ଭୁବନେଶ୍ୱରରେ ଆପାର୍ଟମେଣ୍ଟରେ ଚାଲିଥିଲା ସେକ୍ସ ରାକେଟ୍‌; ୨ ଯୁବତୀଙ୍କ ସହ ୨ ଗ୍ରାହକ ଗିରଫ ହେଲେ

ଫ୍ଲାଟ୍ ଭିତରୁ ବିଭିନ୍ନ ବ୍ରାଣ୍ଡର ଭଳି କି ଭଳି ମଦ, ବହୁ ସଂଖ୍ୟାରେ କଣ୍ଡୋମ୍ ଓ ଗର୍ଭନିରୋଧକ ଔଷଧ ଜବତ କରିଛି ପୋଲିସ୍ । ରେଡ୍‌ ସମୟରେ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ ଦୁଇ ଯୁବତୀ, ହେଲେ ସେମାନଙ୍କୁ କାବୁ କରିଥିଲା ପୋଲିସ ।

ଭୁବନେଶ୍ୱରରେ ଆପାର୍ଟମେଣ୍ଟରେ ଚାଲିଥିଲା ସେକ୍ସ ରାକେଟ୍‌; ୨ ଯୁବତୀଙ୍କ ସହ ୨ ଗ୍ରାହକ ଗିରଫ ହେଲେ
ଗିରଫ ହୋଇଥିବା ଯୁବକ ଓ ଯୁବତୀମାନଙ୍କର ଡାକ୍ତରୀ ମାଇନା କରାଯାଇଛି ।
  • News18 Odia
  • Last Updated: March 31, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କିଛି ମାସର ବ୍ୟବଧାନ ପରେ ପୁଣି ଏକ ସେକ୍ସ ରାକେଟ ଠାବ ହୋଇଛି । ଲଷ୍ମୀସାଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍‌ ଚାଲିଥିବା ଜାଣିବାକୁ ପାଇ ଲଷ୍ମୀସାଗର ଥାନା ପୋଲିସ୍‌ ରେଡ୍‌ କରିଛି ଓ ଦୁଇ ଜଣ ଦେହଜୀବୀଙ୍କ ସହ ସେମାନଙ୍କର ଦୁଇ ଜଣ ଗ୍ରାହକଙ୍କୁ ଗିରଫ କରିଛି ।

ଲଷ୍ମୀସାଗର ଥାନା ଅଞ୍ଚଳରେ ବଡ଼ଗଡ଼ କେନାଲ ରୋଡ଼ରେ ଥିବା ଶ୍ରୀ ସାଇ ଏନକ୍ଲେଭ୍‌ ଆପର୍ଟମେଣ୍ଟର ୩୦୪ ନମ୍ବର୍‌ ଫ୍ଲାଟରେ ଚାଲିଥିଲା ଦେହ ବ୍ୟବସାୟ । କୌଣସି ସୂତ୍ରରୁ ସୂଚନା ପାଇ ଅଚାନକ ରେଡ୍ କରିଥିଲା ପୋଲିସ । ରେଡ୍‌ ସମୟରେ ସେହି ଆପାର୍ଟମେଣ୍ଟରୁ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ ଦୁଇ ଯୁବତୀ, ହେଲେ ସେମାନଙ୍କୁ କାବୁ କରିଥିଲା ପୋଲିସ । ଗିରଫ ହୋଇଥିବା ଦୁଇ ଜଣ ଗ୍ରାହକଙ୍କ ଘର ଗଞ୍ଜାମ ଅଞ୍ଚଳରେ ବୋଲି ପୋଲିସ କହିଛି । ସମସ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି ।

ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ…

‘‘ଆମକୁ ସୂଚନା ମିଳିଥିଲା ଯେ ସେହି ଫ୍ଲାଟରେ କିଛି ଅଜଣା ପୁଅ ଝିଅ ରହୁଛନ୍ତି ଓ ଲଗାତର ସେଠାରେ ଅଜଣା ପୁଅ ଝିଅମାନଙ୍କ ଯିବା ଆସିବା ଚାଲିଛି । ଆମେ ସେହି ଫ୍ଲାଟରେ ରେଡ୍‌ କରିଥିଲୁ । ସେଇଟା ସିଙ୍ଗଲ୍‌ ରୁମର ଫ୍ଲାଟ୍‌ ଥିଲା । ସେଠାରେ ଆମେ ଦୁଇ ଜଣ ଯୁବତୀ ଓ ଦୁଇ ଜଣ ଯୁବକଙ୍କୁ ସନ୍ଦିଗ୍ଧ ସ୍ଥିତିରେ ପାଇଥିଲୁ । ଦୁଇ ଜଣ ଯୁବକ ଗଞ୍ଜାମ ଅଞ୍ଚଳର । ଜଣେ ଯୁବତୀ ପୁରୀ ଜିଲ୍ଲାର ଓ ଅନ୍ୟ ଜଣକ କେନ୍ଦ୍ରାପଡ଼ା ଜିଲ୍ଲାର ବାସିନ୍ଦା,’’ କହିଛନ୍ତି ଲଷ୍ମୀସାଗର ଥାନା ଅଧିକାରୀ ଭରତ ସାହୁ ।

ଲଷ୍ମୀସାଗର ଥାନା ଅଧିକାରୀ ଭରତ ସାହୁ


ପୋଲିସର ଏହି ରେଡ୍‌ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ହୋଇଥିଲା । ଫ୍ଲାଟ୍‌ ଭିତରେ ଥିବା ଜିନିଷ ଦେଖି ପୋଲିସ ଟିମ୍‌ କାବା ହୋଇଯାଇଥିଲା । ଘର ଭିତରେ ବିଭିନ୍ନ ବ୍ରାଣ୍ଡର ଭଳି କି ଭଳି ମଦ ରଖାଯାଇଥିଲା । ତା’ ସହ ବହୁ ସଂଖ୍ୟାରେ କଣ୍ଡୋମ୍‌ ଓ ଗର୍ଭନିରୋଧକ ଔଷଧ ଆଦି ଆପତ୍ତିଜନକ ସାମଗ୍ରୀ ମଧ୍ୟ ସେଠାରୁ ଜବତ କରିଛି ପୋଲିସ ।

ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍

‘‘ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ପୁରୀ ଅଞ୍ଚଳର ଜଣେ ମହିଳା ସେହି ଫ୍ଲାଟ୍‌ କିଣିଛନ୍ତି । ଘରେ ତାଙ୍କ ଝିଅ ରୁହନ୍ତି । ସେ ନିଜକୁ ଏମ୍‌.ବି.ବି.ଏସ୍‌. ଡାକ୍ତର ବୋଲି କହୁଥିଲେ । ସ୍ଥାନୀୟ ଲୋକଙ୍କ ବୟାନ ଅନୁସାରେ ଆଗରୁ କିଛି କିଛି ଲୋକ ସେହି ଫ୍ଲାଟକୁ ଯିବା ଆସିବା କରୁଥିଲେ, ହେଲେ ଲକଡାଉନ୍‌ କୋହଳ ହେବା ପରେ ପ୍ରତି ଦିନ ସେଠାକୁ ଯୁବକ ଯୁବତୀଙ୍କ ଲମ୍ବା ଲାଇନ୍‌ ଲାଗୁଥିଲା,’’ କହିଛନ୍ତି ସାହୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ମିଶାଇ ସ୍ତ୍ରୀ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଶାଳୀଙ୍କ ପ୍ରାଣ ଗଲା

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡିସେମ୍ବର ୩୧ ଜିରୋ ନାଇଟରେ ଭୁବନେଶ୍ୱରରେ ସଟଡାଉନ୍‌ ଘୋଷଣା ହୋଇଥିବା ବେଳେ ସେହି ଫ୍ଲାଟରେ ଚାଲିଥିଲା ପାର୍ଟି । ଏକାଠି ହୋଇଥିଲେ ୧୦ରୁ ଅଧିକ ଯୁବକ ଯୁବତୀ । ଏକ ଆପର୍ଟମେଣ୍ଟରେ ଏହି ଦେହ ବ୍ୟବସାୟ ଚାଲୁଥିବାରୁ କେହି ସନ୍ଦେହ କରୁ ନ ଥିଲେ, ହେଲେ ସ୍ଥାନୀୟ ବାସିନ୍ଦାମାନେ ଅସଲ ମାମଲା ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ।

ଏହା ବି ପଢ଼ନ୍ତୁ | ଫିଲ୍ମସ୍ଲମ୍ଡଗ୍ ମିଲିଅନେୟାର୍' ଏହି ଅଭିନେତାଙ୍କୁ Sex ଆକ୍ରମଣ ମାମଲାରେ ଜାମିନ ମିଳିଲା

ପୋଲିସର ତଦନ୍ତରୁ ଜଣାପଡି଼ଛି ଯେ ଉଦ୍ଧାର ହୋଇଥିବା ପୁରୀ ଅଞ୍ଚଳର ଯୁବତୀ ଜଣକ ହିଁ ସେହି ଫ୍ଲାଟରୁ ଦେହ ବ୍ୟବସାୟ ରାକେଟ୍‌ ଚଳାଇଥିଲେ । ଏଥି ପାଇଁ ତାଙ୍କର ସବୁ ଯୋଗାଯୋଗ ଅନଲାଇନରେ ହେଉଥିଲା । ଯୁବତୀ କେଉଁଠୁ ଆସିବେ ଓ କେତେ ଟଙ୍କାରେ ଆସିବେ ସବୁ କିଛି ମୋବାଇଲ୍‌ ଫୋନ ମାଧ୍ୟମରେ ସ୍ଥିର ହେଉଥିଲା । ହ୍ୱାଟ୍ସ-ଆପ୍‌ ଜରିଆରେ ଗ୍ରାହକଙ୍କ ସହ ଯୋଗାଯୋଗ ହେଉଥିବା ଜଣାପଡ଼ିଛି ।



ଉଦ୍ଧାର ହୋଇଥିବା ଯୁବତୀ ଦ୍ୱୟଙ୍କ ପରିବାର ଲୋକଙ୍କୁ ସେମାନଙ୍କ ଗିରଫଦାରୀ ବିଷୟରେ ପୋଲିସ ଅବଗତ କରାଇଛି । ଗିରଫ ଗ୍ରାହକ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Published by: Anand ST Das
First published: March 31, 2021, 11:58 PM IST