କଟକରେ ପୁଣି ଏକ ସେକ୍ସ ରାକେଟ୍ ଠାବ ହେଲା; ରୁପଜୀବୀ ସହ ମାଷ୍ଟରମାଇଣ୍ଡ୍‌ ଓ ୨ ଗ୍ରାହକ ଗିରଫ ହେଲେ

ପୋଲିସ ହାତରେ ଧରା ପଡ଼ିଥିବା ମହିଳା ଜଣକ କଟକ ବାହାରର । ସେ ଦୁଇ ସପ୍ତାହ ତଳେ କଟକ ଆସିଥିଲେ । ସେକ୍ସ ରାକେଟର ମାଷ୍ଟରମାଇଣ୍ଡ୍ ମିଟୁଆ ଏହି କ୍ଷେତ୍ରର ଜଣେ ପୁରୁଣା ଖେଳାଳି ବୋଲି ପୋଲିସ କହିଛି ।

କଟକରେ ପୁଣି ଏକ ସେକ୍ସ ରାକେଟ୍ ଠାବ ହେଲା; ରୁପଜୀବୀ ସହ ମାଷ୍ଟରମାଇଣ୍ଡ୍‌ ଓ ୨ ଗ୍ରାହକ ଗିରଫ ହେଲେ
ଏହି ଘରେ ସେକ୍ସ ରାକେଟ୍ ଚାଲିଥିଲା ।
  • News18 Odia
  • Last Updated: April 1, 2021, 11:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ବେଶ୍‌ କିଛି ଦିନର ବ୍ୟବଧାନ ପରେ କଟକରେ ପୁଣି ଠାବ ହୋଇଛି ଏକ ସେକ୍ସ ରାକେଟ୍‌ । ରାଣୀହାଟ ଗୋପାଳ ସାହିରେ ଏକ ଘରେ ସେକ୍ସ ରାକେଟ୍‌ ଚାଲିଥିବା ସୂଚନା ପାଇ ପୋଲିସ ଅଚାନକ ଚଢ଼ାଉ କରିଛି ଓ ଜଣେ ରୂପଜୀବୀଙ୍କ ସହ ଦୁଇ ଜଣ ଗ୍ରାହକ ଓ ଏହି ରାକେଟର ମାଷ୍ଟରମାଇଣ୍ଡ ତଥା ଘର ମାଲିକ ମିଟୁଆ ଓରଫ ସୁକାନ୍ତ ନାୟକକୁ ଗରିଫ କରିଛି ।

ପୋଲିସ ହାତରେ ଧରା ପଡ଼ିଥିବା ମହିଳା ଜଣକ କଟକ ବାହାରର । ସେ ଦୁଇ ସପ୍ତାହ ତଳେ କଟକ ଆସିଥିଲେ । ଗରିଫ ହୋଇଥିବା ଦୁଇ ଜଣ ଗ୍ରାହକଙ୍କ ମଧ୍ୟରୁ ଜଣେ କଟକ କେଶରପୁର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ସଦର ଅଞ୍ଚଳର । ସେକ୍ସ ରାକେଟ ଚାଲିଥିବା ସେହି ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ସହିତ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ । ଯୁବତୀ ଜଣଙ୍କୁ ସେଲ୍ଟର ହୋମ୍ ଓ ମାଷ୍ଟରମାଇଣ୍ଡ୍ ମିଟୁଆ ସମେତ ଦୁଇ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମର ମତଦାନ କେନ୍ଦ୍ରରୁ ମମତା ରାଜ୍ୟପାଳଙ୍କୁ ଫୋନ୍ କଲେ: ‘ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉନି

ବଡ଼ କଥା ହେଉଛି ଏହି ରାକେଟର ମାଷ୍ଟରମାଇଣ୍ଡ୍ ମିଟୁଆ ଏହି କ୍ଷେତ୍ରର ଜଣେ ପୁରୁଣା ଖେଳାଳି । ତା’ ନାଁରେ ସେକ୍ସ ରାକେଟ୍‌ ଚଳାଇବା ନେଇ ପୂର୍ବରୁ ମଧ୍ୟ ଏକ ମାମଲା ରହିଛି । ରାଜ୍ୟ ତଥା କଟକ ବାହାରୁ ରୂପଜୀବୀଙ୍କୁ କଟକ ଆଣି ନିଜ ଘରେ ସେମାନଙ୍କୁ ଅନୈତକ କାର୍ଯ୍ୟରେ ଲିପ୍ତ କରାଇବା ତା’ର ପେଶା ବୋଲି ପୋଲିସ କହିଛି । ମୋବାଇଲ ଫୋନ୍‌ ଯୋଗେ ଗ୍ରାହକ ଯୋଗାଡ଼ କରି ସେମାନଙ୍କୁ ନିଜ ଘରକୁ ସେ ଡାକୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି । ଦୁଇ ବର୍ଷ ତଳେ ସମାନ ଅଭିଯୋଗରେ ମିଟୁଆ ନାଁରେ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସେତେବେଳେ ହୋଇଥିବା ରେଡ ସମୟରେ ମିଟୁଆ ଖସିଯିବାରେ ସଫଳ ହୋଇଥିଲା ।

ଗିରଫ ହୋଇଥିବା ଲୋକଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।


ସେହି ଘଟଣା ପରେ ମିଟୁଆର ଘରକୁ ପୋଲିସ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସିଲ୍‌ କରିଥିଲା । କିନ୍ତୁ ଗତ କିଛି ଦିନ ତଳେ ଘର ସିଲ୍‌ ଖୋଲିବା ପରେ ମିଟୁଆ ପୁଣି ଥରେ ନିଜ ଘରେ ଏହି କାରବାର ଆରମ୍ଭ କରିଥିଲା । ଏ ନେଇ ଖବର ମିଳିବା ପରେ ମିଟୁଆକୁ ଘଟଣା ସ୍ଥଳରୁ କାବୁ କରିବା ପାଇଁ ଜାଲ ବିଛାଇଥିଲା ସ୍ପେଶାଲ୍‌ ସ୍କ୍ୱାର୍ଡ଼ । ସ୍କ୍ୱାର୍ଡର ଜବାନ ମାନେ ନିଜେ ଗ୍ରାହକ ମିଟୁଆକୁ ଫୋନ୍‌ କରି ସେହି ଘରେ ପହଞ୍ଚିଥିଲେ ଓ ଯୋଜନା ମୁତାବକ ସେହି ସମୟରେ ମଙ୍ଗଳାବାଗ ପୋଲିସ ସେଠାରେ ରେଡ଼ ମାରିଥିଲା ।

ଏହା ବି ପଢ଼ନ୍ତୁ | ରନ୍ଧନ ଗ୍ୟାସ୍ (LPG Cylinder) ଶସ୍ତା ହେଲା; ନୂଆ ଦର ଏପ୍ରିଲ୍‌ ୧ ଠାରୁ ଲାଗୁ ହୋଇଛି

ମିଟୁଆ ଅଭ୍ୟାସଗତ ଭାବେ ଏହି ଅନୈତିକ କାର୍ଯ୍ୟକଳାପ ଚଳାଇଥିବା ଓ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଏଥିରୁ ନିବୃତ ନ ରହିବାରୁ ଏବେ ତାକୁ ତଡ଼ିପାର କରିବା ପାଇଁ ଯୋଜନା କରୁଛି କମିନରେଟ ପୋଲିସ । ଏ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପ୍ରତିକ୍ରିୟା ଦେବାକୁ ଯାଇ ନିଜକୁ ନୀରିହ ବୋଲି କହିଛି ଅଭିଯୁକ୍ତ ମିଟୁଆ ।

ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ

"ସେହି ମହିଳା ଜଣଙ୍କର ଟଙ୍କା ଦରକାର ଥିଲା ବୋଲି ସେ ମୋ’ ସହିତ ଯୋଗାଯୋଗ କରିଥିଲେ । ଧରାପଡ଼ିଥିବା ପିଲା ଦୁଇଟା କିଏ ମୁଁ ସେମାନଙ୍କୁ ଜାଣି ନାହିଁ । ଘର ଭିତରେ ଥିବା ଆପତ୍ତଜନକ ଜିନିଷ ମୁଁ ରଖିନାହିଁ,’’ କହିଛି ମିଟୁଆ ।



କଟକ ସହରର ବିଭିନ୍ନ ସ୍ଥାନରେ ଏହି ଅନୈତକ କାର୍ଯ୍ୟକଳାପ ଚାଲିଥିବା ସୂଚନା ମିଳୁଛି । ଅନେକ ସମୟରେ ପୋଲିସ ସେଠାରେ ରେଡ୍‌ କରି ରୂପଜୀବୀ, ମାଷ୍ଟରମାଇଣ୍ଡ୍‌ ଓ ଗ୍ରାହକମାନଙ୍କୁ ଧରୁଛି ସତ, କିନ୍ତୁ ଆଇନର ଫାଙ୍କ ଦେଇ ସେମାନେ ଖସି ଯାଉଛନ୍ତି ଓ ପୁଣି ଥରେ ନିଜର ପୁରୁଣା ପେଶାକୁ ଫେରୁଛନ୍ତି ।
Published by: Anand ST Das
First published: April 1, 2021, 11:44 PM IST