News18 Odia Digital
କଟକ: ବେଶ୍ କିଛି ଦିନ ପରେ କଟକରେ ପୁଣି ଠାବ ହୋଇଛି ଏକ ସେକ୍ସ ରାକେଟ୍ । ସିଡିଏ ସେକ୍ଟର୍ ୭ ମର୍କତ ନଗର ଅଞ୍ଚଳରେ ଥିବା ଓୟ ହୋଟେଲ ‘ଆୟୁଷ ପ୍ୟାଲେସ’ରେ ଦେହ ବେପାର ଚାଲିଥିବା ଖବର ପାଇ ମର୍କତ ନଗର ପୋଲିସ ସେହି ହୋଟେଲରେ ଚଢ଼ାଉ କରିଥିଲା ।
ଚଢ଼ାଉ ସମୟରେ ଆୟୁଷ ପ୍ୟାଲେସ୍ ହୋଟେଲରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ଜଣେ ମହିଳା କିଙ୍ଗପିନ୍, ଜଣେ ଗ୍ରାହକ, ଜଣେ ଦଲାଲ ଓ ହୋଟେଲର ଜଣେ କର୍ମଚାରୀଙ୍କୁ ଗିରଫ କରିଛି ମର୍କତ ନଗର ପୋଲିସ । ଏମାନଙ୍କ ଠାରୁ ଛଅଟି ମୋବାଇଲ ଫୋନ୍, ୧୩ ହଜାର ଟଙ୍କା ଓ ଗୋଟିଏ ଡିଭିଡ଼ି ପ୍ଲେୟର୍ ମଧ୍ୟ ଜବତ କରିଛି ପୋଲିସ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡି଼ବା ପରେ ଧୋନି ଓ ଶାସ୍ତ୍ରୀଙ୍କ ନାଁ ନେଲେ; କ’ଣ କହିଲେ ଜାଣନ୍ତୁଗିରଫ ହୋଇଥିବା କିଙ୍ଗପିନ୍ ମହିଳା ପଡୋଶୀ ପଶ୍ଚିମ ବଙ୍ଗର ବାସିନ୍ଦା । ସେ କେବଳ ଏହି ହୋଟେଲକୁ ଦେହଜୀବୀ ଯୁବତୀମାନଙ୍କୁ ଆଣୁଥିଲା ନା ଅନ୍ୟ କିଛି ହୋଟେଲରେ ବି ଏହି କାରବାର କରୁଥିଲା ତା’ ଉପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି । କେତେ ଦିନ ହେଲା ଆୟୁଷ ପ୍ୟାଲେସ୍ ହୋଟେଲରେ ଦେହ ବ୍ୟବସାୟ କରାଯାଉଥିଲା ତାହା ମଧ୍ୟ ତଦନ୍ତ କରୁଛି ପୋଲିସ ।

ଆଡିସନଲ୍ ଡି.ସି.ପି. ଅନିଲ କୁମାର ମିଶ୍ର
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିକାନୀର୍ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲା; ୭ ଜଣ ଯାତ୍ରୀଙ୍କର ମୃତ୍ୟୁ; ୬୦ରୁ ଅଧିକ ଆହତ‘‘ଆମେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛୁ । ସର୍ବସାଧାରଣ ସ୍ଥାନରେ ଏହି ହୋଟେଲରେ ଏଭଳି କାମ ହେଉଥିବାରୁ ହୋଟେଲଟିକୁ ସିଲ୍ କରାଯିବା ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି,’’ କହିଛନ୍ତି ଆଡିସନଲ୍ ଡି.ସି.ପି. ଅନିଲ କୁମାର ମିଶ୍ର ।
ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍; ଜାଣନ୍ତୁ ସବୁ କିଛିଗତ ଦେଢ଼ ବର୍ଷ ଭିତରେ କଟକ ସହରର ଅନେକ ସ୍ଥାନରେ ପୋଲିସ ରେଡ୍ କରି ଦେହଜୀବୀ ଓ ଗ୍ରାହକଙ୍କୁ ଗିରଫ କରିଛି । ସବୁ ଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ମର୍କତ ନଗର ଥାନାଠାରୁ ମାତ୍ର ୨୦୦ ମିଟର୍ ଦୂରରେ ଅବସ୍ଥିତ ଏହି ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ବେଳେ ତାହା ପୋଲିସ ନଜରକୁ ଏ ପର୍ଯ୍ୟନ୍ତ ଆସି ନ ଥିଲା । କଟକ ସହରରେ କେବଳ ଏହି ହୋଟେଲରେ ଏଭଳି ବ୍ୟବସାୟ ଚାଲୁଛି ନା ଆଉ କେଉଁ ହୋଟେଲରେ ଚାଲୁଛି ତାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା କହିଛନ୍ତି ଜଣେ ପୋଲିସ ଅଧିକାରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ‘‘ଗିରଫ ହୋଇଥିବା ମହିଳା କିଙ୍ଗପିନଙ୍କ ସହ କଟକର ଅନ୍ୟ ହୋଟେଲ ମାଲିକ ବା ମ୍ୟାନେଜରଙ୍କ ସମ୍ପର୍କକୁ ନେଇ ପୋଲିସ ତଦନ୍ତ କରିବା ଆବଶ୍ୟକ । ସର୍ବସାଧାରଣ ସ୍ଥାନରେ ଥିବା ହୋଟେଲଗୁଡ଼ିକରେ ଏମିତି ରୂପଜିବୀମାନଙ୍କୁ ଆଣି ଦେହ ବ୍ୟବସାୟରେ ନିୟୋଜିତ କରିବା ଦ୍ୱାରା ଜନମାନସକୁ ଅନେକ କ୍ଷତି ହେଉଛି,’’ କହିଛନ୍ତି ଜଣେ ସଚେତନ କଟକ ବାସିନ୍ଦା ସାରଦା ପ୍ରସନ୍ନ ଦାସ ।
ଏହା ବି ପଢ଼ନ୍ତୁ | ଦୁଇଟି ମାଙ୍କଡ଼ ପ୍ରତିଶୋଧ ନେଲେ; ପାଖାପାଖି ୨୦୦ଟି କୁକୁରଛୁଆଙ୍କୁ ନିର୍ମମ ଭାବେ ହତ୍ୟା କଲେକଟକ ସହରରେ ଥିବା ଅନ୍ୟ ହୋଟେଲ୍ ସହ ଓୟ ହୋଟେଲଗୁଡି଼କରେ ପୋଲିସର ଯାଞ୍ଚ କଡ଼ାକଡି଼ ହେବା ସହ ଚଢ଼ାଉ ହେବା ଉଚିତ ବୋଲି ସହରବାସୀ ଦାବି କରିଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।