍ତ ଅଭିଯୁକ୍ତଙ୍କୁ ବାସେଳିସାହି ପୋଲିସ କେସ ନମ୍ବର ୨୬୫ ଆଧାରରେ ଇମୋରାଲ ଟ୍ରାଫିକିଙ୍ଗ ୩, ୪, ୫, ୭ ସେକ୍ସନ ଅଧୀନରେ ଗିରଫ କରିଛି । ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।



ତେବେ ପୁରୀରେ ଏଭଳି ସେକ୍ସ ରାକେଟ ଉପରେ ପୋଲିସର ଚଢ଼ାଉ ଜାରି ରହିବ । ଅନେକ ହୋଟେଲ ଓ ଲଜିଙ୍ଗ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକାରେ ବେଧଡ଼କ ଭାବେ ସେକ୍ସ କାରବାର ହେଉଛି ବୋଲି ଅଭିଯୋଗ ହେଉଛି ।
Published by:Soubhagya Mishra
First published: